୮ ମାର୍ଚ୍ଚ, ଶୁକ୍ରବାର : ଜାଣନ୍ତୁ ଆଜିର ଦିନଟି କେଉଁ ରାଶି ପାଇଁ କିଭଳି ରହିବ

Published By : Prameya-News7 Bureau | March 08, 2019 IST

ମେଶ – ଆଜି ଦିନଟି ମଧ୍ୟମ ଫଳ ଦେବ । କର୍ମକ୍ଷେତ୍ରରେ ଅବହେଳା ଦେଖା ଦେବ । ଦେହ ସୁସ୍ଥ ରହିବ । ଆୟ ମଧ୍ୟମ ମାତ୍ର ବ୍ୟୟ ବୃଦ୍ଦି ଯୋଗ ଅଛି । ବ୍ୟବସାୟରେ ମଧ୍ୟମ ଫଳ ଦେବ ।

ବୃଷ – ଆଜି ଦିନଟି ଖୁବ୍ ଉତ୍ତମ ରହିବ । ଯେତେବେଳେ ଯାହା ଚାହିଁବେ ସଫଳ ହେବେ । ଦେହ ଓ ମନ ଖୁବ୍ ଭଲ ରହିବ । ଛାତ୍ରଛାତ୍ରୀମାନେ ପ୍ରତି ଯୋଗିତା ମୂଳକ କାର୍ଯ୍ୟରେ ଜୟ ଯୁକ୍ତ ରହିବେ ।

 ମିଥୁନ - ଆଜି ଦିନଟି ମଧ୍ୟମ ଫଳ ଦେବ । କର୍ମକ୍ଷେତ୍ରରେ ନାନା ଜଟୀଳ ସମସ୍ୟାର ସମ୍ମୁଖୀନ ହେବେ । ଆୟ ମଧ୍ୟମ ଅଟେ । ପାରିବାରିକ ଜୀବନ ସୁଖି ହେବେ । ଚାକିରୀରେ ମଧ୍ୟମ ଫଳ ପାଇବେ ।

କର୍କଟ- ଆଜି ଦିନଟି ଆପଣଙ୍କ ଆଦୌ ଭଲ ନୁହେଁ । ପରିଶ୍ରମ ଅନୁସାରେ ଫଳ ପାଇବେ ନାହିଁ । ଆର୍ଥିକ ସ୍ଥିତି ଭଲ ରହିବ ନାହିଁ । ବିବାଦରେ ପସିବା ଉଚିତ୍ ନୁହେଁ । ଚାକିରୀରେ ଅସ୍ଥିରତା ବଢିବ ।

ସିଂହ – ଆଜି ଦିନଟି ଆପଣଙ୍କ ଦେହ ମନ ଆଦୌ ଭଲ ରହିବ ନାହିଁ । ବ୍ୟୟର ସ୍ରୋତ ବହି ଚାଲିବ । କର୍ମକ୍ଷେତ୍ରରେ ନାନା ସମସ୍ୟା ଦେଖା ଦେବ । ଆୟ ହ୍ରାସ ପାଇବ ।

 କନ୍ୟା – ଆଜି ଦିନଟି ଉତ୍ତମ ଅଟେ । ଦେହ ଓ ମନ ଭଲ ରହିବ । ଆୟ ମଧ୍ୟ ଉତ୍ତମ ରହିବ । ଶତ୍ରୁ ପରାଜିତ ହେବେ । ଭ୍ରମଣରେ ଲାଭବାନ୍ ହେବେ । ଚାକିରୀରେ ସୁସ୍ଥତା ବୋଧ କରିବେ ।

ତୁଳା – ଆପଣଙ୍କ ଦିନଟି ଆଜି ଶୁଭ ଫଳ ଦାୟକ ହେବ । ଦେହ ଓ ମନ ଭଲ ରହିବ ।  ଦ୍ରବ୍ୟ ଲାଭର ଯୋଗ ଅଛି । ପାରିବାରିକ ସହ ଯୋଗ  ପାଇବେ । ବ୍ୟବସାୟରେ ଶୁଭଫଳ ପ୍ରାତ କରିବେ ।

ବିଛା - ଆପଣଙ୍କ ଦିନଟି ସବୋତ୍ତମ ଶୁଭଫଳ ଦାୟକ ହେବ । ଦେହ ଓ ମନ ଭଲ ରହିବ । ଦୂର ଭ୍ରମଣ ଯୋଗ ରହିଛି । କର୍ମକ୍ଷେତ୍ରରେ ଅବହେଳା ଘଟିବ । ଆୟ ମଧ୍ୟମ ଅଟେ ।

ଧନୁ – ଆଜି ଦିନଟି ଆପଣଙ୍କ ପାଇଁ ଆଦୌ ଭଲ ନୁହେଁ । କ୍ରୋଧ, ହିଂସା ଓ ଶତ୍ରୁଭୟ ଦେଖା ଦେବ । ଦେହ ମଧ୍ୟ ଅସୁସ୍ଥ ହେବ । କର୍ମକ୍ଷେତ୍ରରେ ସଫଳତା ଯୋଗ । ପାରିବାରିକ ଜୀବନରେ ପ୍ରୀତିହାନି ଘଟିବ ।

ମକର – ଆଜି ଦିନଟି ଶୁଭ ଅଟେ ।  ଦେହ ଖୁବ୍ ଭଲ ରହିବ । ଆୟ ଉତ୍ତମ ରହିବ । ବିବାଦ ଜଡିତ ନ ହେବା ଶ୍ରେୟ ଅଟେ. ପାରିବାରିକ ଜୀବନ କଳହ ରହିବ । ବ୍ୟବସାୟରୁ ଅର୍ଥଲାଭ ହେବ ।

କୁମ୍ଭ - ଆପଣଙ୍କ ଦିନଟି ଶୁଭ ଅଟେ । ଶତ୍ରୁ ପରାଜିତ ହେବେ । ଆୟ ଉତ୍ତମ ରହିବ । ଘର ତିଆରି କାମରେ ଆଗେଇବେ । ବ୍ୟବସାୟରେ ଲାଭବାନ୍ ହେବେ । ମୀନ - ଆଜି ମଧ୍ୟମ ଉତ୍ତମ ରହିବ । ଦେହ ସୁସ୍ଥ ରହିବ । କର୍ମକ୍ଷେତ୍ରରେ ସଫଳତା ଯୋଗ ଅଛି । ଆର୍ଥିକ ସ୍ଥିତି ଭଲ ରହିବ ନାହିଁ । ବ୍ୟବସାୟ କ୍ରମେ ଆଗୁଆ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.