ଶୁଭଙ୍କର ଗିରଫ ପରେ ଅଭିଯୋଗ କରିଥିବା ମହିଳା କାହିଁକି କରୁନାହାଁନ୍ତି ପୋଲିସକୁ ସହଯୋଗ?

Published By : Prameya-News7 Bureau | September 03, 2018 IST

ଭୁବନେଶ୍ବର ୩|୯: ଜଣେ ମହିଳାଙ୍କ ଅଭିଯୋଗ ପାଇ ଶୁଭଙ୍କର ଦାସଙ୍କୁ ଗିରଫ କରିଛି କମିସନରେଟ ପୋଲିସ । ହେଲେ ଅଭିଯୋଗ କରିଥିବା ମହିଳା ଏବେ ପୋଲିସକୁ ସହାୟତା କରୁନଥିବା ଅଭିଯୋଗ ହୋଇଛି । ଅସଦାଚରଣ ମାମଲାରେ ଶୁଭଙ୍କରଙ୍କୁ ଗିରଫ କରିବାପାଇଁ ମହିଳା ଜଣକ ରବିବାର ଥାନାରେ ବହୁ ଚାପ ପକାଇଥିଲେ। ହେଲେ ଏବେ ଥାନାକୁ ଆସି ତାଙ୍କର ବୟାନ ଦେଉନାହାନ୍ତି ମହିଳା ଜଣକ । ରବିବାର ରାତିରେ ମହିଳାଯଣକ ଶୁଭଙ୍କରକୁ ଗିରଫ କରିବାକୁ କହି ଥାନାବାବୁଙ୍କୁ ନାକେଦମ କରିଥିଲେ । ଖାରବେଳନଗର ଥାନା ଅନ୍ତର୍ଗତ ଚନ୍ଦ୍ରମା ଆପାର୍ଟମେଣ୍ଟରେ ନିଜ ପୁଅ ସହିତ ରୁହନ୍ତି ମହିଳା ଜଣକ । ପୁର୍ବରୁ ମଧ୍ୟ ମହିଳାଙ୍କ ସହିତ ଆଇପିଏଲ କ୍ରୀକେଟ ମ୍ୟାଚ ସମୟରେ ଶୁଭଙ୍କରଙ୍କୁ କଟକ ବାରବାଟିରେ ଦେଖିବାକୁ ମିଳିଥିଲା । ତେବେ ରବିବାର ଅପରାହ୍ନରେ ଶୁଭଙ୍କର ମହିଳାଙ୍କୁ ଟଣା ଓଟରା ମାଡ ମାରିବା ସହିତ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ଶୁଭଙ୍କରକୁ ଖାରବେଳନଗର ପୋଲିସ ଗିରଫ କରିବା ସହିତ ତା ବିରୁଦ୍ଧରେ ୨୯୪, ୩୪୧, ୩୨୩, ୪୨୭ ୩୫୪ଏ ୩୫୪ବି ଓ ୫୦୬ ଧାରାରେ ମାମଲା ରୁଜ୍ଜୁ କରିଛି । ମହିଳାଙ୍କ ଅସହଯୋଗ ପାଇଁ ଖାରବେଳନଗର ପୋଲିସ ତାଙ୍କୁ ସିଆରପିସି ଧାରା ୧୬୦ ରେ ନୋଟିସ ଜାରି କରିଛି । ମହିଳାଙ୍କର ୧୬୧ ଧାରାରେ ଖାରବେଳନଗର ଥାନାରେ ବୟାନ ରେକର୍ଡ କରାଯାଇଥିବାବେଳେ କୋର୍ଟରେ ତାଙ୍କର ୧୬୪ ଧାରାରେ ବୟାନ ରେକର୍ଡ କରାଯିବ । ତେବେ ରବିବାର ଶୁଭଙ୍କରଙ୍କୁ ଗିରଫ କରିବାକୁ ଥାନାରେ ତୁମ୍ବି ତୋଫାନ କରିଥିବା ମହିଳା ଜଣକ କାହିଁକି ପୋଲିସକୁ ସହଯୋଗ କରିନାହାନ୍ତି । ଜଦି ମହିଳା ସହଯୋଗ ମକରନ୍ତି ତେବେ ଖାରବେଳନଗର ଥାନା ପୋଲିସ କରିବ କଣ । ଏତଲା ଦେଇ ମୁଙଁ ଫେରାଇ ନେଇଥିବା ମହିଳାଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ହେବ ତାକୁ ନେଇ େବେ ଚାଲିଛି ଚର୍ଚ୍ଚା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.