ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ, ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ନେଇ ହେବ ସମୀକ୍ଷା

Published By : Prameya-News7 Bureau | April 27, 2020 IST

ନୂଆଦିଲ୍ଲୀ ୨୭।୦୪: ଆଜି ପୁଣି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ ୧୦ ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି । କରୋନା ସମସ୍ୟା ଏହାର ମୁକାବିଲା, ଲକ୍ଡ଼ାଉନ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ବିଚାରବିମର୍ଶକରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀଙ୍କ ସହ ୩ଟି ମୁଖ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିପାରନ୍ତି ।

{"id":260698,"sizeSlug":"large"}

ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ସଂକ୍ରମଣର ସ୍ଥିତି ଏବଂ ନୂତନ କଣ୍ଟେନମେଣ୍ଟ ଜୋନ୍ ଗଠନକୁ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ମଧ୍ୟ ଆଲୋଚନା କରାଯିବ । ଏଥି ସହିତ ଏପ୍ରିଲ ୨୦ ତାରିଖ ଦିନ ଗୃହମନ୍ତ୍ରାଳୟ ପକ୍ଷରୁ ରାଜ୍ୟମାନଙ୍କ ପାଇଁ ଦିଆଯାଇଥିବା ଗାଇଡଲାଇନ ସମ୍ପର୍କରେ ମଧ୍ୟ ଆଲୋଚନା କରିବା ବୋଲି ଜଣାପଡିଛି । ସେହିପରି ମେ ୩ ତାରିଖ ପରେ ନିଆଯିବାକୁ ଥିବା ପଦକ୍ଷେପଗୁଡିକ ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ। ଏହା ସହ ବର୍ତ୍ତମାନ ଦେଶରେ ଚାଲିଥିବା ଲକଡାଉନ୍ ସ୍ଥିତିକୁ ନେଇ ମଧ୍ୟ ଏହି ବୈଠକରେ ଆଲୋଚନା କରାଯିବ।

{"id":260699,"sizeSlug":"large"}

ପୂର୍ବରୁ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଲକଡାଉନ ଘୋଷଣା କରିଥିଲେ । ସେହିପରି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ପ୍ରଧାନମନ୍ତ୍ରୀ ଲକଡାଉନ ଅବଧି ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଲକଡାଉନ ଶେଷ ହେବାପାଇଁ ଗୋଟିଏ ସପ୍ତାହ ବାକିଥିବା ବେଳେ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏହି ଆଲୋଚନାକୁ ବେଶ ଗୁରୁତ୍ବ ପ୍ରଦାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.