Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ଋଣ ବଜାରର ସମ୍ରାଟ ଚୀନ୍‌, ଫାଶରେ ବିଶାଉନ୍ମୁଖୀ ଓ ପ୍ରଗତିଶୀଳ ଦେଶ

3/06/2020 at 2:33 PM

ନୂଆଦିଲ୍ଲୀ ୦୩।୦୬ : ବିଶ୍ୱ ବ୍ୟାପାର କ୍ଷେତ୍ରରେ ଚୀନ୍‌ର ଭୂମିକାକୁ ନେଇ ସବୁବେଳେ ଚର୍ଚ୍ଚା ରହିଥାଏ । ନିଜର ଚାତୁରୀ ତଥା ରଣନୀତି ଜରିଆରେ ଏହା ବିଶ୍ୱ ବାଣିଜ୍ୟର ସିଂହଭାଗ ନିଜ କବ୍‌ଜାରେ ରଖିଛି । ବିକାଶମୁଖୀ ରାଷ୍ଟ୍ରଗୁଡିକରେ ସଡ଼କ, ବନ୍ଦର ଏବଂ ରେଳ ଲାଇନ୍‌ ନିର୍ମାଣ ଆଳରେ ଏହା ସେମାନଙ୍କଠାରୁ ବିପୁଳ ଅର୍ଥ ଶୋଷଣ କରୁଛି । ମହାଦେଶଗୁଡିକରେ ଏହା ନିଜର ପହଞ୍ଚକୁ ବଢ଼ାଇ ଚାଲିଛି । ଗତ ଦୁଇ ଦଶନ୍ଧିରେ ଚୀନ୍‌ ବିଶ୍ୱର ସର୍ବବୃହତ୍‌ ଋଣ ପ୍ରଦାନକାରୀ ପାଲଟିଛି । ବିଶ୍ୱ ଋଣ ବଜାରର ସମ୍ରାଟ ସାଜିଛି ଚୀନ୍‌ ।

ତେବେ ଏହାର ଟାର୍ଗେଟ୍‌ରେ ରହିଛନ୍ତି ବିକାଶମୁଖୀ ଏବଂ ସ୍ୱଳ୍ପ ଆୟକାରୀ ରାଷ୍ଟ୍ର । ଯେଉଁମାନଙ୍କୁ ଋଣ ଦେଲେ ଋଣ ଖିଲାପୀ ଆଶଙ୍କା ଅଧିକ ରହିଛି ସେମାନଙ୍କୁ ଚୀନ୍‌ ବନ୍ଧକ ଆଧାରରେ ଋଣ ଦେଉଛି । ଅନୁଚିତ କୁଟନୀତି ପାଇଁ ଏହି ରାଷ୍ଟ୍ର ବିଛାଉଛି ଋଣଫାଶ । ଋଣ ଶୁଝି ନ ପାରିଲେ ଦେଶଗୁଡିକଠାରୁ ଅନୈତିକ ଅର୍ଥନୈତିକ ଏବଂ ରାଜନୈତିକ ଫାଇଦା ଉଠାଇବା ଆଳରେ ରହିଛି ବିଶ୍ୱର ଦ୍ୱିତୀୟ ବୃହତ୍‌ ଅର୍ଥନୀତି ଚୀନ୍‌ । ବିଭିନ୍ନ ରାଷ୍ଟ୍ରଗୁଡିକ ଉପରେ ଚୀନ୍‌ର ଯେତିକି ବକେୟା ରହିଛି ତାହା ବିଶ୍ୱର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୬%ରୁ ଅଧିକ । ୨୦୦୦ରୁ ୨୦୧୭ ମଧ୍ୟରେ ଚୀନ୍‌ ସହିତ ବିଶ୍ୱର ଋଣ ଭାର ୫୦୦୦୦ କୋଟି ଡଲାରରୁ ୫ ଲକ୍ଷ କୋଟି ଡଲାର ଟପିଯାଇଛି ।

ଗବେଷକଙ୍କ ଅନୁସାରେ ଚୀନ୍‌ ଏବଂ ଏହାର ସହଯୋଗୀମାନେ ୧୫୦ ରାଷ୍ଟ୍ରଙ୍କୁ ସିଧାସଳଖ ଭାବେ ୧.୫ ଲକ୍ଷ କୋଟି ଡଲାର ଋଣ ଦେଇଛନ୍ତି । ଋଣ ଯୋଗାଣରେ ଚୀନ୍‌ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଏବଂ ବିଶ୍ୱବ୍ୟାଙ୍କକୁ ଅତିକ୍ରମ କରିଛି । ଏହା ୨୦୦୦୦ କୋଟି ଡଲାରର ଋଣ ମଧ୍ୟ ଦେଇଛି, ଯାହାର ତଥ୍ୟ ଏହା ଲୁଚାଇଛି । ତେବେ ବର୍ଷ ବର୍ଷ ଧରି ଅନ୍ତର୍ଜାତୀୟ ଋଣ ତଥ୍ୟକୁ ନେଇ ଚୀନ୍‌ ଆଦୌ ସ୍ୱଚ୍ଛତା ଅବଲମ୍ବନ କରୁନାହିଁ । ଆଇଏମ୍‌ଏଫ୍‌ ହେଉ କିମ୍ବା ପ୍ୟାରିସ୍‌ କ୍ଲବ୍‌ ଅବା ଘରୋଇ ତଥ୍ୟ ଯୋଗାଣକାରୀ ଏହା କାହାକୁ ନିଜର ଅନ୍ତର୍ଜାତୀୟ ଋଣ ନେଇ ସ୍ପଷ୍ଟ ତଥ୍ୟ ଦେଉନାହିଁ । ଚୀନ୍‌ର ବୃହତ୍‌ ଭାଗ ଋଣ ଅନ୍ତର୍ଜାତୀୟ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ବାହାରେ ରହିଛି ।

ଚୀନ୍‌ କହୁଛି ଯେ, ଭିତ୍ତିଭୂମି ବିକାଶ ଦ୍ୱାରା ବିକାଶମୁଖୀ ଦେଶଗୁଡିକ ଉପକୃତ ହେବେ । କିନ୍ତୁ ସମାଲୋଚକ ଅଭିଯୋଗ କରୁଛନ୍ତି ଯେ, ଚୀନ୍‌ ଅନ୍ୟ ରାଷ୍ଟ୍ରଗୁଡିକ ଉପରେ ଅନୁଚିତ ପ୍ରଭାବ ବିସ୍ତାର କରୁଛି । ଅଧିକାଂଶ ରାଷ୍ଟ୍ର ଚୀନ୍‌ ସହ କରିଥିବା ଚୁକ୍ତି ବିଷୟରେ ପୁନର୍ବିଚାର କରୁଛନ୍ତି । ଏମାନଙ୍କ ଅଭିଯୋଗ ହେଉଛି, ଚୀନ୍‌ ପ୍ରକଳ୍ପଗୁଡିକର ପ୍ରକୃତ ମୂଲ୍ୟଠାରୁ ଅଧିକ ଆର୍ଥିକ ଶୋଷଣ କରୁଛି । ତେବେ ଚୀନ୍‌ର ଉଦ୍ଦେଶ୍ୟ ହେଉଛି ଉକ୍ତ ଦେଶଗୁଡିକଠାରୁ ଅର୍ଥନୈତିକ ଏବଂ ରାଜନୈତିକ ଲାଭ ଉଠାଇବା । ଏହାକୁ ‘ଡେଟ୍‌ ଟ୍ରାପ୍‌ ଡିପ୍ଲୋମାସି’ ବା କୁଟନୀତି ଲାଗି ଋଣ ଫାଶ ବୋଲି କୁହାଯାଉଛି । ଚୀନ୍‌ର ବେଲ୍‌ଟ ଆଣ୍ଡ୍‌ ରୋଡ୍‌ ଇନିସିଏଟିଭ୍‌କୁ ଏଭଳି ଆଖ୍ୟା ଦେଉଛନ୍ତି ସମାଲୋଚକ । ସଡ଼କ ଏବଂ ଭିତ୍ତିଭୂମି ବିକାଶ ନାଁରେ ଚୀନ୍‌ ବିକାଶମୁଖୀ ରାଷ୍ଟ୍ରଗୁଡିକରେ ଅନୁଚିତ ପ୍ରଭାବ ବିସ୍ତାର କରିବା ଆଳରେ ରହିଛି । ଗବେଷଣାରୁ ଜଣାଯାଇଛି ଯେ, ଚୀନର ଅନ୍ତରାଷ୍ଟ୍ରୀୟ ଋଣ ଚିତ୍ର ସମ୍ପୂର୍ଣ୍ଣ ଅସ୍ପଷ୍ଟ । ଫଳରେ ଏକ ପ୍ରକାର ‘ଉହ୍ୟ ଋଣ’ ସମସ୍ୟା ସୃଷ୍ଟି ହୋଇଛି । ଚୀନ୍‌ଠାରୁ କେତେ ସଂଖ୍ୟକ ଦେଶ ଋଣ ନେଇଛନ୍ତି ଏବଂ କେଉଁ ପରିସ୍ଥିତିରେ ଋଣ ନେଇଛନ୍ତି ତାହା ଜଣାନାହିଁ । କିଏଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ପ୍ରଫେସର କ୍ରିଷ୍ଟୋଫ ଟ୍ରେବେସ୍‌ କୁହନ୍ତି, ଚୀନ୍‌ର ଅସ୍ପଷ୍ଟ ଋଣ ପ୍ରଦାନ ରଣନୀତି ଯୋଗୁ ନିବେଶକ ଏବଂ ଅନ୍ତର୍ଜାତୀୟ ଋଣ ପ୍ରଦାନକାରୀ ସଂସ୍ଥାଗୁଡିକ ପାଇଁ ଉପଯୁକ୍ତ ନିବେଶ ନିଷ୍ପତ୍ତି ନେବା କଷ୍ଟକର ହେଉଛି । ଅନେକ ଚାଇନିଜ୍‌ ଋଣ ବନ୍ଧକ ରଖି ଦିଆଯାଇଥାଏ । ଚୀନ୍‌ ଏକ ସକ୍ରିୟ ଅନ୍ତରାଷ୍ଟ୍ରୀୟ ଋଣ ପ୍ରଦାନକାରୀ ପାଲଟିଛି । ଏବେ ସମଗ୍ର ବିଶ୍ୱରେ ଋଣ ବାଣ୍ଟୁଛି ଚୀନ୍‌ ।

ବିଶ୍ୱର ପ୍ରମୁଖ ୫୦ ବିକାଶମୁଖୀ ରାଷ୍ଟ୍ରଙ୍କୁ ଏହା ଦେଇଥିବା ଋଣ ପରିମାଣ ୨୦୧୭ରେ ଚୀନ୍‌ ଜିଡିପିର ୧୫%ରୁ ଅଧିକକୁ ବଢ଼ିଯାଇଛି । ୧୨ରୁ ଅଧିକ ରାଷ୍ଟ୍ର ଚୀନ୍‌ଠାରୁ ଯେତିକି ଋଣ ନେଇଛନ୍ତି ତାହା ସେମାନଙ୍କ ଜିଡିପିର ୨୦% ହେବ । ବିଶ୍ଳେଷଣରୁ ଜଣାଯାଇଛି ଯେ,ଚୀନ୍‌ ପକ୍ଷରୁ ବିକାଶମୁଖୀ ରାଷ୍ଟ୍ରଗୁଡିକୁ ଦିଆଯାଇଥିବା ମୋଟ ଋଣ ମଧ୍ୟରୁ ୫୦%କୁ ନେଇ ଏହା ତଥ୍ୟ ଦେଇନାହିଁ । ଚୀନ୍‌ର ଏହି ଋଣ ଫାନ୍ଦ ସମଗ୍ର ବିଶ୍ୱକୁ ବୁଡ଼ାଇବା ଥୟ ।

   Related Posts