Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||

ଆସନ୍ତାକାଲି ନିଟ୍ ପରୀକ୍ଷା, ଓଡିଶାରେ ପରୀକ୍ଷା ଦେବେ ୩୬ ହଜାରରୁ ଅଧିକ ପରୀକ୍ଷାର୍ଥୀ, କଡାକଡି ପାଳନ ହେବ କୋଭିଡ୍ ଗାଇଡଲାଇନ୍

12/09/2020 at 7:04 PM

ଭୁବନେଶ୍ୱର, ୧୨|୦୯ :   ଆସନ୍ତାକାଲି National Eligibility Cum Entrance Test (NEET) ।ଚଳିତ ବର୍ଷ କୋଭିଡ୍‌ କଟକଣା ମଧ୍ୟରେ ହେବ ପରୀକ୍ଷା । କୋଭିଡ୍‌ ଗାଇଡ ଲାଇନ ସହ ସ୍ବତନ୍ତ୍ର  ବ୍ୟବସ୍ଥା ମଧ୍ୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଓଡ଼ିଶାର ୭ଟି ସହରର ୮୩ଟି ପରୀକ୍ଷା କେନ୍ଦ୍ରରେ ୩୬ ହଜାର ୪୫୯ ପରୀକ୍ଷାର୍ଥୀ ପରୀକ୍ଷା  ଦେବେ। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରୀକ୍ଷାର୍ଥୀ ତଥା ସେମାନଙ୍କ ଅଭିଭାବକଙ୍କ ପାଇଁ ଯାତାୟତ ଠାରୁ ଆରମ୍ଭ କରି ରହିବା ଖାଇବାର ବ୍ୟବସ୍ଥା କରିଛନ୍ତି… 

 ବହୁ ପ୍ରତିକ୍ଷା ଏବଂ ବାଦ ବିବାଦର ଅନ୍ତ, କାଲି ହେବNEET ପରୀକ୍ଷା । ଓଡ଼ିଶାର ୮୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୩୬ ହଜାର ୪୫୯ ପରୀକ୍ଷାର୍ଥୀ । ୮୩ଟି କେନ୍ଦ୍ର ମଧ୍ୟରୁ ଭୁବନେଶ୍ବରରେ ରହିଛି ୩୧ଟି । କୋଭିଡ କଟକଣା ମଧ୍ୟରେ ପରୀକ୍ଷା ହେଉଥିବାରୁ ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ପଦକ୍ଷେପ ନେଇଛି ରାଜ୍ୟ ସରକାର । ବିଶେଷ କରି ଭୁବନେଶ୍ବରରେ ଅଧିକ ପରୀକ୍ଷା ସେଣ୍ଟର ଥିବାରୁ ଭୁବନେଶ୍ବର ସର୍କିଟ ହାଉସରେ ବୈଠକ କରି ଶେଷ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।ପରୀକ୍ଷାର୍ଥୀଙ୍କ ଯାତାୟତ ଠାରୁ ଆରମ୍ଭ କରି ରହିବା ଏବଂ ଖାଇବା ବ୍ୟବସ୍ଥା କରାଯାଇଛି । ସାମାଜିକ ଦୂରତା ରକ୍ଷା କରି ପ୍ରତି ରୁମରେ ୧୨ ଜଣ ପରୀକ୍ଷା ଦେବେ ।NTA ପକ୍ଷରୁ ସମସ୍ତଙ୍କୁ ଦିଆଯିବ ମାସ୍କ । ସେହିପରି ଯେଉଁମାନଙ୍କ ଠାରେ କୌଣସି ବି ଲକ୍ଷଣ ଥିବ ସେମାନେ ଆଇସୋଲେଟ ରୁମ୍‌ରେ ପରୀକ୍ଷା ଦେବେ ସେହି ରୁମରେ ନିୟୋଜିତ ଇନଭିଜିଲେଟର ପିପିଇ କିଟ୍‌ ପିନ୍ଧିବେ।

ରାଜ୍ୟ ସରକାରଙ୍କ ସହାୟତାରେ ଭୁବନେଶ୍ବରରେ ୬ଟି ରହଣି କେନ୍ଦ୍ର କରାଯାଇଛି । ଦୂରଦୂରାନ୍ତରୁ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ଅଭିଭାବକଙ୍କ ସହ ଆସି ନିର୍ଦ୍ଦିଷ୍ଟ ସ୍ଥାନରେ ପହଁଞ୍ଚିଛନ୍ତି । ପରୀକ୍ଷା କେନ୍ଦ୍ର ପରି ରହଣି କେନ୍ଦ୍ରରେ ମଧ୍ୟ ଥର୍ମାଲ ସ୍କ୍ରିନିଂ ଏବଂ ସାମାଜିକ ଦୂରତା ପାଳନକୁ ଗୁରୁତ୍ବ ଦିଆଯାଉଛି ।

ପରୀକ୍ଷା ଅପରାହ୍ନ ୨ଟାରୁ ୫ ଟା ପର୍ଯ୍ୟନ୍ତ ହେବ। ପୂର୍ବାହ୍ନ ୧୧ଟାରୁ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀମାନେ ପ୍ରବେଶ କରିବେ । ୧.୩୦ରେ ପରୀକ୍ଷା କେନ୍ଦ୍ର ଗେଟ ବନ୍ଦ କରାଯିବ ।

   Related Posts