ସାଂସଦ ପ୍ରାର୍ଥୀଙ୍କ ସହ ଶିକ୍ଷକ ପ୍ରଚାର କରୁଥିବା ଫଟୋ ଭାଇରାଲ୍, କାର୍ଯ୍ୟାନୁଷ୍ଠାନ ଦାବି

Published By : Prameya-News7 Bureau | May 05, 2024 IST

ଯାଜପୁର ୫।୫: ନିର୍ବାଚନ ପ୍ରଚାରରେ ଶିକ୍ଷକ । ଯାଜପୁର ବିଜେଡି ସାଂସଦ ପ୍ରାର୍ଥୀଙ୍କ ସହ ପ୍ରଚାର କରୁଥିବା ଫଟୋ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ଉତ୍ତର କୂଳ ପଞ୍ଚାୟତର ବରେଇଁ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଆଫତା ବୁଦ୍ଦୀନ ଖାଁ  ଯାଜପୁର ବିଜେଡ଼ି ସାଂସଦ ପ୍ରାର୍ଥୀ ଶର୍ମିଷ୍ଠା ସେଠୀଙ୍କ ସହିତ ଏକ ଫଟୋ ମିଳିବା ପରେ ଶିକ୍ଷକ ଜଣଙ୍କ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ଲିପ୍ତଥିବା ଅଭିଯୋଗ କରି ଯାଜପୁର ଜିଲ୍ଲାପାଳ ଏବଂ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିଂଝାରପୁର ବିଜେପି ବିଧାନସଭା ପ୍ରାର୍ଥୀ ବବିତା ମଲ୍ଲିକ । ଏ ନେଇ ସେ ସାମାଜିକ ଗଣମାଧ୍ୟମ ସହାୟତାରେ ଉଭୟ ଜିଲ୍ଲାପାଳ ଏବଂ ରାଜ୍ୟ ନିର୍ବାଚନ କମିଶନ ଙ୍କ ନିକଟ ରେ ଅଭିଯୋଗ କରିଛନ୍ତି । 

ଅନ୍ୟପଟେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ରସୁଲପୁର ବ୍ଲକ ଅନ୍ତର୍ଗତ ରସୁଲପୁର ଗ୍ରାମପଞ୍ଚାୟତର ଖଣ୍ଡିତର ଗ୍ରାମର ଏକ ନମ୍ବର ୱାର୍ଡରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା l ଖଣ୍ଡିତର ଗ୍ରାମରେ ଥିବା ମଙ୍ଗଳା ମନ୍ଦିର ମଣ୍ଡପରେ ୩୪ ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟାଙ୍କ ସହିତ CRP ସୁକାନ୍ତି ପଣ୍ଡା, ବିଭିନ୍ନ ବର୍ଗର ୫୦ରୁ ଉର୍ଦ୍ଧ୍ବ ମହିଳା ଗ୍ରୁପ ସଦସ୍ୟ ମାନଙ୍କୁ ନେଇ ଏକ ରାଜନୈତିକ ଆଲୋଚନା କରୁଥିବାର ଦେଖିବାକୁ ମିଳିଛି l ସେପଟେ ଜିଲ୍ଲାପାଳ କହିଛନ୍ତି ଅଭିଯୋଗ ମିଳିଛି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

You Can Read :

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ନୋ ଡ୍ରୋନ୍ ଫ୍ଲାଇଂ ଜୋନ୍ ଘୋଷଣା

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.