Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||
  • ସୋର : ଓଭରଲୋଡିଂ ପାଇଁ ଗଣିଲେ ତଣ୍ଡ, ୩ଲକ୍ଷ ଜରିମନା ଦେଲେ ୬ ଡମ୍ଫର
  • ||

ଲକଡାଉନରେ ବିବାହ କଲେ ତେଲୁଗୁ ସୁପରଷ୍ଟାର ନିଖିଲ ସିଦ୍ଧାର୍ଥ : ନିଜଠୁ ୧୦ବର୍ଷ ସାନ ଡାକ୍ତରଙ୍କୁ କଲେ ବିବାହ

16/05/2020 at 6:51 PM

ମୁମ୍ବାଇ ୧୬/୫: ତେଲୁଗୁ ଅଭିନେତା ନିଖିଲ ସିଦ୍ଧାର୍ଥ ଲକଡାଉନରେ ବିବାହ କରି ନେଇଛନ୍ତି ଏବଂ ତାଙ୍କ ବିବାହ ଫଟୋ ମଧ୍ୟ ଭାଇରାଲ୍ ହୋଇଛି।

୨୦୦୭ମସିହାରେ ‘ହ୍ୟାପ୍ପି ଡେସ’ ଫିଲ୍ମରୁ ପ୍ରସିଦ୍ଧି ପାଇଥିବା ସିଦ୍ଧାର୍ଥ ନିଜଠୁ ୧୦ବର୍ଷ ସାନ ଡାକ୍ତର ପଲ୍ଲବୀ ଶର୍ମାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଦୀର୍ଘ ଦିନ ଧରି ତାଙ୍କ ପ୍ରେମିକା ଥିଲେ। ସେ ଇନଷ୍ଟାଗ୍ରାମ​ରେ ମଙ୍ଗନର କିଛି ଫଟୋ ସେୟାର କରିଛନ୍ତି।

ସିଦ୍ଧାର୍ଥ ବିବାହ ପୂର୍ବରୁ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ଏକ ଫଟୋ ସେୟାର କରିଥିଲେ,ଯେଉଁଠି ସେ କ୍ୟାପସନ୍ ଲେଖିଥିଲେ,ପଲ୍ଲବୀ ଆଣ୍ଡ ନିଖିଲ ମାସ୍କ ହିଅର,ସାନିଟାଇଜର୍ସ ଦେୟାର ଲଭ ଏଭରି ହ୍ବେୟାର।

ସିଲଭର ସ୍କ୍ରିନ୍ ସେଲବ୍ରିଟିଜ ନାମକ ଏକ ଫ୍ୟାନ୍ ପେଜ ଅଭିନେତାଙ୍କ ବିବାହ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି। ଗୋଟିଏ ଫଟୋରେ ଅତିଥିଙ୍କୁ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି।

ସିଦ୍ଧାର୍ଥଙ୍କୁ ୟୁବଥା,ବିଦୁ ଥେଡ଼ା,ସ୍ବାମୀ ରା ରା,କାର୍ତ୍ତିକେୟ,ସୂର୍ଯ୍ୟ ବନାମ ସୂର୍ଯ୍ୟ ଆଦି ଲୋକପ୍ରିୟ ଫିଲ୍ମ ପାଇଁ ଜଣାଯାଏ।

ଏହା ପୂର୍ବରୁ ନିକଟରେ ଲକଡାଉନ୍ ଚାଲିଥିବାବେଳେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ୪୯ ବର୍ଷ ବୟସ୍କ ପ୍ରଡ୍ୟୁସର ଦିଲ୍ ରାଜୁ ନିଜ ଝିଅ କହିବାରୁ ଦ୍ବିତୀୟ ବିବାହ କରିଥିଲେ।

   Related Posts