Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାଲି ଆନ୍ଧ୍ରପ୍ରଦେଶରେ ବି ହେଉଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ, କୋରାପୁଟର କୋଟିଆବାସୀ ଆନ୍ଧ୍ର ପ୍ରେଦେଶ ପ୍ରାର୍ଥୀଙ୍କୁ ଭୋଟ ଦେବେ ନା ଓଡିଶା ପ୍ରାର୍ଥୀଙ୍କୁ ?

10/04/2019 at 6:58 PM

ଭୁବନେଶ୍ବର୧୦|୪: ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଆନ୍ଧ୍ରର ସମସ୍ତ ନିର୍ବାଚନ ମଣ୍ଡଳୀରେ ଭୋଟ୍‌ ହେଉଛି । ସେହିଭଳି ଓଡ଼ିଶାରେ ମଧ୍ୟ ୪ ଲୋକସଭା ୨୮ ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟରେ ଭୋଟ୍‌ ହେଉଛି । ଏମିତିରେ ଫାଷ୍ଟ ଫେଜ୍‌ରେ ଭୋଟିଂ ହେଉଥିବା କୋରାପୁଟ ଲୋକସଭା କ୍ଷେତ୍ର ଅଧୀନରେ ଥିବା କୋଟିଆରେ ମଧ୍ୟ ଆସନ୍ତା କାଲି ଭୋଟ୍‌ ହେବ । ହେଲେ ଏଠି ଲୋକେ କନ୍‌ଫ୍ୟଜ୍‌ କାହାକୁ ଦେବେ ଭୋଟ୍‌ । ଆନ୍ଧ୍ର ନେତାଙ୍କୁ ନା’ ଓଡ଼ିଶା ନେତାଙ୍କୁ ? ଚାଲନ୍ତୁ ବୁଝିବାକୁ ଚେଷ୍ଟା କରିବା ଏଇ ରିପୋର୍ଟରେ । ….

ଓଡ଼ିଶାର ଗାଁ । ଆନ୍ଧ୍ରର ନାଁ । ଓଡ଼ିଶାରେ ଏମିତି ବି ଗାଁ ଅଛି ଯେଉଁଠି ଲୋକ ଭୋଟ୍‌ ଦେଲେ ଆନ୍ଧ୍ର ନେତା ଜିତନ୍ତି । ଏଠି ଲୋକଙ୍କ ପାଖରେ ଆନ୍ଧ୍ର- ଓଡ଼ିଶା ଦୁଇଟି ରାଜ୍ୟର ଭୋଟର କାର୍ଡ଼ ରହିଛି । ଏମିତିରେ ଯଦି ଏଠି ଗୋଟିଏ ଦିନରେ ଭୋଟ୍‌ ହେଉଛି ତାହେଲେ ଏଠାକାର ଲୋକେ କାହାକୁ ଭୋଟ୍‌ ଦେବେ । ଓଡ଼ିଶା ନେତାଙ୍କୁ ନା’ ଆନ୍ଧ୍ର ନେତାଙ୍କୁ । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, ଯେଉଁଠି ଓଡ଼ିଶାର ଏଇ ଗାଁରେ ଓଡ଼ିଶାର ନେତା ପହଞ୍ଚିପାରୁନାହାନ୍ତି, ସେଠି ଆନ୍ଧ୍ରର ନେତା ଓ ପ୍ରଶାସନ ଆସି ଲୋକଙ୍କୁ ବିଭିନ୍ନ ଯୋଜନାରେ ସହାୟତା ବାଣ୍ଟୁଛନ୍ତି, ସେମିତି ସ୍ଥିତିରେ ଲୋକେ ଆଉ କରିଥାନ୍ତେ ବା କ’ଣ? ଏକଥା କହିଲା ବେଳକୁ ଆପଣଙ୍କ ମନକୁ କଳାହାଣ୍ଡି କୋଟିଆ କଥା ହିଁ ଆସୁଥିବ ନିଶ୍ଚୟ । ହଁ ଆମେ ବି ସେଇ କୋଟିଆ କଥା କହୁଛୁ । ରାତି ପାହିଲେ କୋରାପୁଟର କୋଟିଆରେ ଭୋଟ୍‌ ହେବ । ସେଥିପାଇଁ ପଞ୍ଚାୟତର କୋଟିଆ, ଫଗୁଣସିନେରୀ, ମାଡ଼କାର, ରଣାସିଂ ଓ ଗଂଜେଇ ପଦରରେ ମୋଟ ୫ଟି ବୁଥ କରିଛି ଓଡ଼ିଶା ପ୍ରଶାସନ । କାଲି ଭୋଟ୍‌ ପାଇଁ ସେଠି ପ୍ରିଜାଇଡିଂ ଅଫିସର ବି ପହଞ୍ଚିଗଲେଣି ।

ଏଠି ୫ହଜାର ଭୋଟରଙ୍କ ପାଇଁ ୫ଟା ବୁଥ୍‌ କରାଯାଇଛି । ପୂର୍ବରୁ ନିର୍ବାଚନ ସମୟରେ ଆନ୍ଧ୍ର ତରଫରୁ ମଧ୍ୟ ଏଠି ଅସ୍ଥାୟୀ ବୁଥ କରାଯାଇଥିଲା । ଅବଶ୍ୟ ଏବର୍ଷ  ତାହା ଦେଖିବାକୁ ମିଳୁନି । ତଥାପି ଫଗୁଣସିନେରୀ ଗାଁରେ ଗୋଟିଏ ବୁଥ୍‌ ହେବ ବୋଲି ଶୁଣାଯାଉଛି । ଏଠି ଭୋଟିଂ ପାଇଁ ବୁଥ୍‌ ତ ହୋଇଛି । ହେଲେ ଏଠି ଲୋକେ ଭୋଟ୍‌ ଦେବେ କାହାକୁ ?  ଏଠି ତ ଲୋକେ ଓଡ଼ିଶା ନେତାଙ୍କ ଅପେକ୍ଷା ଆନ୍ଧ୍ର ନେତାଙ୍କୁ ଅଧିକ ଚିହ୍ନିଛନ୍ତି ପଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ଆସୁଥିବା କୋଟିଆବାସୀ ଜାଣି ନାହାନ୍ତି ତାଙ୍କର ନେତା କିଏ ?କାହିଁକି ନା’ ସେମାନଙ୍କ ପାଖକୁ କୌଣସି ନେତା ପ୍ରଚାର ପାଇଁ ଯାଇନାହାନ୍ତି । ଆଜି ସଂଧ୍ୟାରେ ଗାଁ ଲୋକେ ସମସ୍ତେ ଏକାଠି ହେବେ ଆଉ ଯୋଉ ଚିହ୍ନରେ  ଭୋଟ୍‌ ଦେବାକୁ ସହମତି ହେବ ରାତି ପାହିଲେ ସେଇ ଚିହ୍ନରେ ଭୋଟ୍‌ ଦେବେ ।

ଏଠି ଲୋକେ ଭୋଟ ଦେଉଛନ୍ତି । ହେଲେ କିଛି ସାହାଯ୍ୟ ସୁବିଧା ପାଉନାହାନ୍ତି । ଏମିତିରେ ଭୋଟ୍‌ ଦେବାକୁ ସେମାନଙ୍କ ମନରେ ସେମିତି କିଛି ଆଗ୍ରହ ବି ନାହିଁ । ଯୋଉଠି ବର୍ଷ ବର୍ଷ ଧରି ସେମାନେ ଏଭଳି ଅବହେଳା ଭିତରେ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି,  ନିଜେ ଖଟି ନିଜ ପେଟ ଚାଖଣ୍ଡକ ପାଇଁ ଦାନା ଯୋଗାଡ଼ କରିବା ଛଡ଼ା ଆଉ କିଛି ସେମାନଙ୍କ ପାଖରେ ନାହିଁ, ସେଠି ଏମାନଙ୍କ ପାଇଁ ନିର୍ବାଚନ ମାନେ ବା କ’ଣ ?

   Related Posts