ସୁଶାନ୍ତଙ୍କ ସମ୍ପର୍କରେ ସାଙ୍ଘାତିକ ତଥ୍ୟଟିଏ ଦେଲେ ବାନ୍ଧବୀ ଆୟେଶା ,କହିଲେ- ‘ପ୍ରଥମ ଦେଖାରେ ସେ ଏମିତି କିଛି କହିଥିଲେ …’

Published By : Prameya-News7 Bureau | June 19, 2020 IST

ମୁମ୍ବାଇ ୧୯/୬: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ତାଙ୍କ ପ୍ରଶଂସକ ଏବେ ସୁଦ୍ଧା ଶୋକରୁ ବାହାରି ପାରି ନାହାନ୍ତି। ସୁଶାନ୍ତଙ୍କ ବନ୍ଧୁ ଏବଂ ନିକଟ ସମ୍ପର୍କୀୟ ସୋସିଆଲ ମିଡିଆରେ ପୋଷ୍ଟ୍ ଲେଖି ତାଙ୍କ ସହ ବିତାଇଥିବା ମୁହୂର୍ତ୍ତକୁ ମନେ ପକାଇଛନ୍ତି। ସେମାନେ କହିଛନ୍ତି ସୁଶାନ୍ତ ବାକି କଳାକାରଙ୍କଠୁ ଭିନ୍ନ ଥିଲେ।

wp:core-embed/instagram {"url":"https://www.instagram.com/p/CBafrFvnUkG/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CBafrFvnUkG/?utm_source=ig_embed
/wp:core-embed/instagram

ଏମଟିଭି ଭିଜେ ଆୟେଶା ଅଦଲଖା ନିଜ ବନ୍ଧୁ ସୁଶାନ୍ତ ସିଂହ ରାଜପୁତଙ୍କ ସହ ପ୍ରଥମ ଥର ଭେଟିଥିବା ବିଷୟରେ କଥା ହୋଇଥିଲେ। ସେ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ଲେଖି କହିଥିଲେ ଯେ କିପରି ଉଭୟେ ସୁଇସାଇଡ ବିଷୟରେ କଥା ହୋଇଥିଲେ। ବାଲକୋନିରୁ ଡେଇଁ କିପରି ଅନୁଭବ ହେବ ଏବିଷୟରେ ମଧ୍ୟ ଚର୍ଚ୍ଚା କରିଥିଲେ। ଏହା ସହିତ ଆୟେଶା,ସୁଶାନ୍ତଙ୍କ ସହ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ମସ୍ତି ମୁଡରେ ନଜର ଆସିଛନ୍ତି।

{"id":288491,"sizeSlug":"large"}

ଆୟେଶା ଲେଖିଛନ୍ତି ଯେ ‘ ପ୍ରଥମ ଥର ସେ ଯେତେବେଳେ ସୁଶାନ୍ତଙ୍କୁ ତାଙ୍କ ବାନ୍ଦ୍ରା ସ୍ଥିତ ଘରକୁ ଭେଟିବାକୁ ଆସିଥିଲେ ସେତେବେଳେ ସେମାନେ ସୁଇସାଇଡ ବିଷୟରେ କଥା ହୋଇଥିଲେ। ସେମାନେ ବାଲକୋନିରୁ ତଳକୁ ଚାହିଁଥିଲେ। ସୁଶାନ୍ତ କହିଥିଲେ,କିପରି ଲାଗିବ ଯଦି ଆମେ ସେଠାରୁ ଡେଇଁ ପଡ଼ିବା। ସେହି ସମୟରେ ​ସେ ପୁଣି ଥରେ ଜୀବନ ବିଷୟରେ କଥା ହେବା ଆରମ୍ଭ କରି ଦେଇଥିଲେ। ଜୀବନକୁ ଆମେ କିପରି ମଜାଳିଆ କରିପାରିବା,ପିଲାଦିନୁ ତାଙ୍କୁ କେଉଁ ଜିନିଷର ସଉକ ରହିଛି ଇତ୍ୟାଦି। ଉଭୟଙ୍କ କଥାବାର୍ତ୍ତା ଭଲ ଥିଲା। ସେହି ଦିନ ରାତିରେ ସେମାନେ କଥା ହୋଇଥିଲେ,ଡ୍ରିଙ୍କ କରିଥିଲେ ଏବଂ ଘରକୁ ଫେରି ଆସିଥିଲେ।’

{"id":288492,"width":587,"height":587,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.