ଏକାଠି ବସି ଖାଇଲେ ନକ୍ସଲ-ଏସ୍‌ପି, ଲାଲ୍‌ବାହିନୀ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ ନକ୍ସଲ

Published By : Prameya-News7 Bureau | October 21, 2021 IST

ମାଲକାନଗିରି ୨୧।୧୦: ନକ୍ସଲଙ୍କ ସହ ବସି ଖାଇଲେ ଏସ୍‌ପି । ଆତ୍ମସମର୍ପମଣ କରିଥିବା ନକ୍ସଲପନ୍ଥୀଙ୍କ ସହ ବସି ତଳେ ଖାଇଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଏକ ଚିତ୍ର ।

{"id":530633,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଛତିଶଗଡ଼ ସୁକୁମା ଏସ୍‌ପି ସୁନିଲ ଶର୍ମାଙ୍କ ନିକଟରେ ବୁଧବାର ପ୍ରାୟ ୧୦ଟି ଗାଁର ୪୩ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୪୨ ଜଣ ମିଲିସିଆ ସଦସ୍ୟ ରହିଥିବା ବେଳେ ପଡିଆମି ଲକ୍ଷ୍ମା ନାମକ ଜଣେ ଏରିଆ କମାଣ୍ଡର ରହିଛନ୍ତି  । ଯାହାର ମୁଣ୍ଡ ଉପରେ ପୁର୍ବରୁ ଛତିଶଗଡ ସରକାର ଏକ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଥିଲେ । ପୋଲିସ ପାଖରେ ଆତ୍ମ ସମର୍ପଣ କରିଥିବା ସମସ୍ତ ୪୩ ଜଣ ନକ୍ସଲ ପନ୍ଥିଙ୍କୁ ଜିଲ୍ଲା ପୋଲିସ ତରଫରୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

{"id":530634,"sizeSlug":"full","linkDestination":"none"}

ସେହିପରି ଛତିଶଗଡ ସରକାରଙ୍କ ନିୟମ ଅନୁଯାଇ ସେମାନଙ୍କୁ ଥଇଥାନ କରାଯିବ ବୋଲି ସୁକୁମା ଏସପି କହିଛନ୍ତି । ଏହା ସହ ପୁର୍ବରୁ ଏମାନଙ୍କ ଉପରେ ଥିବା ସମସ୍ତ ମକଦ୍ଦମା ପ୍ରତ୍ୟାହାର କରାଯିବ ବୋଲି ଏସପି ମଧ୍ୟ କହିଛନ୍ତି । ବିଶ୍ବ ଆଦିବାସୀ ଦିବସରୁ ସୁକୁମା ଜିଲ୍ଲାରେ ଆରମ୍ଭ ହୋଇଥିବା ପୁନା ନର୍କମ ଅଭିଯାନ ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ଶତାଧିକ ମାଓବାଦୀ ପୋଲିସ ପାଖରେ ଆତ୍ମସମର୍ପଣ କରିସାରିଛନ୍ତି । ଆଦିବାସୀ ଅଞ୍ଚଳରେ ସୁକୁମାରେ ପୋଲିସର ଜନ ସଂପର୍କ କାର୍ଯ୍ୟକ୍ରମ ଚାଲୁଛି । ଏହାଦ୍ୱାରା ଆଗାମୀ ଦିନରେ ଆହୁରି ଅନେକ ମାଓବାଦୀ ପୋଲିସ ପାଖରେ ଆତ୍ମସମର୍ପଣ କରିବେ ବୋଲି ଆଶା ରଖିଛନ୍ତି ସୁକୁମା ଏସପି ।   

{"id":530635,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.