ସିଡିଏ ହସ୍ପିଟାଲରେ ଉତ୍ତେଜନା: ରେଜିଷ୍ଟ୍ରେସନ ପରେ ବି ଦିଆଯାଉନି ଟିକା !

Published By : Prameya-News7 Bureau | April 27, 2021 IST

କଟକ ୨୭/୪: କଟକ ସିଡିଏରେ ଟିକାକରଣକୁ ନେଇ ଉତ୍ତେଜନା । ସିଡିଏ ହସପିଟାଲରେ ତାତିଲେ ଲୋକେ । ଦୀର୍ଘ ସମୟ ଅପେକ୍ଷା ପରେ ବି ଲୋକଙ୍କୁ ମିଳିନଥିଲା ଟିକା । ଫଳରେ ଏହି ଅଭିଯୋଗ କରି ଲୋକେ ଉତ୍ୟକ୍ତ ହୋଇ ହୋହଲ୍ଲା କରିଥିଲେ । ରେଜିଷ୍ଟ୍ରେସନ କରିବା ପରେ ବି ଲୋକଙ୍କୁ ଟିକା ଦିଆଯାଇନଥିଲା । ଏପରିକି ହସପିଟାଲ ଆସିଥିବା ଲୋକଙ୍କୁ ଟିକା ନଦେଇ ଅନ୍ୟ ସ୍ଥାନକୁ ଟିକା ଦେବାପାଇଁ ପଠାଯାଉଥିବା ଅଭିଯୋଗ ହୋଇଥିଲା । ସେପଟେ ଜରୁରୀକାଳୀନ ଭାବେ ସିଆଇଏଫ୍‌ ଏଫ୍‌କୁ ୧୦୦ ଡୋଜ୍‌ ପଠାଯାଉଥିବା ହସପିଟାଲ ପକ୍ଷରୁ କୁହାଯାଇଛି । ଘଟଣାସ୍ଥଳରେ ମର୍କତନଗର ଥାନା ପୋଲିସ ଏସିପି ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.