ଅଂଶୁଘାତରେ ୩ଜଣଙ୍କ ମୃତ୍ୟୁ ଅଭିଯୋଗ
12/06/2019 at 4:11 PM

ବରଗଡ ୧୨|୬: ପଶ୍ଚିମ ଓଡିଶା ରେ ତାପମାତ୍ର ଅସହ୍ୟ ଭାବେ ବୃଦ୍ଧି ପାଇଥିବା ବେଳେ ଆଜି ଅଂଶୁଘାତରେ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ତିନି ଜଣଙ୍କର ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ବରଗଡ଼ ସଦର ଥାନା ଅନ୍ତର୍ଗତ ନୁଆ ସରସରା ଗ୍ରାମର ଗ୍ରନ୍ଥ ପ୍ରଧାନଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି । ଗ୍ରନ୍ଥ ନିଜ ଶ୍ବଶୁର ଘର ଚକରକେନ୍ଦ୍ ଗ୍ରାମକୁ ଯାଇଥିବା ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ବରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସେହିପରି ଗାଇସିଲେଟ ଥାନା ଟେଙ୍ଗାନପାଲି ଗାଁର ସହଦେବ ବରିହାଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅସୁସ୍ଥ ସହଦେବଙ୍କୁ ବରଗଡ ଡାକ୍ତରଖାନାକୁ ଅଣାଯିବା ବେଳେ ରାସ୍ତାରେ ସହଦେବଙ୍କ ମୃତ୍ୟୁ ଘଟିଥିଲା । ଟାଉନ୍ ଥାନା ପୋଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଅନ୍ୟ ଜଣେ ବ୍ୟକ୍ତି ବରଗଡ଼ ରେଳ ଷ୍ଟେସନରେ କୌଣସି ଏକ ସ୍ଥାନକୁ ଯିବାପାଇଁ ରେଳ ଷ୍ଟେସନ ବେଞ୍ଚରେ ବସିଥିବାବେଳେ ସେ ସେଠାରେ ଟଳି ପଡିଛନ୍ତି । ଲୁ ପ୍ରବାହ ଯୋଗୁଁ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ନଥିବା ବେଳେ ସିଆରପିଏଫ ଓ ରେଳ ବିଭାଗର ଆବହେଳାକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ ।