ପୁରୀ ସ୍ବର୍ଗ ଦ୍ବାରରୁ ହଟିଲା କଟକଣା, ସଂକ୍ରମଣ କମୁଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି

Published By : Prameya-News7 Bureau | January 27, 2022 IST

ପୁରୀ ୨୭/୦୧: ପୁରୀ ସ୍ବର୍ଗ ଦ୍ବାରରୁ ହଟିଲା କଟକଣା । କୋଭିଡ ଭୟାବହତା କାରଣରୁ କିଛିଦିନ ହେଲା ସ୍ବର୍ଗ ଦ୍ବାର ସମସ୍ତଙ୍କ ପାଇଁ ବନ୍ଦ ରହିଥିଲା । ଏବେ କୋଭିଡ୍‌ ନିୟମ କୋହଳ କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ ଏଭଳି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ପୁରୀ ଏବଂ ରାଜ୍ୟର ଅନ୍ୟ ଅଞ୍ଚଳରୁ ଶବ ଦାହ ପାଇଁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ଏବେ ସ୍ବର୍ଗ ଦ୍ବାର ଖୋଲିବ । ଏ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.