ଆଗକୁ ବଲିଉଡରେ ରାଜ କରିବେ ଏହି ସୁନ୍ଦରୀମାନେ
22/09/2019 at 11:25 AM

ଆଜିକାଲି ସୋସିଆଲ ମିଡିଆ ମାଧ୍ୟମରେ ଅନେକ ଲୋକ ଫେମସ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଏମିତି କଳାକାର ଅଛନ୍ତି ଯିଏ ଖୁବ କମ ଦିନରେ ନିଜ ପରିଶ୍ରମ ଯୋଗୁଁ ବଲିଉଡରେ ଡେବ୍ୟୁ କରିବେ। ତେବେ କିଛି ସୁନ୍ଦରୀମାନଙ୍କୁ ଭାରତୀୟ ସିନେମା ଜଗତର ଭବିଶ୍ୟ ବୋଲି କୁହାଯାଇପାରିବ। ଆସନ୍ତୁ ନଜର ପକାଇବା ଏହି ଯୁବ ଷ୍ଟାରଙ୍କ ଉପରେ।
୧- ଗରିମା ଚୌରାସିୟା (ଗିମା ଆଶୀ)

୨୨ ବର୍ଷିୟ ମଡେଲ ଗରିମା ସୋସିଆଲ ମିଡିଆରେ ଗିମା ଆଶୀ ନାଁରେ ଜଣାଶୁଣା। ୧୯୯୭ ମସିହା ଅଗଷ୍ଟ ମାସ ୨୮ ତାରିଖ ଦିଲ୍ଲୀରେ ଗରିମାଙ୍କ ଜନ୍ମ ହୋଇଥିଲା। ସୋସିଆଲ ମିଡିଆରେ ଟିକ୍ଟକ୍ ଆପ ଦ୍ବାରା ସେ ଫେମସ ହୋଇଛନ୍ତି। “ମଚାଏଙ୍ଗେ” ଗୀତରେ ଭିଡିଓ କରି ସେ ନିଜ ଡାନ୍ସ ଓ ଏକ୍ସପ୍ରେସନ ପାଇଁ ଚର୍ଚ୍ଚାରେ ଥିଲେ। ଗରିମା ଜଣେ ଭାରତୀୟ ମଡେଲ। ଗରିମାଙ୍କର ଟିକ୍ଟକ୍ ଓ ଇନ୍ଷ୍ଟାଗ୍ରାମରେ ବହୁତ ଅଧିକ ଫ୍ୟାନ୍ ଫଲୋଇଂ ଅଛନ୍ତି।ଏହା ପରେ ଗରିମା ଗୋଟେ ପଂଜାବୀ ଆଲବମ୍ରେ କାମ କରିଛନ୍ତି। ଦିନକୁ ଦିନ ତାଙ୍କ ଫ୍ୟାନ୍ ଫଲୋଇଂ ବଢିବାରେ ଲାଗିଛନ୍ତି। ଗରିମା ଖୁବ ଶୀଘ୍ର ବଲିଉଡରେ ମଧ୍ୟ ଏଣ୍ଟ୍ରି କରିପାରନ୍ତି।
୨- ଅବନୀତ କୌର

ଛୋଟ ପରଦାର ଅଭିନେତ୍ରୀ ଅବନୀତ କୌର “ଅଲ୍ଲାଦିନ” ଧାରାବାହିକ ଯୋଗୁଁ ବେଶ ପ୍ରତିଷ୍ଠା ଲାଭ କରିଥିଲେ।୨୦୦୧ ମସିହା ଅକ୍ଟୋବର ମାସ ୧୩ ତାରିଖରେ ଅବନୀତଙ୍କ ଜନ୍ମ ହୋଇଥିଲା। ଟିକ୍ ଟକ୍ ଭିଡିଓ କରି ସେ ଅଧିକ ଚର୍ଚ୍ଚାରେ ରୁହନ୍ତି। ଅବନୀତଙ୍କର ଇନ୍ଷ୍ଟାଗ୍ରାମରେ ୫୦ ଲକ୍ଷରୁ ଅଧିକ ଫ୍ୟାନ୍ ଫଲୋଅର୍ସ ଅଛନ୍ତି। ବଡ ବଡ ବ୍ରାଣ୍ଡର ସ୍ପନଶରସିପ କରନ୍ତି ଅବନୀତ। ଏହି ବୟସରେ ସେ ଅନେକ ସଫଳତା ହାସଲ କରିସାରିଲେଣି। ଯଦି ଏଭଳି ପରିଶ୍ରମ ସେ ଆଗକୁ କରିବେ ତାହେଲେ ଖୁବ ଶୀଘ୍ର ସେ ବଲିଉଡରେ ପାଦ ଦେବେ।
୩- ଜନ୍ନତ ଜୁବେର

ଟିଭି ଅଭିନେତ୍ରୀ ଜନ୍ନତ ଜୁବେର ତାଙ୍କ ଅଭିନୟ ପାଇଁ ପରିଚିତ। ୨୦୦୨ ମସିହା ଅଗଷ୍ଟ ମାସ ୨୯ ତାରିଖରେ ତାଙ୍କ ଜନ୍ମ ହୋଇଥିଲା। କମ ବୟସରୁ ଟେଲିଭିଜନ ଜଗତରେ ପାଦ ଦେଇ ସେ ଅନେକ ଲୋକଙ୍କ ମନରେ ରାଜ କରନ୍ତି। ଏବେ ଜନ୍ନତ ଟିକ୍ଟକ୍ରେ ଭିଡିଓ କରିବା ପାଇଁ ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି। ଇନ୍ଷ୍ଟାଗ୍ରାମରେ ଜନ୍ନତଙ୍କୁ ୭୫ ଲକ୍ଷରୁ ଅଧିକ ଫ୍ୟାନ ଫଲୋ କରନ୍ତି। ଏବେ କିଛି ଦିନ ତଳେ ଜନ୍ନତଙ୍କ ମ୍ୟୁଜିକ ଭିଡିଓ ରିଲିଜ ହୋଇଛି। ଏହି ଗୀତରେ ସେ ଗାୟକ ମିଲିନ୍ଦ ଗାବାଙ୍କ ସହ ନଜର ଆସିଛନ୍ତି। ଏହା ବ୍ୟତୀତ ଟିକ୍ଟକ୍ ଷ୍ଟାର ଫୈସୁଙ୍କ ସହ ସେ ଆଲବମ୍ରେ ମଧ୍ୟ କାମ କରିଛନ୍ତି।