ଖୁବଶୀଘ୍ର ଲୋକଙ୍କୁ ଦିଆଯିବ ବୁଷ୍ଟର ଡୋଜ୍! ସରକାର କରୁଛନ୍ତି ବିଚାର ବିମର୍ଷ, ଆଲୋଚନା ପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

Published By : Prameya-News7 Bureau | December 06, 2021 IST

ନୂଆଦିଲ୍ଲୀ ୦୬/୧୨: ଭାରତରେ ପ୍ରତିରକ୍ଷା ପାଇଁ ଜାତୀୟ ବୈଷୟିକ ପରାମର୍ଶଦାତା ଟିମ୍ କୋଭିଡ -19 ଟିକାର ବୁଷ୍ଟର ଡୋଜ୍ ନେଇ ବିଚାର ବିମର୍ଷ କରିବେ । ଆଜି ଏନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ । ବୁଷ୍ଟର ଡୋଜ୍ ଟିକାଗୁଡ଼ିକର ନିୟମିତ ମାତ୍ରାଠାରୁ ଟିକେ ଭିନ୍ନ ରହିବ । ଏହା ସେହି ସମୟରେ ଦିଆଯିବ, ଯେତେବେଳେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମି କମି ଆସୁଛି ।

ଅବଶ୍ୟ, ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡରେ ବୁଷ୍ଟର ଡୋଜର ଉପକାରିତା ବିଷୟରେ କୌଣସି ବୈଜ୍ଞାନିକ ଭିତ୍ତି କିମ୍ବା ଅନୁସନ୍ଧାନ ସାମ୍ନାକୁ ଆସିନାହିଁ । ସୂଚନା ଥାଉକି, କର୍ଣ୍ଣାଟକରେ ସଂକ୍ରମିତ ୬୯ ଜଣ ଛାତ୍ର କର୍ଣ୍ଣାଟକର ଶିଭାମୋଗା ଏବଂ ଚିକମାଗାଲୁର ଜିଲ୍ଲାର ବୋଲି ଜଣାପଡିଛି । ଚିକମାଗାଲୁରର ସେଗୋଡୁ ଗାଁର ଜବାହର ନାଭୋଦୟ ବିଦ୍ୟାଲୟ ଆବାସିକ ହଷ୍ଟେଲରେ ୪୦ଜଣ ଛାତ୍ର ଓ ଶିକ୍ଷକ ପଜିଟଭ ଚିହ୍ନଟ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.