Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଣି ଥରେ ଶିବଙ୍କ ଭକ୍ତିରେ ନିମଗ୍ନ ହେଲେ ତେଜପ୍ରତାପ : ଫଟୋ ଭାଇରାଲ

23/07/2019 at 5:32 PM

ପାଟନା ୨୩/୭: ଶ୍ରାବଣ ମାସରେ ସମସ୍ତେ ଶିବଙ୍କ ଭକ୍ତିରେ ବୁଡ଼ିଯାଇଥାଆନ୍ତି। ସେହିପରି ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବ ମଧ୍ୟ ଭଗବାନ ଶିବଙ୍କ ଭକ୍ତିରେ ବୁଡ଼ିଯାଇଛନ୍ତି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ନିଜ ନିଆରା ଅନ୍ଦାଜ ପାଇଁ ପରିଚିତ। ଶ୍ରାବଣ ମାସର ପ୍ରଥମ ସୋମବାର ଅର୍ଥାତ ଗତକାଲି ତେଜ ପ୍ରତାପ ପୁଣି ଥରେ ଶିବଙ୍କ ଭକ୍ତିରେ ଏତେ ନିମଗ୍ନ ହୋଇଯାଇଥିଲେ ଯେ ସେ ଶିବଙ୍କ ବେଶ ଧାରଣ କରିଥିଲେ।

 ସେ ଏପରି ବେଶ ଧାରଣ କରିବା ପ୍ରଥମ ଘଟଣା ନୁହେଁ। ସେ ପୂର୍ବରୁ କେବେ ଶ୍ରୀକୃଷ୍ଣଙ୍କ ବେଶରେ ତ କେବେ ଶିବଙ୍କ ବେଶରେ ନଜର ଆସିଛନ୍ତି। ଗତକାଲି ଶ୍ରାବଣ ମାସର ପ୍ରଥମ ସୋମବାର ଥିଲା,ସେ ଶିବଙ୍କ ଭକ୍ତିରେ ଆପ୍ୟାୟିତ ହୋଇଥିଲେ। ଗତ ବର୍ଷ ଶ୍ରାବଣ ମାସରେ ସେ ଯେଉଁ ବେଶ ଧାରଣ କରିଥିଲେ ତାହା ଏଥରର ଲୁକଠୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ତେଜପ୍ରତାପ ଏଥର ଧଳା ରଙ୍ଗର ଧୋତି ପିନ୍ଧିଥିଲେ ଏବଂ ସମଗ୍ର ଶରୀରରେ ଭସ୍ମ ଲଗାଇଥିଲେ।

 ଲାଲୁ ପ୍ରସାଦଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ଯେତେ ଅଧିକ ତାଙ୍କ ରାଜନୈତିକ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚାରେ ରୁହନ୍ତି ତାଠାରୁ ଅଧିକ ତାଙ୍କ ଲୁକକୁ ନେଇ ଚର୍ଚ୍ଚାରେ ରୁହନ୍ତି। ତାଙ୍କ ଲୁକ୍ ଋତୁ ହିସାବରେ ପରିବର୍ତ୍ତନ ହେଉଥାଏ। ତେଜପ୍ରତାପ ଯାଦବ ଗତ ବର୍ଷ ଶ୍ରାବଣ ମାସରେ ଦେଓଘରରେ ଥିବା ବାବା ବୈଦ୍ୟନାଥ ଧାମକୁ ଦର୍ଶନ କରିବାକୁ ଯାଇଥିଲେ। ଏହା ପୂର୍ବରୁ ତେଜ ପ୍ରତାପ ପାଟନାର ଶିବାଳୟରେ ପୂଜା ଅର୍ଚ୍ଚନା ମଧ୍ୟ କରିଥିଲେ। ସେହି ସମୟରେ ସେ ଭଗବାନ ଶିବଙ୍କ ରୂପ ଧାରଣ କରିଥିଲେ ଏବଂ ଡମ୍ବରୁ ବଜାଇଥିଲେ।

   Related Posts