୨ବର୍ଷ ପରେ ହେଲା ମିଳନ, ଆଖିରେ ଖୁସିର ଲୁହ

Published By : Prameya-News7 Bureau | January 16, 2022 IST

ସୋର ୧୬/୦୧; ସବୁ ଦୋଷ କ୍ଷମା କରି ମୋ ସ୍ବାମୀ ମତେ ପୁଣି ଗ୍ରହଣ କଲେ। ମୁଁ ବହୁତ ଖୁସି, ଏମିତି କିଛି କହି ଭୋ ଭୋ ହୋଇ କାନ୍ଦି ପକାଉଛନ୍ତି ମହିଳା। ଦୁଇ ବର୍ଷ ଧରି ସ୍ବାମୀଙ୍କଠାରୁ ଦୂରେଇ ରହିବା ପରେ ପୁଣି ଥରେ ଏକାଠି ହୋଇଛନ୍ତି ଦମ୍ପତି। ଏ ଲୁହ ଖୁସିର ଲୁହ।

୨୦୧୮ ମସିହା ଜୁନ ମାସରେ ଆଟପୁର ଗାଁର ସୁରେନ୍ଦ୍ର ସେଠୀଙ୍କୁ ବିବାହ କରିଥିଲେ କେଶପୁର ଗାଁର ସସ୍ମିତା । ୨୦୨୦ ମସିହାରେ ଉଭୟଙ୍କର ଏକ କନ୍ୟା ସନ୍ତାନ ହେଲା। ଏହାର କିଛି ଦିନ ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳି ଲାଗିଲା। ବାରମ୍ବାର ପାରିବାରିକ କଳହ ଲାଗି ରହିବାରୁ ଉଭୟ ଅଲଗା ରହିବାର ନିଷ୍ପତ୍ତି ନେଲେ। ସସ୍ମିତା ସ୍ବାମୀ ସୁରେନ୍ଦ୍ରଙ୍କୁ ଛାଡି ପିଲାକୁ ଧରି ବାପଘରକୁ ଚାଲିଗଲେ।

୨ବର୍ଷ ଧରି ଦୁହେଁ ଅଲଗା ରହିବା ପରେ ସ୍ବାମୀ ସ୍ତ୍ରୀଙ୍କୁ ମିଶାଇବା ପାଇଁ କଥା ଥାନାରୁ କୋର୍ଟ ପର୍ଯ୍ୟନ୍ତ ଗଲା। ଏବେ ବୁଝା ସୁଝା ପରେ ସ୍ବାମୀ ସ୍ତ୍ରୀ ଏକତ୍ର ରହିବାର ନିଷ୍ପତ୍ତି ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.