BCCIକୁ ନିଶାଣ କଲେ ପୂର୍ବତନ ମୁଖ୍ୟ ଚୟନକର୍ତ୍ତା, କହିଲେ-ଟିମ୍ ଚୟନରେ ହୋଇଛି ପକ୍ଷପାତିତା

Published By : Prameya-News7 Bureau | May 02, 2024 IST

ନୂଆଦିଲ୍ଲୀ: ଭାରତର ପୂର୍ବତନ ମହାନ ବ୍ୟାଟର କୃଷ୍ଣମାଚାରୀ ଶ୍ରୀକାନ୍ତ ଆଗାମୀ ଟି-୨୦ ବିଶ୍ୱକପ୍ ୨୦୨୪ ପାଇଁ ଖେଳାଳି ଚୟନକୁ ନେଇ ବିସିସିଆଇକୁ ନିଶାଣ କରିଛନ୍ତି । ଆଇପିଏଲ୍ ୨୦୨୪ରେ ଋତୁରାଜ ଗାଏକୱାଡ୍ ଲଗାତାର ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ ଭାରତୀୟ ଟିମରେ ସାମିଲ କରାନଯିବାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାସହ ଶୁଭମନ ଗିଲଙ୍କୁ ରିଜର୍ଭ ଖେଳାଳିଙ୍କ ଲିଷ୍ଟରେ ରଖାଯାଇଥିବାରୁ ସେ ଅସନ୍ତୋଷ ଅଛନ୍ତି । ଶ୍ରୀକାନ୍ତ ଟିମ୍ ମ୍ୟାନେଜମେଣ୍ଟ ଉପରେ ପକ୍ଷପାତିତାର ଅଭିଯୋଗ ଲଗାଇଛନ୍ତି । ଏବଂ କହିଛନ୍ତି ଯେ କୌଣସି ଫର୍ମାଟରେ ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ ଗିଲଙ୍କୁ ସୁଯୋଗ ମିଳୁଛି ।

୨୦୧୧ ବିଶ୍ୱକପର ମୁଖ୍ୟ ଚୟନକର୍ତ୍ତା ଶ୍ରୀକାନ୍ତ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି, ଶୁଭମନ ଗିଲ୍ ଆଉଟ୍ ଅଫ୍ ଫର୍ମ ଅଛନ୍ତି, ତଥାପି ତାଙ୍କୁ କାହିଁକି ଚୟନ କରାଗଲା ? ଏଥିରେ କୌଣସି ସନ୍ଦେହ ନାହିଁ ଯେ ଋତୁରାଜ ଗାଏକୱାଡ଼ଙ ଗୋଟିଏ ସ୍ଥାନ ପାଇଁ ହକଦାର ଥିଲେ । ଶୁଭମନ ଗିଲ୍ ଚୟନକର୍ତ୍ତାଙ୍କ ପାଇଁ ପସନ୍ଦର ଖେଳାଳି । ବିଫଳ ହେବା ପରେ ବି ତାଙ୍କୁ ସୁଯୋଗ ମିଳେ । ଟେଷ୍ଟ, ଦିନିକିଆ ଏବଂ ଟି-୨୦ରେ ଅସଫଳ ହେବା ପରେ ତାଙ୍କୁ ସ୍ଥାନ ମିଳୁଛି । ଚୟନରେ ଅଧିକ ପକ୍ଷପାତ କରାଯାଉଛି । ଟିମର ଚୟନ ସମ୍ପୂର୍ଣ୍ଣ ରୂପେ ପକ୍ଷପାତରେ ଆଧାରିତ ।

ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଭାରତୀୟ ଟିମ ପାଇଁ ରିଙ୍କୁ ନାଁ ଚର୍ଚ୍ଚାରେ ରହିଥିଲା, କିନ୍ତୁ ଟିମରେ ସ୍ଥାନ ମିଳିଲା ନାହିଁ । ତାଙ୍କୁ ମଧ୍ୟ ରିଜର୍ଭ ଖେଳାଳିଙ୍କ ଲିଷ୍ଟରେ ରଖାଯାଇଛି । ଏହା ବୋର୍ଡ ଏବଂ ଚୟନକର୍ତ୍ତାଙ୍କ ଏପରି ଏକ ନିଷ୍ପତ୍ତି ଯାହାକୁ ପ୍ରଶଂସକ ଏବଂ ଅନେକ ସମୀକ୍ଷକଙ୍କ ଦ୍ୱାରା ଆଲୋଚନା କରାଯାଉଛି । ରିଙ୍କୁ ସିଂ ଭାରତ ପାଇଁ ୨୦୨୩ ଅଗଷ୍ଟରେ ଡେବ୍ୟୁ କରିଥିଲେ ଏବଂ ଏହାପରେ ୧୫ଟି ଟି-୨୦ ଇଣ୍ଟରନ୍ୟାସନାଲ ଖେଳିଛନ୍ତି । ଏଥିରୁ ୧୧ଟି ପାଳିରେ ବ୍ୟାଟିଂ କରି ୭ଟିରେ ଅପରାଜିତ ଅଛନ୍ତି । ସେ ୧୭୬ ଷ୍ଟ୍ରାଇକରେଟ୍‌ରେ ୩୫୬ ରନ୍ କରିଛନ୍ତି । ଏଥିରେ ତାଙ୍କର ବ୍ୟାଟରୁ ଦୁଇଟି ଅର୍ଦ୍ଧଶତକ ବାହାରିଛି । ତଥାପି ଟିମରେ ତାଙ୍କର ଚୟନ ହୋଇ ନାହିଁ ।  

  • cricket
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.