କେଜ୍ରିଓ୍ବାଲଙ୍କ ଆବେଦନର ମଙ୍ଗଳବାର ଶୁଣାଣି; ଗିରଫକୁ ବେଆଇନ କହିଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | April 30, 2024 IST

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି। ଗିରଫକୁ ବେଆଇନ କହି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆବେଦନ କରିଥିବା ଯାଚିକାର ମଙ୍ଗଳବାର ପୁଣି ଶୁଣାଣି କରିବେ କୋର୍ଟ । ସୋମବାର ଶୁଣାଣି ବେଳେ କୋର୍ଟ କେଜ୍ରିଓ୍ବାଲଙ୍କୁ ପଚାରିଥିଲେ, ଆପଣ ଟ୍ରାଏଲ କୋର୍ଟରେ ଜାମିନ୍ ପାଇଁ କାହିଁକି ଆବେଦନ କଲେନାହିଁ । ଏହାର ଜବାବ ଦେଇଥିଲେ ସିଏମଙ୍କ ପକ୍ଷରୁ ଯୁକ୍ତି ରଖୁଥିବା ବରିଷ୍ଠ ଓକିଲା ଅଭିଷେକ୍ ମନୁ ସିଂଘବୀ । ସେ ଏହାର ଅନେକ କାରଣ ସ଼ର୍ବୋଚ୍ଚ ଅଦାଲତଙ୍କୁ କହିଥିଲେ । 

ମଦ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ  ଅରବିନ୍ଦ କେଜରିୱାଲ ନିଜ ଗିରଫଦାରି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ   ହୋଇଥିଲେ । ଜଷ୍ଟିସ୍‌ ସଞ୍ଜୀବ ଖନ୍ନା ଏବଂ ଜଷ୍ଟିସ୍‌ ଦୀପଙ୍କର ଦତ୍ତଙ୍କ ଖଣ୍ଡପୀଠ  ଆଜି ଏହି ମାମଲାର ଶୁଣାଣି କରିଛନ୍ତି । କେଜରିୱାଲଙ୍କ ତରଫରୁ ଅଭିଷେକ  ମନୁ ସିଂଘଭି ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏଏସ୍‌ଜି ଏସ୍‌ ଭି   ରାଜୁ ଯୁକ୍ତି ରଖିଛନ୍ତି । ଅଭିଷେକ ମନୁ ସିଂଘଭିଙ୍କୁ ପ୍ରଶ୍ନ କରି ଖଣ୍ଡପୀଠ କହିଛନ୍ତି,  ଆପଣମାନେ ଗିରଫ ଓ ରିମାଣ୍ଡକୁ ବିରୋଧ କରୁଛନ୍ତି । ଜାମିନ ପାଇଁ କାହିଁକି   ତଳ କୋର୍ଟରେ ଆବେଦନ କଲେନାହିଁ? ତା’ଛଡ଼ା ଇଡିର ସମନ୍‌କୁ ବାରମ୍ବାର  ଏଡ଼ାଇଲେ କାହିଁକି? ଏହା ଉପରେ ସିଂଘଭି କହିଛନ୍ତି, ଏ କ୍ଷେତ୍ରରେ ଗିରଫ  ବେଆଇନ ହୋଇଥିବାରୁ ଆମେ ଏହାକୁ ବିରୋଧ କରୁଛୁ । ଏହା ଉପରେ ଇଡି  ଓକିଲ ଏସ୍‌ ଭି ରାଜୁ କହିଛନ୍ତି, କେଜରିୱାଲଙ୍କୁ ବାରମ୍ବାର ସମନ୍‌ ଜାରି ହୋଇଥିଲା ।  କିନ୍ତୁ ସେ ଏହାକୁ ପ୍ରତିଥର ଏଡ଼ାଇବାରେ ଲାଗିଥିଲେ । କୋର୍ଟରେ ସୋମବାର ଅପରାହ୍ନ ୨ଟା ୫୫ରେ ମାମଲାର ଶୁଣାଣି ହୋଇଥିଲା । ଏହାପରେ ସିଂଘଭି ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ନିଜ  ଯୁକ୍ତି ରଖିଥିଲେ । ଆଉ କେତେ ସମୟ ନେବେ ବୋଲି ଖଣ୍ଡପୀଠଙ୍କୁ ପଚାରିବା ସହିତ ଏହା ଉପରେ ମଙ୍ଗଳବାରଶୁଣାଣି ହେବ ବୋଲି କହିଥିଲେ ।

 

  • Supreme Court
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.