Thursday, March 21, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୬ ମାର୍ଚ୍ଚ, ବୁଧବାର : ଜାଣନ୍ତୁ ଆଜିର ଦିନଟି କେଉଁ ରାଶି ପାଇଁ କିଭଳି ରହିବ

ମେଶ – ସାହାସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ । ପତ୍ନୀଙ୍କ ସ୍ୱାସ୍ଥ୍ୟ ହାନିର ସମ୍ଭାବନା ଅଛି । ସଙ୍ଗୀତ ପ୍ରିୟ ହେବେ । ଉପଯୁକ୍ତ କର୍ମାନୁରକ୍ତ ହେବେ । ଯଶସ୍ୱୀ ହେବେ ।

ବୃଷ – ନିଜକୁ ନିଜେ ସନ୍ତ୍ୱନା ଦେବେ । ବନ୍ଧୁ ମିଳନର ସୁଯୋଗ ଅଛି । ସୁଖ କର ଘଟଣା ମାନ ଘଟିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି ।

ମିଥୁନ – ଆୟ ଆଶାନୁରୂପ ହେବ । ବେଳେବେଳେ ଅସହାୟତା ପ୍ରକାଶ କରିପାରନ୍ତି । ଶତ୍ରୁ ପରାଜିତ ହେବ । ମାନସିକ ଶାନ୍ତି ଫେରି ପାଇବେ । ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି ।

କର୍କଟ- ଚାଷ କାର୍ଯ୍ୟରେ ଉନ୍ନତି ଘଟିବ । ବିଚାର ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁ-ସମ୍ବାଦ ପାଇ ଖୁସି ହେବେ ।

ସିଂହ – ଗୃହରୁ ବିବାଦର ସୂତ୍ରପାତ ହୋଇପାରେ । ଦ୍ରବ୍ୟନଷ୍ଟ ହେବାର ସମ୍ଭାବନା ଅଛି । କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ । ଅଧିକ ଶ୍ରମ ସ୍ୱୀକାର କରିବାକୁ ପଡିବ ।

କନ୍ୟା – ବନ୍ଧୁ ସହାୟତା ମିଳିପାରେ । ପରଚର୍ଚ୍ଚାରେ ନିରତ ହେବେ । ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଦିଅଁ ଦର୍ଶନର ସୁଯୋଗ ଅଛି ।

ତୁଳା – ଉପୁଜି ଥିବା ସମସ୍ୟାର ନିଜେ ସମାଧାନ ନିଜେ କରିପାରନ୍ତି । ଆଶାବାଦୀ ହେବେ । ଶ୍ରେଷ୍ଠ ପଦାଧିକାରୀ ହେବାର ସୂଚନା ମିଳୁଛି । ତେଜୀୟାନ ହେବେ । ଧର୍ମ-ମତି ହୋଇପାରନ୍ତି ।

ବିଛା – ସତ୍ ପ୍ରେରଣା ପାଇଁ କୃତଜ୍ଞ ହେବେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ ହେବେ ।

ଧନୁ – ଯୋଜନାବଦ୍ଧ ଭାବେ କାର୍ଯ୍ୟ ହାସଲ ପାଇଁ ଚେଷ୍ଟା ଚଳାଇବେ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ସବୁଠୁ ଭଲ ।

ମକର – ନୂତନ ଆୟପନ୍ଥା ଆବିଷ୍କାର କରିପାରନ୍ତି ଓ ତାହା ଫଳପ୍ରସୂ ହେବ । ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ଅର୍ଥ ପ୍ରାପ୍ତ ହେବେ ।

କୁମ୍ଭ – ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡିବ । ଅଧିକ ଶ୍ରମ ସ୍ୱୀକାର କଲେ ବି ତା’ର ମୂଲ୍ୟାଙ୍କନ ହେବ । ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ ।

ମୀନ – ଭ୍ରମଣ ଯୋଗ ଅଛି । କାର୍ଯ୍ୟରେ ସଫଳତା ମିଳିବ । ଅଧିକ କ୍ଷମତା ହାତକୁ ଆଣି ତା’ର ସଦ୍ବ୍ୟବହାର କରିବେ । ବିବାଦୀୟ ଘଟଣାରେ ବିଜୟୀ ହେବେ ।

194 Views

   ସମ୍ବନ୍ଧିତ ଖବର