୧୪ ଦିନର ଅପେକ୍ଷା ପରେ ମହାପ୍ରଭୁଙ୍କ ଦର୍ଶନ କରି ଭକ୍ତଗଣ ଏବେ ଆଶ୍ୱସ୍ତ

Published By : Prameya-News7 Bureau | July 13, 2018 IST

ଆଜି ଥିଲା ମହାପ୍ରଭୁଙ୍କ ନବଯୌବନ ଦର୍ଶନ। ୧୪ ଦିନର ଅଣସର ପରେ ଆଜି ମହାପ୍ରଭୁ ନୂଆ ରୁପରେ ଦର୍ଶନ ଦେଇଥିଲେ ଭକ୍ତଙ୍କୁ। ନୀତିରେ ଶୃଙ୍ଖଳା ଯୋଗୁ ନିର୍ଦ୍ଧାରିତ ସମୟର ପ୍ରାୟ ଏକ ଘଣ୍ଟା ପୂର୍ବରୁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିଥିଲେ ଭକ୍ତ। ଅପରାହ୍ନରେ ରଥ ଆଜ୍ଞାମାଳ ବିଜେ ହେବା ପରେ ପ୍ରସ୍ତୁତ ତିନିରଥକୁ ସିଂହଦ୍ୱାର ନିକଟକୁ ଟଣାଯାଇଥିଲା। ୧୪ ଦିନର ଅଣସର ପରେ ମହାପ୍ରଭୁ ଆଜି ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ଭକ୍ତଙ୍କୁ। ନୀତିରେ ଶୃଙ୍ଖଳା ଯୋଗୁ ନିର୍ଦ୍ଧାରିତ ୬.୧୦ ରେ ମଙ୍ଗଳ ଆଳତୀ ଶେଷ ହେବାପରେ ଅବକାଶ ପୂଜା ହୋଇ ଆରମ୍ଭ ହୋଇଥିଲା ପାରିମାଣିକ ଟିକେଟ ଦର୍ଶନ। ନିର୍ଦ୍ଧାରିତ ସମୟର ପ୍ରାୟ ଅଧଘଣ୍ଟା ପୂର୍ବରୁ ଟିକେଟ ଦର୍ଶନ ଆରମ୍ଭ ହୋଇଥିବାବେଳେ ପ୍ରାୟ ଏକ ଘଣ୍ଟା ପୂର୍ବରୁ ଅର୍ଥାତ୍ ୮.୧୦ ରେ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ। ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଆନନ୍ଦ ଉତ୍ସାହର ସହ ମହାପ୍ରଭୁଙ୍କ ନବଯୌବନ ଦର୍ଶନରେ ସାମିଲ ଥିଲେ। ଅପରାହ୍ନରେ ସକାଳ ଧୂପ ଅନୁଷ୍ଠିତ ହେବାପରେ ରଥଖଳାକୁ ଆଜ୍ଞାମାଳ ବିଜେ ହୋଇଥିଲା। ୩ ରଥର ପୂଜାପଣ୍ତା ସାମନ୍ତଙ୍କ ଦ୍ୱାରା ରଥ ଆଜ୍ଞାମାଳ ବିଜେପରେ ଆରମ୍ଭ ହୋଇଥିଲା ରଥଖଳାରୁ ସିଂହଦ୍ୱାରକୁ ରଥଟଣା। ପରମ୍ପରା ଅନୁଯାୟୀ ପ୍ରଥମେ ନନ୍ଦିଘୋଷ, ପରେ ଦେବଦଳନ ଓ ଶେଷରେ ତାଳଧ୍ୱଜ ରଥ ଟଣାଯାଇ ସିଂହଦ୍ୱାରକୁ ଅଣାଯାଇଥିଲା। ୩ ରଥ ସହ ପଥ ଏବେ ପ୍ରସ୍ତୁତ ଥିବାବେଳେ ଆସନ୍ତା କାଲି ରଥଯାତ୍ରାକୁ ସମସ୍ତ ଭକ୍ତଙ୍କ ଅପେକ୍ଷା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.