ଇଂଲଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ ଟିମ୍: ବିସିସିଆଇ ସେୟାର କଲା ଫଟୋ

Published By : Prameya-News7 Bureau | June 03, 2021 IST

ନୂଆଦିଲ୍ଲୀ ୦୩/୦୬ : ଭାରତର ପୁରୁଷ ଓ ମହିଳା କ୍ରିକେଟ ଟିମ ଏକ ଚାର୍ଟର ବିମାନରେ ଗୁରୁବାର ଦିନ ଇଂଲଣ୍ଡ ଗସ୍ତରେ ବାହାରିଛନ୍ତି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଖେଳାଳିଙ୍କ ଫଟୋ ଟ୍ୱିଟ କରିଛି । ବିସିସିଆଇ କ୍ୟାପଟେନ ବିରାଟ କୋହଲି, ଇଶାନ୍ତ ଶର୍ମା, ମହମ୍ମଦ ସିରାଜ, ମହିଳା କ୍ରିକେଟର ମିତାଲି ରାଜ, ଝୁଲନ ଗୋସ୍ୱାମୀଙ୍କ ଫଟୋ ଟ୍ୱିଟ କରିଛି ।
ସମସ୍ତ ଖେଳାଳି ମାସ୍କ ପିନ୍ଧିଥିବା ନଜର ଆସିଛନ୍ତି । ପ୍ରଥମଥର ପାଇଁ ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ ଟିମ ଏକାସଙ୍ଗେ ଗସ୍ତ କରିଛନ୍ତି । ଉଭୟ ଟିମ୍ ଲଣ୍ଡନରେ ପହଞ୍ଚିବା ପରେ ସାଉଥମ୍ପଟନ ଯିବେ । ସେଠାରେ ଖେଳାଳି କ୍ଵାରେଣ୍ଟାଇନରେ ରହିବେ । ସାଉଥମ୍ପଟନରେ କ୍ଵାରେଣ୍ଟାଇନ ଅବଧି ପୁରା କରିବା ପରେ ପୁରୁଷ ଟିମ ଜୁନ ୧୮ ତାରିଖରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୱାର୍ଲଡ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ମ୍ୟାଚ୍ ଖେଳିବେ ।

wp:gallery {"ids":[460890],"linkTo":"none"} /wp:gallery


ମହିଳା ଟିମ୍ ଜୁନ ୧୬ ତାରିଖରୁ ବିଷ୍ଟଲରେ ଇଂଲଣ୍ଡ ଟିମ୍ ସହ ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳିବେ । ମହିଳା ଟିମ ଜୁଲାଇ ୧୫ ତାରିଖରେ ନିଜ ଗସ୍ତ ଶେଷ କରିବେ । ପୁରୁଷ ଟିମ୍ ଅଗଷ୍ଟ ଓ ସେପ୍ଟେମ୍ବର ଇଂଲଣ୍ଡ ସହ ୫ଟି ମ୍ୟାଚର ଟେଷ୍ଟ ସିରିଜ୍ ଖେଳିବେ । ସେଥିପାଇଁ ପୁରୁଷ ଟିମ ଇଂଲଣ୍ଡରେ ହିଁ ରହିବେ । ମହିଳା ଟିମ୍ ଇଂଲଣ୍ଡ ସହ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍ ଖେଳିବ ।

wp:gallery {"ids":[460895],"linkTo":"none"} /wp:gallery


ଇଂଲଣ୍ଡ ଗସ୍ତ ପୂର୍ବରୁ କ୍ୟାପଟେନ ବିରାଟ କୋହଲି କହିଥିଲେ ଯେ, ପ୍ରସ୍ତୁତି ପାଇଁ କମ୍ ସମୟ ମିଳିଥିଲା । କିନ୍ତୁ ଏହା ଫାଇନାଲ ମ୍ୟାଚକୁ ପ୍ରଭାବିତ କରିବନି । ସେ କହିଛନ୍ତି ଯେ ଟିମ୍ ଇଣ୍ଡିଆ ଗତ ୫ ବର୍ଷରେ ବହୁତ ଉନ୍ନତି କରିଛି ଏବଂ ଏହାର ଲାଭ ଆଇସିସି ୱାର୍ଲଡ ଚାମ୍ପିଅନସିପ ଫାଇନାଲ ମ୍ୟାଚରେ ନିଶ୍ଚୟ ମିଳିବ ।
ସୂଚନାଯୋଗ୍ୟ ଯେ, ଟିମ୍ ଇଣ୍ଡିଆ ଆଇସିସି ୱାର୍ଲଡ ଟେଷ୍ଟ ଚାମ୍ପିଅନସିପରେ ବହୁତ ଭଲ ପ୍ରଦର୍ଶନ କରିଥିଲା । ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ୫୨୦ ପଏଣ୍ଟ ସହ ଟେବୁଲରେ ଶୀର୍ଷ ସ୍ଥାନରେ ଥିଲା ଓ ଫାଇନାଲକୁ ଆସିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.