Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ମାଛ ଧରା କଳିରୁ ଠାକୁର ବନ୍ଦୀ: ୨୭୦ ବର୍ଷର ପୂରାତନ ବଳଦେବଜୀଉ ମନ୍ଦିରରେ ୮ ଦିନ ହେଲା ନୀତିକାନ୍ତି ବନ୍ଦ

11/08/2020 at 7:00 PM

ନୀଳଗିରି୧୧/୮:  ଐତିହାସିକ ବଳଦେବଜୀଉ ଜୀଉ ମନ୍ଦିରରେ ୮ ଦିନ ଧରି ଝୁଲୁଛି ତାଲା। ହିନ୍ଦୁ ଧର୍ମପ୍ରତି କୁଠାରାଘାତ ହେଉଥିବାରୁ ଘଟଣାକୁ ନେଇ ଗାଁରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ମନ୍ଦିର ପୋଖରୀରେ ମାଛ ଧରା ବାରଣକୁ ନେଇ ସେହି ଗାଁର ଜଣେ ବ୍ୟକ୍ତି ବଳଦେବ ମନ୍ଦିର ତାଲା ଝୁଲାଇଥିବା ବେଳେ ସ୍ଥାନୀୟ ପ୍ରଶାସନ ହାତ ଉପରେ ହାତ ଦେଇ ବସିଛି। ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ କାଣ୍ଡଗରଡ଼ିହି ପଞ୍ଚାୟତ ମୁକୁନ୍ଦପୁର ଗ୍ରାମରେ ଐତିହାସିକ ବଳଦେବଜୀଉ ମନ୍ଦିର ରହିଛି। ୧୭୫୦ ମସିହା ତତ୍କାଳୀନ ରାଜା ରାମଚନ୍ଦ୍ର ମର୍ଦରାଜ ହରିଚନ୍ଦନ ନୀଳଗିରି ରାଜବାଟି ସ୍ଥାପନ ବେଳେ ମୁକୁନ୍ଦପୁରରେ ବଳଦେବଜୀଉ ମନ୍ଦିର ସ୍ଥାପନ କରିଥିଲେ।

ସେହିଦିନ ଠାରୁ ରୀତିନୀତିରେ ତିନିଠାକୁର ପୂଜା ପାଇ ଆସୁଛନ୍ତି। ମନ୍ଦିର ପରିଚାଳନା ଦାୟିତ୍ୱ ନୀଳଗିରି ଠାକୁର ମାହାଲ ନେଇଛି। ମନ୍ଦିର ପୂଜକ ଭାବେ ଏବେ କମଳାକାନ୍ତ ଦାଶ ପୂଜା କରିଆସୁଛନ୍ତି। ତାଙ୍କର ପୂର୍ବ ପୁରୁଷମାନେ ଏହି ମନ୍ଦିରରେ ପୂଜା କରୁଥିବା ବେଳେ ସେ କିଛି ଜମି ଚାଷ କରିଥାନ୍ତି। ହେଲେ କୌଣସି କାରଣ ନଥାଇ ତାଙ୍କୁ ସେହି ଗ୍ରାମର ମନ୍ଦିର କଥା ବୁଝାବୁଝି କରୁଥିବାର ଦାବି କରୁଥିବା ଯୋଗାନନ୍ଦ ଦାଶ ତାଙ୍କୁ ମନ୍ଦିର ଆସିବାକୁ ମନା କରିଥିଲେ। ଏପରି କି  ଚାଷ ଜମିକୁ ନେଇ ଏକ ଗାଡ଼ିଆ ଖୋଳିଥିବାର ଅଭିଯୋଗ ଉଠିଛି। ଗତ ୪ ତାରିଖରେ ଠାକୁର ମାହାଲ ଅଧିନରେ ଥିବା ଏକ ପୋଖରୀରୁ ଯୋଗାନନ୍ଦ ଦାଶ ମାଛ ଧରୁଥିବା ବେଳେ ଠାକୁରମାହାଲ ନିର୍ବାହୀ ଅଧିକାରୀ ବାରଣ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସେ ମନ୍ଦିରରେ ତାଲା ଝୁଲାଇ ଦେଇଥିଲେ। ପୂର୍ବରୁ ପୂଜକକୁ ବାରଣ କରି ନିଜେ ପୂଜାକରି ନିଜକୁ ବଂଶାନୁକ୍ରମିକ ପୂଜକ ଦାବି କରି ଆସୁଥିବାରୁ ସେ ବେଆଇନ ଭାବେ ତାଲା ଖୁଲାଇବାରୁ ଠାକୁରଙ୍କ ନୀତିକାନ୍ତି ବନ୍ଦ ରହିଛି।

ମନ୍ଦିରରେ ଠାକୁର ଅପୂଜା ରହିବାରୁ ଗାଁ ପ୍ରତି ଏହା ଅଶୁଭ ସଙ୍କେତ ବୋଲି ଗ୍ରାମବାସୀ ଏକ ବୈଠକ କରିଥିଲେ। ଏ ନେଇ ଠାକୁର ମାହାଲ ନିର୍ବାହୀଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ହେଲେ ୮ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ୮ ଦିନ ଧରି ତିନିଠାକୁର ଅପୂଜା ହୋଇଥିବା ଅଭିଯୋଗ ଉଠିଛି। ଏପରି କି ଆଜି ପବିତ୍ର ଜନ୍ମାଷ୍ଟମୀ ନୀତିପୂଜା ମଧ୍ୟ ଭ୍ରଷ୍ଟ ମଧ୍ୟ ହୋଇଛି। ମନ୍ଦିରକୁ ନେଇ ଅଯଥା ରାଜନୀତି କରୁଥିବା ଏଥିରୁ କ୍ଷାନ୍ତ ନହୋଇ ଯଦି ଘଟଣାର ସମାଧାନ ନହୁଏ।ତା ହେଲେ ବାଧ୍ୟ ହୋଇ ଆନ୍ଦୋଳନ କରାଯିବ ବୋଲି ସେହି ଗ୍ରାମର ଗଣେଶ ବେହେରା, ବରେନ୍ଦ୍ର ବେହେରା, ଲମ୍ବୋଧର ଦାସ, ଶଙ୍କର୍ଷଣ ବେହେରା, କରୁଣାକର ସାମଲ , କୃପାସିନ୍ଧୁ ମହାନ୍ତି, ଅନାଦି ଚରଣ ରାଉତ, ଆନନ୍ଦ ଚନ୍ଦ୍ର ରାଉଳ, ବିଜୟ କୁମାର ବାରିକ ପ୍ରମୁଖ ଚେତାବନୀ ଦେଇଛନ୍ତି।

ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯୋଗାନନ୍ଦ ଦାଶ। ତେବେ ୮ ଦିନ ଅପୂଜା ରହିବା ପରେ ଠାକୁରଙ୍କ ନୀତି ଭ୍ରଷ୍ଟ ହୋଇଥିବା ସ୍ୱୀକାର କରିଛନ୍ତି।ଅପର ପକ୍ଷରେ ଠାକୁର ମାହାଲ ନିର୍ବାହୀ ଅଧିକାରୀଙ୍କ ମତାମତ ନେବା ପରେ ଆସନ୍ତା ଗୁରୁବାର ଠାକୁରମାହାଲର ଟ୍ରଷ୍ଟବୋର୍ଡ ବୈଠକ ବସିବ। ସେହିଦିନ ଘଟଣାର ସମାଧାନ ରୂପକ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।

   Related Posts