ଇଏ ଜଣେ ନେତା, ଥିଲେ ମନ୍ତ୍ରୀ: ୪ ଧାଡ଼ିରେ ୬ ଭୁଲ, ଲେଖି ପାରୁନାହାନ୍ତି ନିଜ ବାପାଙ୍କ ନାଁ

Published By : Prameya-News7 Bureau | January 27, 2021 IST

ପାଟନା ୨୭/୦୧: ନେତା-ମନ୍ତ୍ରୀଙ୍କ ସାକ୍ଷରତାକୁ ନେଇ ସବୁ ବେଳେ ପ୍ରଶ୍ନ ଉଠେ। ସାକ୍ଷରତା ତ ଦୂରର କଥା ବହୁ ନେତା-ମନ୍ତ୍ରୀଙ୍କୁ ସ୍ବାକ୍ଷର କରିବା ବି ଆସେନି । ଏମିତି କିଛି ଅଭିଯୋଗ ବାରମ୍ବାର ଲୋକ ଲୋଚନକୁ ଆସୁଛି। କିନ୍ତୁ ଏହାରି ଭିତରେ ଏହାର ସଦ୍ୟତମ ଉଦାହରଣ ପାଲଟିଛନ୍ତି ବିହାରର ଜେଡିୟୁ ନେତା ତଥା ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ। ନିଜ ବାପାଙ୍କ ନାଁ ବି ଭୁଲ ଲେଖିଛନ୍ତି ତେଜପ୍ରତାପ। ଇଏ ହେଉଛନ୍ତି ଜଣେ ବିଧାୟକ ।ପୂର୍ବରୁ ଥିଲେ ଜଣେ ମନ୍ତ୍ରୀ। ୪ ଧାଡ଼ିରେ ୬ଟି ଭୁଲ କରିଛନ୍ତି ତେଜପ୍ରତାପ।

ଏବେ ଜେଡିୟୁ ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇପଡ଼ିଛି। ତାଙ୍କୁ ଝାଡ଼ଖଣ୍ଡର ରିମ୍ସ ହସ୍ପିଟାଲରୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଏହି ସମୟରେ ତାଙ୍କୁ ଜେଲରୁ ମୁକୁଳାଇବା ପାଇଁ ପୁଅ-ଝିଅ ନୂଆ ଉପାୟ ଅବଲମ୍ବନ କରିଛନ୍ତି। ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ‘ଆଜାଦୀ ପତ୍ର’ କ୍ୟାମ୍ପେନ ଆରମ୍ଭ କରିଛନ୍ତି। ପାଖାପାଖି ୨ ଲକ୍ଷ ପତ୍ର ସଂଗ୍ରହ କରିବା ସହ ଏହାକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇ ଲାଲୁଙ୍କୁ ମୁକୁଳାଇବା ପାଇଁ ଦାବି କରିବେ।

ଏହି ସମୟରେ ସେ ଲେଖିଥିବା ଏକ ‘ଆଜାଦୀ ପତ୍ର’ ଭାଇରାଲ୍‌ ହେବାରେ ଲାଗିଛି। ଏହାକୁ ନେଇ  ମଧ୍ୟ ବିରୋଧୀ ଦଳ ନେତା ତାଙ୍କୁ ଥଟ୍ଟା କରୁଛନ୍ତି। ଗୋଟିଏ ଧାଡ଼ିରେ ଅନେକ୍‌ ଭୁଲ ଥିବା ବେଳେ ନିଜ ବାପାଙ୍କ ନାଁକୁ ବି ଭୁଲ ଲେଖିଛନ୍ତି ତେଜପ୍ରତାପ। ଆଦରଣୀୟ ସ୍ଥାନରେ ଆପରଣୀୟ, ମୂଲ୍ୟ ସ୍ଥାନରେ ମୁଲ୍ୟ ଏଭଳି ହିନ୍ଦୀ ସାହିତ୍ୟ ଅନୁସାରେ ସେ ଅନେକ ଭୁଲ ଶବ୍ଦ ଲେଖିଛନ୍ତି।

wp:embed {"url":"https://twitter.com/TejYadav14/status/1353659423525376000","type":"rich","providerNameSlug":"twitter","responsive":true,"className":""}
https://twitter.com/TejYadav14/status/1353659423525376000
/wp:embed

ଏମିତି ଅନେକ ଶବ୍ଦ ସେ ଲେଖିଛନ୍ତି ଯାହା ଅର୍ଥର ଅନର୍ଥ କରିଦେଇଛି। ତେବେ ଏହି ପୋଷ୍ଟକାର୍ଡକୁ ପଠାଇବା ପାଇଁ ତେଜପ୍ରତାପ  ସାମ୍ବାଦିକଙ୍କୁ ଡାକିଥିଲେ। ତାଙ୍କ ସହ ଅନ୍ୟ ଯୁବ ନେତା ମଧ୍ୟ ଥିଲେ। ଏହା ପରେ ଏହି ପୋଷ୍ଟକାର୍ଡର ଏକ ଫଟୋ ନିଜ ଟ୍ବିଟ୍‌ରରେ ପୋଷ୍ଟ କରିଛନ୍ତି ତେଜପ୍ରତାପ। ଏବେ ଚର୍ଚ୍ଚା ପୋଷ୍ଟକାର୍ଡକୁ ନେଇ ନୁହେଁ ବରଂ ତାଙ୍କ ବାପାଙ୍କ ନାଁକୁ ନେଇ ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.