Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ନିର୍ଦ୍ଦେଶ: ଆସନ୍ତା ୨୦ ତାରିଖରୁ ଆଦାୟ ହେବ ଟୋଲ ‘ଫି’

18/04/2020 at 6:11 PM

ନୂଆଦିଲ୍ଲୀ ୧୮/୦୪: ସରକାର ଦେଶରେ ଟ୍ରକ ପରିବହନ ପାଇଁ ମଞ୍ଜୁରୀ ଦେଇଛନ୍ତି। ସରକାରଙ୍କ ମଞ୍ଜୁରୀ ପରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନଏଚଏଆଇ) ଏପ୍ରିଲ ୨୦ ତାରିଖରୁ ଜାତୀୟ ରାଜପଥରେ ଟୋଲ ଆଦାୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି | କରୋନା ଯୋଗୁଁ ଏନଏଚଏଆଇ ମାର୍ଚ୍ଚ ୨୫ ତାରିଖରୁ ସମସ୍ତ ଜାତୀୟ ରାଜପଥରେ ଟୋଲ ଆଦାୟ ବନ୍ଦ କରି ଦେଇଥିଲେ | ଏବେ ପୁଣି ଏନଏଚଏଆଇ ଟୋଲ ଆଦାୟ ପାଇଁ ନିଷ୍ପତ୍ତି ନେଇଛନ୍ତି |

ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟକୁ ଲେଖା ଯାଇଥିବା ଏକ ଚିଠିରେ କୁହାଯାଇଛି ଯେ, ଗୃହ ମନ୍ତ୍ରାଳୟ ଏପ୍ରିଲ ୨୦ ତାରିଖରୁ ଟ୍ରକ ଏବଂ ଜିନିଷପତ୍ର ନେବା ଆଣିବା କରୁଥିବା ବାହାନ ଯାତାୟାତ ପାଇଁ ଅନୁମତି ଦିଆଯାଇଛି | ଏନଏଚଏଆଇକୁ ଗୃହ ମନ୍ତ୍ରାଳୟର ଆଦେଶ ପାଳନ କରି ଏପ୍ରିଲ ୨୦ ତାରିଖରୁ ଟୋଲ ଆଦାୟ ଆରମ୍ଭ କରିବାକୁ ହେବ| ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ ଏପ୍ରିଲ ୨୦ ତାରିଖରୁ ଟୋଲ ଆଦାୟକୁ ବିରୋଧ କରି କହିଛନ୍ତି ଯେ, ଗୋଟେ ପଟେ ସରକାର ସମସ୍ତ ଜରୁରୀ ସାମଗ୍ରୀ ଯୋଗାଣକୁ ସରକାର ନିଶ୍ଚିତ କରିବାକୁ ଚାହୁଁଛନ୍ତି। ଯେଉଁଥିପାଇଁ ସମସ୍ତ ବାଧା ସତ୍ତ୍ବେ ସେମାନେ ଯୋଗାଇବାକୁ ପ୍ରସ୍ତୁତ ଅଛନ୍ତି | ଅପରପକ୍ଷରେ ସାମ୍ପ୍ରତିକ ପରିସ୍ଥିତିରେ ପରିବହନ ବ୍ୟବସାୟ ଭାଙ୍ଗି ଯାଇଥିବା ସ୍ଥଳେ କୌଣସି ରିହାତି ଦେବାକୁ ପ୍ରସ୍ତୁତ ନୁହେଁ | ପରିବହନକାରୀଙ୍କୁ ମଧ୍ୟ ସରକାର କିଛି ସୁବିଧା ଦେବା ଉଚିତ୍ ଯାହାଦ୍ୱାରା ସେମାନେ କିଛି ସାହାଯ୍ୟ ପାଇପାରିବେ।

ସରକାର ଏପ୍ରିଲ ୨୦ ତାରିଖରୁ ସମସ୍ତ ଜିନିଷର ପରିବହନର ଅନୁମତି ଦେଇଛନ୍ତି | ରେଳବାଇ ଜରିଆରେ ଜିନିଷ ଓ ପାର୍ସଲ ପଠା ଯାଇପାରିବ | କାର୍ଗୋ ବିମାନ ସାହାଯ୍ୟରେ ଫସି ରହିଥିବା ଲୋକଙ୍କୁ ସ୍ଥାନରୁ ବାହାର କରାଯିବ | ବନ୍ଦର ଗୁଡିକ ଦେଶ ଭିତରେ ଏବଂ ବାହାରେ ଏଲପିଜି, ଖାଦ୍ୟ ଏବଂ ଚିକିତ୍ସା ସାମଗ୍ରୀ ଯୋଗାଇଦେବେ| ସଡ଼କପଥ ଦେଇ ଆବଶ୍ୟକ ସାମଗ୍ରୀ ପାଇଁ ଟ୍ରକ ଯିବା ଆସିବା କରିବ | ଟ୍ରକରେ ଦୁଇଜଣ ଡ୍ରାଇଭର ଓ ଜଣେ ସହଯୋଗୀ ରହିବାକୁ ଅନୁମତି ଦିଆଯାଇଛି |

   Related Posts