ଟି-୨୦ ବିଶ୍ବକପ୍ ପାଇଁ ରିଷଭ୍ ନା ଆଉ କିଏ ? ଆଇପିଏଲରେ ଚମତ୍କାର ବ୍ୟାଟିଂ ଚୟନକର୍ତ୍ତାଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିବ !

Published By : Prameya-News7 Bureau | April 25, 2024 IST

ନୂଆଦିଲ୍ଲୀ: ଟି-ଟ୍ବେଣ୍ଟି ବିଶ୍ବକପ ପାଇଁ ଓ୍ବିକେଟ୍ କିପର ରେସରେ ରିଷଭ୍ ପନ୍ତ । ଓ୍ବାର୍ଲ୍ଡକପ୍ ପୂର୍ବରୁ ଆଇପିଏଲରେ ଦମଦାର୍ ପ୍ରଦର୍ଶନ । ୪୦ତମ ମୁକାବିଲାରେ ଗୁଜରାଟ ବିରୋଧରେ ବିସ୍ଫୋରକ ଇନିଂଶ ଖେଳିଛନ୍ତି ପନ୍ତ । ଶେଷ ଓଭରରେ ଛକା-ଚୌକା ବର୍ଷା କରିଥିଲେ । ମୋହିତ୍ ଶର୍ମାଙ୍କୁ ୩୧ ରନ୍ ପିଟି ଦଳକୁ ମଜବୁତ୍ ସ୍ଥାନରେ ପହଞ୍ଚାଇଥିଲେ । ଫଳରେ ଗୁଜରାଟ ଟାଇଟନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୨୨୫ ରନର ଟାର୍ଗେଟ୍ ଦେଇଥିଲା  ଏବଂ ଏହି ମ୍ୟାଚରେ ୪ ରନରେ ଦଳ ବିଜୟୀ ହୋଇଛି ।

୨୦ତମ ଓଭରରେ ଟାଇଟନ୍ସ ପକ୍ଷରୁ ମୋହିତ୍ ଶର୍ମା ବୋଲିଂ କରିବାକୁ ଆସିଥିଲା । ଏହି ସମୟରେ ଷ୍ଟ୍ରାଇକ୍‌ରେ ଥିଲେ ରିଷଭ ପନ୍ତ । ତାଙ୍କୁ ସ୍ଲୋର ଲେନ୍ଥ ବଲ୍ ପକାଇ ବାଉଣ୍ଡାରୀ ରୋକିବାକୁ ଚେଷ୍ଟା କରିଥିଲେ । ମାତ୍ର ପନ୍ତ ବ୍ୟାଟିଂରେ ଗିୟର ବଦଳାଇ ରନ ବର୍ଷା କରିଥିଲେ । ପ୍ରଥମ ବଲ୍ ୨ ରନ୍, ପରେ ଓ୍ବାଇଡ୍, ତା’ପରେ ୬,୪,୬,୬,୬ ମାରି ମୋହିତ୍ ଶର୍ମାଙ୍କ ଲାଇନ୍ ଲେନ୍ଥ ବିଗାଡ଼ି ଦେଇଥିଲେ । ବୁଧବାର ମ୍ୟାଚରେ ସେ ୪୩ଟି ବଲ୍ ଖେଳି ୮୮ ରନ ସଂଗ୍ରହ କରିଥିଲେ  । ରିଷଭ୍ ପନ୍ତଙ୍କ ଏହି ବିସ୍ଫୋରକ ଇନିଂଶ ଦେଖି ଟି-ଟ୍ବେଣ୍ଟ ଓ୍ବାର୍ଲ୍ଡକପ୍ ଟିକେଟ୍ ଫାଇନାଲ୍ ବୋଲି କ୍ରିକେଟ୍ ବିଶେଷଜ୍ଞ ମତ ଦେଇଛନ୍ତି ।

ଆଇପିଏଲ-୨୦୨୪ରେ ରିଷଭ୍ ପନ୍ତ ଏଯାଏଁ 9ଟି ମ୍ୟାଚ୍ ଖେଳିଛନ୍ତି । ଏଥିରୁ ୪୮.୮୬ ହାରରେ ୩୪୨ ରନ୍ ସଂଗ୍ରହ କରିଛନ୍ତି । ଦୁର୍ଘଟଣାରୁ ଫେରିବା ପରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରିଷଭ ପନ୍ତ ୧୬୧.୩୨ ଷ୍ଟ୍ରାଇକ୍ ରେଟ୍‌ରେ ବ୍ୟାଟିଂ କରୁଛନ୍ତି । ଏଥିରେ ୩ଟି ଅର୍ଦ୍ଧଶତକ ରହିଛି । ପନ୍ତଙ୍କ ଏହି ଖେଳ ବିସିସିଆଇ ଚୟନକର୍ତ୍ତାଙ୍କୁ ନିଶ୍ଚିତ ଭାବେ ଭାବିବାକୁ ବାଧ୍ୟ କରିବ ।  ଟି-ଟ୍ବେଣ୍ଟି ବିଶ୍ବକପ ପାଇଁ ଓ୍ବିକେଟ୍ କିପର ରେସ୍‌ରେ ରହିଛନ୍ତି, ସଞ୍ଜୁ ସାମସନ୍, ଦିନେଶ କାର୍ତ୍ତିକ୍, ଧ୍ରୁବ୍ ଝୁରେଲ୍, ଇଶାନ କିଷାନ । ହେଲେ ରିଷଭ୍ ପନ୍ତ ସମସ୍ତଙ୍କ ଚମତ୍କାର ବ୍ୟାଟିଂ ତାଙ୍କୁ ଆଗରେ ରଖିଛି । ରିଷଭ୍ ବିଶ୍ବକପ୍ ଟିକେଟ୍ ମିଳିବା ନିଶ୍ଚିତ ବୋଲି କୁହାଯାଉଛି । 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.