କୋଟିଆ ସୀମାରେ ଆନ୍ଧ୍ରର ଫଳକ ପୋତା ଯୋଜନାକୁ ଭଣ୍ଡୁର କଲା ଜିଲ୍ଲା ପ୍ରଶାସନ

Published By : Prameya-News7 Bureau | October 22, 2021 IST

କୋରାପୁଟ ୨୨।୧୦: କୋଟିଆ ସୀମାରେ ମୁତୟନ ଓଡିଶା ପୋଲିସ ଫୋର୍ସ। ସୁନାବେଡା, ସେମିଳିଗୁଡା, ଦାମନଯୋଡି,ପଟାଙ୍ଗି ଥାନା ଅଧିକାରୀଙ୍କ  ସମେତ ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀ କୋଟିଆର ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ସହ ରହିଛନ୍ତି। ଏହାର ଉଦ୍ଦେଶ୍ୟ ଆଜି କୋଟିଆକୁ ଆନ୍ଧ୍ର ଅଧିକାରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଥିଲା ଏବଂ ଆନ୍ଧ୍ର ଯୋଜନାକୁ ଭଣ୍ଡୁର କରିବାର ଥିଲା। ଜିଲ୍ଲା ପ୍ରଶାସନର ଏମିତି ପଦକ୍ଷେପରେ ଆନ୍ଧ୍ରର ଫଳକ ପୋତା ଯୋଜନା ଭଣ୍ଡୁର ହୋଇଛି।

{"id":531424,"sizeSlug":"full","linkDestination":"none"}

ଆନ୍ଧ୍ର ଅଧିକାରୀମାନେ ମାଡକର, ଉପରସେମ୍ବି , ଗଂଜେଇପଦର ଆଦି ସୀମାନ୍ତ ଗ୍ରାମଗୁଡିକରେ ସରକାରୀ କାର୍ଯ୍ୟକ୍ରମ ରଖିଥିଲେ। ଆନ୍ଧ୍ରର କାର୍ଯ୍ୟକ୍ରମକୁ ଚେକମେଟ ଦେବା ସହ ଆଇନଶୃଙ୍ଖଳାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି। କୋଟିଆରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଶୃଙ୍ଖଳାକୁ ବରାଦସ୍ତ କରାଯିବ ନାହିଁ କହିଛନ୍ତି ଜିଲ୍ଲା ପ୍ରଶାସନ। ତା ସହିତ ଆନ୍ଧ୍ର ଏଜେଣ୍ଟ ମାନଙ୍କ ବିରୁଦ୍ଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଅତି ଶୀଘ୍ର ଗ୍ରହଣ କରାଯିବା ନେଇ ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ଅବଦୁଲ ମହମ୍ମଦ ଅଖତର। ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାଇ ରଖିବାକୁ ଦେଇଥିବା  କୋର୍ଟଙ୍କ ନିର୍ଦ୍ଦେଶକୁ କଡାକଡି ଭାବେ କାର୍ଯ୍ୟକାରୀ କରାଯିବ କହିଲେ କୋରାପୁଟ  ଜିଲ୍ଲାପାଳ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.