କେନ୍ଦ୍ର ଲୋଭରୁ ଚନ୍ଦ୍ରବାବୁ ନାଇଡୁଙ୍କ ହାତରୁ ଖସିଗଲା ରାଜ୍ୟ : ମୂଳପୋଛ ହୋଇଗଲା ଟିଡିପି, ୱାଇଏସଆର କଂଗ୍ରେସର ବିପୁଳ ବିଜୟ

Published By : Prameya-News7 Bureau | May 24, 2019 IST

ଭୁବନେଶ୍ବର୨୪|୫: କେନ୍ଦ୍ର ଲୋଭରୁ ରାଜ୍ୟ ଗଲା । କେନ୍ଦ୍ରରେ ବଡ଼ ଭୂମିକା ଗ୍ରହଣ ପାଇଁ ସଜବାଜ ହେଉ ହେଉ ଏପଟେ ହାତରୁ ଖସିଗଲା ରାଜ୍ୟ । ନିର୍ବାଚନ ଫଳାଫଳ ପରେ ଏବେ  ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଅବସ୍ଥା ଅସମ୍ଭାଳ । ଲୋକସଭାରେ ମୋଟ୍ ୨୫ ଆସନରୁ ଟିଡିପିକୁ ମିଳିଛି ମାତ୍ର ୩ଟି ସିଟ୍ । ବିଧାନସଭାରେ ବି ଦଳକୁ ଲାଗିଛି ଶକ୍ତ ଝଟ୍‌କା ।  ମୋଟ୍ ୧୭୫ ଆସନ ଭିତରୁ  ୨୩ଟି ଦଳ ତା’ର ସ୍ଥିତି ବଞ୍ଚାଇ ପାରିଛି  । ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ପଦରୁ ଇସ୍ତଫା ଦେଇଛନ୍ତି ଚନ୍ଦ୍ରବାବୁ ।…  

{"id":115608}

ନିଜ ଘରକୁ ନଜର ଅନ୍ଦାଜ କରି କେନ୍ଦ୍ର ଉପରେ ପକାଇଥିଲେ ନଜର । ହେଲେ ମୋଦି ସୁନାମୀ ସବୁ କିଛି ସଫା କରିଦେଲା । ଆନ୍ଧ୍ର ପ୍ରଦେଶରୁ ପୂରା ସଫା ହୋଇଯାଇଛି ତେଲୁଗୁ ଦେଶମ ପାର୍ଟି, ଟିଡିପି ।

{"id":115613}

ନିର୍ବାଚନ ଫଳାଫଳ ପୂର୍ବରୁ କେନ୍ଦ୍ର ଉପରେ ନଜର ପକାଇ ଏ ଘର ମାଉସୀ ସେ ଘର ପିଉସୀ ଭଳି ବିରୋଧୀଙ୍କୁ ଏକାଠି କରିବାକୁ ଦଉଡ଼ୁଥିବା  ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଅବସ୍ଥା ଏବେ ବାରଣ୍ଡା ଦିକଡ଼ା । ଲୋକସଭାରେ ୨୫ ଆସନରୁ ଟିଡିପିକୁ ମିଳିଛି ମାତ୍ର ୩ ।

{"id":115611}

ସେହିଭଳି ବିଧାନସଭା ନିର୍ବାଚନରେ ମଧ୍ୟ ଦଳ ୧୭୫ରୁ ମାତ୍ର ୨୩ଟିରେ ନିଜର ସ୍ଥିତି ବଂଚାଇ ପାରିଛି । ଏଥି ସହ ଆନ୍ଧ୍ରରେ  ପୁଣି କ୍ଷମତାକୁ ଫେରିବାକୁ ଚନ୍ଦ୍ରବାବୁ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ଧୂଳିସାତ୍‌ ହୋଇଯାଇଛି । ଦଳର ପରାଜୟ ପାଇଁ ନିଜ ପଦରୁ ଇସ୍ତଫା ଦେବା ଛଡ଼ା ତାଙ୍କ ପାଖରେ ଆଉ କିଛି ବାଟ ନଥିଲା ।

{"id":115609}

ଏଣେ ଚନ୍ଦ୍ରବାବୁ ନାଇଡ଼ୁ କେନ୍ଦ୍ର ରାଜନୀତିରେ ମୁଣ୍ଡ ଖେଳାଉଥିଲେ, ସେପଟେ ବାଜି ମାରିବା ଚକ୍କରରେ ଥିଲା ଜଗନମୋହନ ରେଡ୍ଡୀଙ୍କ ଓ୍ବାଏସଆର କଂଗ୍ରେସ । ଲୋକସଭାରେ ୨୨ଟି ଆଉ ବିଧାନସଭାରେ ୧୫୧ ଆସନ ଜିତି କମାଲ୍‌ କରିଛି ଦଳ ।

{"id":115610}

ଆନ୍ଧ୍ର ରାଜନୀତିରେ ଚନ୍ଦ୍ରବାବୁଙ୍କ ଓଭର କନ୍‌ଫିଡେନ୍‌ସ ତାଙ୍କର ଗେମ୍‌ ଓଭର କରିଦେଇଛି । କେନ୍ଦ୍ରରେ ମୋଦି ସରକାରଙ୍କ ବିକଳ୍ପ ଖୋଜୁ ଖୋଜୁ ନିଜ ରାଜ୍ୟରେ ଦଳର ବ୍ୟାଣ୍ଡ ବାଜିସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.