ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ

Published By : Prameya-News7 Bureau | April 11, 2021 IST

ସାନଖେମୁଣ୍ଡି,୧୧/୪ : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡାଥାନା ଅନ୍ତର୍ଗତ ପାଞ୍ଚଆମ୍ବ ଗାଁ ଶିବ ମନ୍ଦିର ନିକଟରେ ଦୁର୍ଘଟଣା । ଟ୍ରାକ୍ଟରର ଚକା ଫାଟିଯିବାକୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ୨ ଜଣ ପ୍ରାଣ ହରାଇଛନ୍ତି ।

ସୂଚନାନୁସାରେ, ତୁମ୍ବା ପଞ୍ଚାୟତ ଠଣା ଗାଁର ପ୍ରାୟ ୨୦ ଜଣ  ପିଡ଼ିଏସ ଚାଉଳ ରାସନ ଆଣିବା ପାଇଁ ଏକ ଟ୍ରାକ୍ଟରରେ ଯାଇଥିଲେ ।ଫେରିଲାବେଳେ ଟ୍ରାକ୍ଟର ଡାଲାଟି ହାଇଡ୍ରୋଲିକ୍ ହୋଇଥିବାରୁ ଓଲଟି ପଡି ଦୁର୍ଘଟଣା ଘଟିଥିଲା । ଏଥିରେ  ୨ଜଣ ମୃତ୍ୟୁବରଣ କରିଥିବା ବେଳେ ୧୦ ଜଣ ଗୁରୁତର ହୋଇଛନ୍ତି । ମୃତକ ଦ୍ୱୟ ହେଲେ ମଙ୍ଗଳା ପ୍ରଧାନ ଓ ସୀତା ।

ଏହି ଦୁର୍ଘଟଣା ଜରଡା ଥାନା ଠାରୁ ମାତ୍ର ୨କିମି ଦୂରରେ ଘଟିଛି । ପୋଲିସ ପହଂଚି ଆହତ ଓ ଗୁରୁତରଙ୍କୁ ପାତ୍ରପୁର ମେଡ଼ିକାଲକୁ ସ୍ଥାନାନ୍ତର କରିଛି । ସେପଟେ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇ ଯାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.