Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଆଉ ରହିବ ନାହିଁ ସଙ୍କଟ, କରୋନା ମୃତକଙ୍କ ଅନ୍ତିମ ସଂସ୍କାର ଲାଗି ସରକାର ଦେବେ ଆର୍ଥିକ ସହାୟତା

20/07/2020 at 7:06 PM

ଭୁବନେଶ୍ୱର୨୦/୭: କରୋନା ଜନିତ ମୃତ୍ୟୁ ପରେ ମୃତଦେହ ସତ୍କାର ଲାଗି ବିଭିନ୍ନ ସମସ୍ୟା ହେଉଛି। ସଂକ୍ରମଣ ଭୟରେ ଅଭାବନୀୟ ଘଟଣା ଘଟୁଛି। ତେବେ ସେହିଭଳି କିଛି ଦୁଃଖଦ ଘଟଣା ସାମ୍ନାକୁ ଆସୁଥିବାରୁ ତାହାର ନିରାକରଣ ଲାଗି ଆଗକୁ ଆସିଛନ୍ତି ସରକାର। କରୋନା ସଂକ୍ରମଣରେ ଯେଉଁ ବ୍ୟକ୍ତିଙ୍କର ମୃତ୍ୟୁ ହେବ, ତାଙ୍କ ଶେଷକୃତ୍ୟ ଲାଗି ମିଳିବ ୭ ହଜାର ୫୦୦ ଟଙ୍କା। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଏହି ଅର୍ଥ କରୋନା ମୃତକଙ୍କ ଶବ ସଂସ୍କାରରେ ନିୟୋଜିତ ବ୍ୟକ୍ତିଙ୍କୁ ଦିଆଯିବ।

କରୋନା ଜନିତ ମୃତ୍ୟୁ, ସଂକ୍ରମଣ ସନ୍ଦିଗ୍ଧଙ୍କ ମୃତ୍ୟୁ ପରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିବାର ନଜୀର ରହିଛି। କେଉଁଠି କରୋନା ସଂକ୍ରମିତ ବା ସନ୍ଦିଗ୍ଧଙ୍କ ଶବ ସତ୍କାର କରିବାକୁ କେହି ଆତ୍ମୀୟ କିମ୍ବା ପଡିଶା ଭୟରେ ଆଗକୁ ଆସୁ ନାହାନ୍ତି। ଏପରି କି କେଉଁଠି ଚାରି କାନ୍ଧ ମିଳିନି ଏବଂ କେଉଁଠି ଗାଁ ଶ୍ମଶାନ ବି ଜାଗା ଦେଇନି। କୋଭିଡ୍ ସଂକ୍ରମଣ ଭୟରେ ଏପରି ଘଟିଥିବା ବେଳେ ସଂକ୍ରମିତଙ୍କ ପରିବାର ମଧ୍ୟ ସାମାଜିକ କଟକଣାର ସମ୍ମୁଖୀନ ହେଉଛନ୍ତି। ଏପରି ସବୁ ବିଭିନ୍ନ ସମସ୍ୟା ବର୍ତ୍ତମାନର ଅସାଧାରଣ ପରିସ୍ଥିତିରେ ଅଭାବନୀୟ ହେଉଥିବା ବେଳେ କରୋନା ସଂକ୍ରମିତଙ୍କ ଶବ ସତ୍କାର ଲାଗି ସହାୟତା ଘୋଷଣା କରିଛନ୍ତି ସରକାର।   

ସୂଚନାଯୋଗ୍ୟ ଯେ ସୋମବାର ଦିନ ରାଜ୍ୟ ସରକାର କରୋନା ଯୋଦ୍ଧା ସ୍ବାସ୍ଥ୍ୟ କର୍ମଚାରୀଙ୍କ ଲାଗି ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ, ଡାକ୍ତରମାନଙ୍କୁ ଦୈନିକ ଏକ ହଜାର ଟଙ୍କା ଲେଖାଏଁ, ନର୍ସ ଓ ଫାର୍ମାସିଷ୍ଟଙ୍କୁ ଦୈନିକ ୫୦୦ ଟଙ୍କା,, ରେଡିଓଗ୍ରାଫର ଓ ଲାବ୍ରୋଟୋରି ଟେକ୍ନିସିଆନଙ୍କୁ ଦୈନିକ ୫୦୦ ଟଙ୍କା ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଦୈନିକ ୨୦୦ ଟଙ୍କା  ଲେଖାଏଁ ପ୍ରୋତ୍ସାହନ ରାଶି ମିଳିବ। ଏ ବାବଦ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଭରଣ କରାଯିବ ।

   Related Posts