ତହସିଲ ଅଫିସରେ ଅଗ୍ନିକାଣ୍ଡ, ଜଳିଗଲା କମ୍ପ୍ୟୁଟର ସମେତ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର

Published By : Prameya-News7 Bureau | February 24, 2020 IST

ନିଆଳି ୨୪।୦୨:  କଟକ ଜିଲ୍ଲା ନିଆଳି ତହସିଲ କାର୍ଯ୍ୟାଳୟର କମ୍ପ୍ୟୁଟର ବିଭାଗରେ ଅଗ୍ନିକାଣ୍ଡ ଘଟିଛି।  ଅଗ୍ନିକାଣ୍ଡରେ  ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ସମେତ କମ୍ପ୍ୟୁଟର ଓ ଅନ୍ୟାନ୍ୟ ଆସବାପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

{"id":228385,"sizeSlug":"large"}

ସୂଚନାଯୋଗ୍ୟ ଯେ, ସୋମବାର ଦିନ  ସକାଳ ସମୟରେ ହଠାତ୍ ତହସିଲ କାର୍ଯ୍ୟାଳୟ ଧୁଆଁମୟ ହୋଇଯାଇଥିଲା । ଯାହାକୁ ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । କିନ୍ତୁ ଖବର ଦେବାବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା । ଅଗ୍ନିଶମ ବାହିନୀ କର୍ମଚାରୀ ମାନେ  ଘଟଣାସ୍ଥଳରେ ପୁହଞ୍ଚି ନିଆଁ ଲିଭାଇଥିଲେ  ।

{"id":228386,"sizeSlug":"large"}

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ବିଭିନ୍ନ କଥା ଶୁଣିବାକୁ ମିଳିଛି । କେହି କହୁଛି ଏହା ସର୍ଟ ସର୍କିଟରୁ , ତ ଆଉ କେହି ଏହା ପ୍ରାୟୋଜିତ ଅଗ୍ନିକାଣ୍ଡ ବୋଲି ଅଭିଯୋଗ କରୁଛନ୍ତି । ନିଆଁ ଲାଗି ଫନି ବାତ୍ୟା ତଥା ଲୁଚାଇବା ପାଇଁ ଏଭଲି ଷଡଯନ୍ତ୍ର କରାଯାଇଥାପରେ ବୋଲି କେହି ଅନୁମାନ କରୁଛନ୍ତି । ତେବେ ଘଟଣାର ତଦନ୍ତ ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ।  

{"id":228387,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.