ପାରାଲିମ୍ପିକ୍ସରେ ଇତିହାସ ରଚିଲେ ଭାବିନା ପଟେଲ : ସ୍ୱର୍ଣ୍ଣ ପଦକଠାରୁ ଗୋଟିଏ ପାଦ ଦୂରରେ, ଟେବୁଲ ଟେନିସ୍‌ ଫାଇନାଲରେ ଏଣ୍ଟ୍ରି

Published By : Prameya-News7 Bureau | August 28, 2021 IST

ଜାପାନ ୨୮/୦୮: ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଭାରତର ଭାବିନା ପଟେଲ । ମହିଳା ଟେବୁଲ ଟେନିସର ଫାଇନାଲରେ ପ୍ରବେଶ କରି ଏବେ ସେ ସ୍ୱର୍ଣ୍ଣ ପଦକ ପାଇବା ଆଶାରେ ଅଛନ୍ତି । ଭାବିନା ସେମିଫାଇନାଲରେ ପ୍ରବେଶ କରିବା ପରେ ପଦକ ଆଶା ସୁନିଶ୍ଚିତ ହୋଇଯାଇଥିଲା । କିନ୍ତୁ ସେ ଏବେ ଫାଇନାଲରେ ପ୍ରବେଶ କରିଥିବାରୁ ସ୍ୱର୍ଣ୍ଣ ପଦକ ଆଶା ଉଦ୍ଜିବୀତ ହୋଇଛି ।

wp:html /wp:html

ଶନିବାର ଟୋକିଓରେ ମହିଳା ଏକକ କ୍ଲାସ ୪ ବର୍ଗର ସେମିଫାଇନାଲ ମ୍ୟାଚରେ ଭାବିନା ଚୀନର ଝାଙ୍ଗ ମିୟାଓଙ୍କୁ ପରାସ୍ତ କରି ଫାଇନାଲରେ ଏଣ୍ଟ୍ରି କରିଛନ୍ତି । ସେ ଚୀନ ପ୍ରତିଦ୍ୱନ୍ଦୀଙ୍କୁ ୭-୧୧,୧୧-୭, ୧୧-୪, ୯-୧୧, ୧୧-୮ରେ ପରାସ୍ତ କରିଛନ୍ତି । ସେମିଫାଇନାଲରେ ବିଜୟୀ ହେବା ପରେ ୩୪ ବର୍ଷୀୟ ଭାବିନା କହିଛନ୍ତି ଯେ, ଅଗଷ୍ଟ ୨୯ରେ ଫାଇନାଲ ମୁକାବିଲା ପାଇଁ ଓହ୍ଲାଇବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.