ସନ୍ନ୍ୟାସୀ ପୁଅ ସହ ବେଡ୍‌ରେ ଥିଲେ ମହିଳା ରାଜନେତା, ସ୍ବାମୀ ରେକର୍ଡ କଲେ ଆପତ୍ତିଜନକ ଭିଡିଓ

Published By : Prameya-News7 Bureau | May 02, 2024 IST

ନୂଆଦିଲ୍ଲୀ: ଥାଇଲାଣ୍ଡର ଜଣେ ରାଜନେତା ନିଜ ପୋଷ୍ୟ ପୁତ୍ର ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ। କୁହାଯାଉଛି ଯେ, ମହିଳାଙ୍କ ସ୍ବାମୀ ଉଭୟଙ୍କୁ ଆପତ୍ତିଜନକ ଅବସ୍ଥାରେ ଧରିଥିଲେ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ମଧ୍ୟ ହେଉଛି। ମାମଲା ଥାଇଲାଣ୍ଡ ବ୍ୟତୀତ ଚୀନରେ ମଧ୍ୟ ମହିଳାଙ୍କ ବେଶ୍‌ ଚର୍ଚ୍ଚା ହେଉଛି। କାରଣ ମହିଳା ଥାଇଲାଣ୍ଡର ଜଣେ ଜଣାଶୁଣା ରାଜନେତା।

ସାଉଥ ଚାଇନା ମର୍ନିଙ୍ଗ ପୋଷ୍ଟର ରିପୋର୍ଟ ଅନୁଯାୟୀ, ୪୫ ବର୍ଷୀୟ ପ୍ରାପାପୋ ଚୀଭାଡକୋହ ନିଜ ପୋଷ୍ୟ ପୁତ୍ର ସହ ଆପତ୍ତିଜନକ ସ୍ଥିତିରେ ଧରାପଡ଼ିଥିଲେ। ପୋଷ୍ୟ ପୁତ୍ରର ନାଁ ୨୪ ବର୍ଷୀୟ ଫ୍ରା ମାହା । ବଡ଼ କଥା ହେଉଛି ସେ ଜଣେ ସନ୍ୟାସୀ। ପ୍ରାପାପୋଙ୍କ ସ୍ବାମୀଙ୍କ ନାଁ ତୀ।

ରିପୋର୍ଟ ଅନୁଯାୟୀ, ମହିଳାଙ୍କ ସ୍ବାମୀ ବାହାରେ ରୁହନ୍ତି। ଆଉ ଏମିତିରେ ତାଙ୍କୁ ମହିଳା ଏବଂ ପୋଷ୍ୟ ପୁଅ ଉପରେ ସନ୍ଦେହ ହୋଇଥିଲା। ଯାହା ପରେ ପ୍ରାୟ ପାଞ୍ଚ ଘଣ୍ଟା ଯାତ୍ରା କରି ସେ ଘରକୁ ଫେରିଥିଲେ। ଆଉ ଘରେ ପହଞ୍ଚି ସେମାନଙ୍କୁ ଆପତ୍ତିଜନକ ସ୍ଥିତିରେ ଧରିଥିଲେ ତୀ। 

ଖାସ କଥା ହେଉଛି ଦମ୍ପତ୍ତି ଫ୍ରାଙ୍କୁ ଗତ ବର୍ଷ ମନ୍ଦିରରୁ ପୋଷ୍ୟ ପୁତ୍ର ଭାବରେ ଗ୍ରହଣ କରିଥିଲେ। ସେତେବେଳେ ମହିଳା ଜଣକ କହିଥିଲେ ଯେ, ତାଙ୍କୁ ଫ୍ରାଙ୍କ ପାଇଁ ଖରାପ ଲାଗୁଛି। ଯାହା ପରେ ଦମ୍ପତ୍ତି ତାଙ୍କୁ ପୋଷ୍ୟ ପୁତ୍ର ଭାବରେ ଗ୍ରହଣ କରିଥିଲେ। ଏବେ ତୀ ଭିକ୍ଷୁକଙ୍କ ଉପରେ ଅଭିଯୋଗ ଆଣୁଛନ୍ତି।

ରିପୋର୍ଟ ଅନୁଯାୟୀ, ଅନେକ ଲୋକ ଏହି ଘଟଣା ସାମ୍‌ନାକୁ ଆସିବା ପରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି ୬୪ ବର୍ଷର ସ୍ବାମୀ, ୪୫ ବର୍ଷର ସ୍ତ୍ରୀ ଏବଂ ୨୪ ବର୍ଷର ପୋଷ୍ୟ ପୁଅ ଯିଏ ସନ୍ୟାସୀ। ଏହା ଖୁବ୍‌ ଅଡ଼ୁଆ କଥା। ଏହା ପୋଷ୍ୟ ଗ୍ରହଣ କରିବା ବଦଳରେ ବଏ ଟଏ ଭଳି ଅଧିକ ଲାଗୁଛି। ଡ୍ରାମାରେ ମଧ୍ୟ ଏଭଳି ସ୍କ୍ରିପ୍ଟ ନଥାଏ।’’ 

ସେପଟେ ଉଭୟ ଏସବୁକୁ ମିଥ୍ୟା ବୋଲି କହିବା ସହ ସେମାନଙ୍କ ମଧ୍ୟରେ ଏଭଳି କିଛି ସମ୍ପର୍କ ନଥିବା କହିଛନ୍ତି। ଘଟଣା ପରେ ପ୍ରାପାପୋଙ୍କୁ ସ୍ଥାନୀୟ ଚାମ୍ବର ଅଫ୍‌ କମର୍ସର ସଭାପତି ମଧ୍ୟ ପଦରୁ ହଟାଯାଇଛି। ଏହା ସହ ଡେମୋକ୍ରାଟ୍‌ ପାର୍ଟୀ  ମଧ୍ୟ ତାଙ୍କୁ ତଦନ୍ତ ସରିବା ପର୍ଯ୍ୟନ୍ତ ସସପେଣ୍ଡ କରିଛି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.