Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ନବୀନ ସରକାରଙ୍କ ଐତିହାସିକ ଘୋଷଣା: ସରକାରୀ ସ୍କୁଲ୍‌ରେ ପଢିଲେ ଡାକ୍ତରୀ ଇଂଜିନିୟରିଂ ପଢାରେ ମିଳିବ ସଂରକ୍ଷଣ

28/12/2020 at 6:55 PM

ଭୁବନେଶ୍ବର୨୮/୧୨: ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ ହୋଇଥିଲା। ଏହି ବୈଠକରେ ନବୀନ ସରକାର ଐତିହାସିକ ଘୋଷଣା କରିଛନ୍ତି।

ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ  ନାମ ଲେଖାଇବା ପାଇଁ ସର୍ବ ଭାରତୀୟ ସ୍ତରରେ ଏନଇଇଟି ଏବଂ ଜେଇଇ  ପରି ଏକକ ପରୀକ୍ଷା ପ୍ରବର୍ତ୍ତନ ପରେ ଓଡିଶାର ସରକାରୀ ହାଇସ୍କୁଲ ଓ କଲେଜମାନଙ୍କରେ ମେଧାବୀ ଛାତ୍ରଛାତ୍ରୀମାନଙ୍କ ସଂଖ୍ୟା ହ୍ରାସ ପାଉଛି। ଏପରି କି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମା​‌ନେ ସ୍ବତନ୍ତ୍ର ତାଲିମ ବାଦ ପଡୁଛନ୍ତି। ଏହି ତାଲିମ ପାଇଁ କୋଚିଂ ସେଣ୍ଟରର ଆବଶ୍ୟକତା ରହିଛି।

ଯାହାକି ଗ୍ରାମାଞ୍ଚଳରେ ସମ୍ଭବ ନୁହେଁ। ତେଣୁ  ଡାକ୍ତରୀ, ଇଞ୍ଜିନିୟରିଂରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ସଂରକ୍ଷଣ ସୁବିଧା​। ଆସନ୍ତା ଶିକ୍ଷା ବର୍ଷରୁ ଏହା ଲାଗୁ ହେବ। ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଗଠନ ହେବ। ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି କମିଟି ଅଧ୍ୟକ୍ଷ ଭାବେ ରହିବେ। ୩ ମାସରେ ସରକାରଙ୍କୁ ରିପୋର୍ଟ ଦେବ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି । କମିଟି ସୁପାରିସକୁ ଆଗାମୀ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ କରାଯିବ ।

   Related Posts