ଟୋକିଓ ପାରାଅଲିମ୍ପିକ : ଭାରତକୁ ଆଉ ଏକ ସ୍ବର୍ଣ୍ଣ, ଜାଭେଲିନ୍‌ ଥ୍ରୋରେ ଗୋଲ୍ଡ ମେଡାଲ ଜିତିଲେ ସୁମିତ ଅନ୍ତିଲ୍‌

Published By : Prameya-News7 Bureau | August 30, 2021 IST

ଟୋକିଓ ୩୦/୦୮ : ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ । ଟୋକିଓରେ ଜାରି ରହିଥିବା ପାରାଅଲିମ୍ପିକରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ ମିଳିଛି । ଜାଭେଲିନ୍‌ ଥ୍ରୋରେ ସୁମିତ ଅନ୍ତିଲ୍‌ଙ୍କୁ ଗୋଲ୍ଡ ମେଡାଲ ମିଳିଛି । ଏହା​ ସହିତ ଟୋକିଓ ପାରାଅଲିମ୍ପିକରେ ଭାରତରେ ସ୍ବର୍ଣ୍ଣ ପଦକ ସଂଖ୍ୟା ୨କୁ ବୃଦ୍ଧି ପାଇଛି ।

ସୋମବାର ଜାଭେଲିନ୍‌ ଥ୍ରୋ ଫାଇନାଲରେ ୬୮.୫୫ ମିଟର ଫିଙ୍ଗି ଗୋଲ୍ଡ ମେଡାଲ ଜିତିଛନ୍ତି ସୁମିତ ଅନ୍ତିଲ୍‌ । ସୁମିତଙ୍କ ଏହି ଥ୍ରୋ ବିଶ୍ବ ରେକର୍ଡ ମଧ୍ୟ ସୃଷ୍ଟି କରିଛି । ପୂର୍ବରୁ କୌଣସି ପ୍ରତିଯୋଗୀ ଏଭଳି ରେକର୍ଡ କରିନାହାନ୍ତି । ସୁମିତ ଏକମାତ୍ର ଆଥ୍‌ଲେଟ୍‌ ଭାବେ ୬୮.୫୫ ମିଟର ଫିଙ୍ଗି ବିଶ୍ବ ରେକର୍ଡ ସ୍ଥାପନା କରିଛନ୍ତି । ଏହା ସହିତ ଭାରତର ମୋଟ ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।

wp:embed {"url":"https://twitter.com/Paralympics/status/1432284760265609217","type":"rich","providerNameSlug":"twitter","responsive":true}
https://twitter.com/Paralympics/status/1432284760265609217
/wp:embed

ଜାଭେଲିନ୍‌ ଥ୍ରୋରେ ସୁମିତ ଭାରତକୁ ସ୍ବର୍ଣ୍ଣ ଦେଇଥିବା ବେଳେ ସୁଟିଂରେ ଅବନି ଲଖେରା ଗୋଲ୍ଡ ଜିତିଛନ୍ତି । ଗୋଟିଏ ଦିନରେ ଭାରତକୁ ଦୁଇ ଦୁଇଟି ସ୍ବର୍ଣ୍ଣ ପଦକ ମିଳିଛି । ପ୍ରଥମ ଥ୍ରୋରେ ୬୬.୯୫ ମିଟର ଜାଭେଲିନ୍‌ ଥ୍ରୋ କରିଥିଲେ ସୁମିତ । ପରବର୍ତ୍ତୀ ପ୍ରୟାସରେ ସେ ୬୮.୦୮ ଫିଙ୍ଗି ନିଜ ରେକର୍ଡ ଭାଙ୍ଗିଥିଲେ । ପରେ ପଞ୍ଚମ ପ୍ରୟାସରେ ପୁଣି ନିଜ ରେକର୍ଡ ଭାଙ୍ଗିବା ସହ ୬୮.୫୫ ମିଟର ଜାଭେଲିନ୍‌ ଥ୍ରୋ କରି ଗୋଲ୍ଡ ମେଡାଲ ଜିତିବା ସହ ବିଶ୍ବ ରେକର୍ଡ ମଧ୍ୟ କରିଛନ୍ତି । ଜାଭେଲିନ୍‌ ଥ୍ରୋରେ ଭାରତକୁ ଏହା ତୃତୀୟ ପଦକ ।

wp:embed {"url":"https://twitter.com/Paralympics/status/1432298688366489601","type":"rich","providerNameSlug":"twitter","responsive":true}
https://twitter.com/Paralympics/status/1432298688366489601
/wp:embed

ଏହା ପୂର୍ବରୁ ସୋମବାର ସକାଳେ ଦେବେନ୍ଦ୍ର ଝାଝରିୟା ରୌପ୍ୟ ପଦକ ଜିତିଥିବା ବେଳେ ସୁନ୍ଦର ସିଂହ ବ୍ରୋଞ୍ଜ ପକ ଜିତିଛନ୍ତି । ଡିସ୍‌କସ୍‌ ଥ୍ରୋରେ ଭାରତ ପକ୍ଷରୁ କାଂସ୍ୟ ଜିତିଥିବା ବିନୋଦ କୁମାରଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି । ଟୁର୍ଣ୍ଣାମେଣ୍ଟ ପ୍ୟାନେଲ ଦ୍ବାରା ତାଙ୍କର ପ୍ରଦର୍ଶନରେ ତୃଟି ଦର୍ଶାଯାଇ ବ୍ରୋଞ୍ଜ ପଦକ ଫେରାଇ ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.