ବିଶ୍ବ ଟେଷ୍ଟ ରାଙ୍କିଂ ଶୀର୍ଷରେ ଟିମ ଇଣ୍ଡିଆ, ଓ୍ବାର୍ଲ୍ଡ ଚାମ୍ପିୟନ ନ୍ୟୁଜିଲାଣ୍ଡକୁ ମାତ୍‌ ଦେଇ ହାସଲକଲା ନୂଆ ରେକର୍ଡ

Published By : Prameya-News7 Bureau | December 06, 2021 IST

ନୂଆଦିଲ୍ଲୀ ୦୬/୧୨ : ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଅନ୍ତିମ ଟେଷ୍ଟ ମ୍ୟାଚରେ ଐତିହାସିକ ବିଜୟ ହାସଲ କରିଛି ଭାରତ । ନ୍ୟୁଜିଲାଣ୍ଡକୁ ବିପୁଳ ରନରେ ଚିତପଟାଙ୍ଗ୍ କରିବା ପରେ ପୁଣି ଥରେ ବିଶ୍ବ ଟେଷ୍ଟ ରାଙ୍କିଂର ପ୍ରଥମ ସ୍ଥାନକୁ ଫେରିଛି ଟିମ ଇଣ୍ଡିଆ । ଭାରତ-ନ୍ୟୁଜିଲାଣ୍ଡ ସିରିଜ୍‌ ଶେଷ ହେବାପରେ ନୂଆ ରାଙ୍କିଂ ଜାରି କରିଛି ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ (ICC) । ଯେଉଁଥିରେ ଟିମ ଇଣ୍ଡିଆ ନମ୍ବର ୧ ରେ ରହିଛି ।

ବଡ କଥା ହେଉଛି ବିଶ୍ବ ଟେଷ୍ଟ ଚାମ୍ପିୟନ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଟେଷ୍ଟ ରାଙ୍କିଂ ତାଲିକାରେ ଏକ ନମ୍ବର ହୋଇଯାଇଛି । ଆଇସିସି ରାଙ୍କିଂ ଅନୁଯାୟୀ ଭାରତ ସର୍ବମୋଟ ୧୨୪ ପଏଣ୍ଟ ପାଇଁ ପ୍ରଥମ ସ୍ଥାନରେ ରହିଛି । ଯେତେବେଳେ କି ନ୍ୟୁଜିଲାଣ୍ଡ ୧୨୧ ପଏଣ୍ଟ ପାଇ ଟେଷ୍ଟ ରାଙ୍କିଂର ଦ୍ବିତୀୟ ସ୍ଥାନରେ ରହିଛି । ୬ ମାସ ପରେ ପୁଣି ଥରେ ରାଙ୍କିଂର ପ୍ରଥମ ସ୍ଥାନକୁ ଫେରିଛି ଭାରତ । ଗତ ଜୁନ ମାସରେ ଯେତେବେଳେ ଭାରତ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇଥିଲା ସେବେଠାରୁ ଦ୍ବିତୀୟ ସ୍ଥାନକୁ ଖସିଆସିଥିଲା । ଫଳରେ ନ୍ୟୁଜିଲାଣ୍ଡ ଟେବୁଲ ଶୀର୍ଷରେ ଥିଲା । ଏବେ ୬ ମାସ ପରେ ପୁଣି ଥରେ ଭାରତ ଏକ ନମ୍ବର ସ୍ଥାନକୁ ଫେରିଛି ।

wp:html /wp:html

ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ବରେ ଭାରତୀୟ ଟେଷ୍ଟ ଟିମ ପୂର୍ବାପେକ୍ଷା ବେଶ ମଜବୁତ ହୋଇଛି । ଯାହା ଫଳରେ ୨୦୧୬ ମସିହାରୁ ୨୦୨୦ ଯାଏଁ ଲଗାତାର ଭା​‌ବେ ଟେଷ୍ଟ ରାଙ୍କିଂରେ ଏକ ନମ୍ବର ରହିଆସିଥିଲା ଭାରତ । ଏହା ପରେ ଅ​‌େ​‌ଷ୍ଟ୍ରଲିଆ ଏବଂ  ତାପରେ ନ୍ୟୁଜିଲାଣ୍ଡ କିଛି ଦିନ ପାଇଁ ତାଲିକାର ଶୀର୍ଷରେ ଥିଲେ । କିନ୍ତୁ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ରେ ପରାଜିତ ହୋଇ ଦ୍ବିତୀୟ ସ୍ଥାନକୁ ଖସିଆସିଥିଲା ଭାରତ । ଏବେ ଭାରତ ପୁଣି ଥରେ ଶୀର୍ଷକୁ ଫେରିବା ପାଇଁ ଦଳର ନୂଆ ହେଡ୍‌ କୋଚ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଶୀର୍ଷ ସ୍ଥାନ ବଜାୟ ରଖିବା ଗୁରୁତ୍ବପୂର୍ଣ୍ଣ ହେବ ।

ଟେଷ୍ଟ ରାଙ୍କିଂରେ ଭାରତ ୧୨୪ ପଏଣ୍ଟ ସହ ଶୀର୍ଷକୁ ଉଠିଥିବା ବେଳେ, ନ୍ୟୁଜିଲାଣ୍ଡ ୧୨୧ ପଏଣ୍ଟ ପାଇଁ ଦ୍ବିତୀୟ ସ୍ଥାନରେ ରହିଛି । ସେହିଭଳି ଅ​‌େ​‌ଷ୍ଟ୍ରଲିଆ ୧୦୮ ପଏଣ୍ଟ ସହ ତୃତୀୟ, ୧୦୭ ପଏଣ୍ଟ ସହ ଇଂଲଣ୍ଡ ୪ର୍ଥ ସ୍ଥାନରେ, ପାକିସ୍ତାନ ୯୨ ପଏଣ୍ଟ ସହ ପଞ୍ଚମ ସ୍ଥାନରେ, ଦକ୍ଷିଣ ଆଫ୍ରିକା ୮୮ ପଏଣ୍ଟ ସହ ୬ଷ୍ଠ ସ୍ଥାନରେ, ଶ୍ରୀଲଙ୍କା ୮୩ ପଏଣ୍ଟ ସହ ୭ମ ସ୍ଥାନରେ, ଓ୍ବେଷ୍ଟଇଣ୍ଡିଜ ୭୫ ପଏଣ୍ଟ ସହିତ ୮ମ ସ୍ଥାନରେ ବାଂଲାଦେଶ ୪୯ ପଏଣ୍ଟ ସହ ୯ମ ସ୍ଥାନରେ ଏବଂ ଜିମ୍ବାଓ୍ବେ ୩୧ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶେଷରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.