ବାରଣ୍ଡାରେ ବସି ଶିକ୍ଷା ଗ୍ରହଣ କରୁଛନ୍ତି ଛାତ୍ରଛାତ୍ରୀ, ଶିକ୍ଷକ ନାହାନ୍ତି, ନାହିଁ ଶ୍ରେଣୀଗୃହ

Published By : Prameya-News7 Bureau | December 05, 2021 IST

ବିନିକା, ୦୫/୧୨: ରାଜ୍ୟ ସରକାର ଶିକ୍ଷାକୁ ଗୁରୁତ୍ଵ ଦେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l କେଉଁଠି ସରକାରୀ ଅନୁଦାନ ଅପହଞ୍ଚ ହେଉଛି ତ ଆଉ କେଉଁଠି ସ୍କୁଲ ବାରଣ୍ଡାରେ ଚାଲିଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢା l ବିଦ୍ୟାଳୟ ଅଛି ସତ କିନ୍ତୁ ଶ୍ରେଣୀ ଗୃହର ଅଭାବ ରହିଛି l ପୂର୍ବରୁ ନିର୍ମାଣ ହେଇଥିବା ଶ୍ରେଣୀ କଠୋରି ଗୁଡ଼ିକ ମରାମତି ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥା ହୋଇଯିବାରୁ ବାରଣ୍ଡାରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ l

ଏଭଳୀ ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଜୁଲୁଣ୍ଡା ସରକାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ l ବିଦ୍ୟାଳୟରେ ଷଷ୍ଠ,,ସପ୍ତମ,ଅଷ୍ଟମ ଶ୍ରେଣୀରେ ମୋଟ ୧୩୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ପାଠ ପଢିବାକୁ ରହିଛି ଦୁଇଟି ଶ୍ରେଣୀଗୃହ l କେବଳ ଶ୍ରେଣୀ ଗୃହ ନୁହେଁ ବିଦ୍ୟାଳୟରେ  ପାଇଖାନା, ପିଇବା ପାଣି, ସ୍କୁଲ ପାଚେରୀ, ସ୍କୁଲ୍ ଫାଟକ ମଧ୍ଯ ନାହିଁ  l ବିଦ୍ୟାଳୟରେ ଅନେକ ଅସୁବିଧା ହେଉଥିବାର ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ l ଏହି ବିଦ୍ୟାଳୟ ପାଇଁ ସ୍ଥାୟୀ ପ୍ରଧାନଶିକ୍ଷକଙ୍କ ସହ ଚାରିଜଣ ଶିକ୍ଷକ ରହିବା କଥା କିନ୍ତୁ ବିଦ୍ୟାଳୟରେ ଦୁଇଜଣ ଶିକ୍ଷକ ଓ ଜଣେ ଇନଚାର୍ଜ ପ୍ରଧାନଶିକ୍ଷକ ଅଛନ୍ତି l ବିଦ୍ୟାଳୟର ପୁରୁଣା ଶ୍ରେଣୀ କଠୋରୀ ମରାମତି ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥା ହୋଇଯିବାରୁ ଏବେ ତିନୋଟି ଶ୍ରେଣୀର ଛାତ୍ର ଛାତ୍ରୀ ଦୁଇଟି ଶ୍ରେଣୀ କଠୋରୀ ଥିବାରୁ ବାରଣ୍ଡାରେ ଶିକ୍ଷାଦାନ କରୁଛନ୍ତି l

wp:html /wp:html

ବିଦ୍ୟାଳୟରେ ଦୁଇଟି ନଳକୂପ ଥିବାବେଳେ ଗୋଟିଏ ନଳକୂପରେ କରୋନା ମହାମାରୀ ସମୟରେ କୋଭିଡ ସେଣ୍ଟର କରାଯାଇଥିଲା l ସେହି ଦିନଠାରୁ କେବଳ ପାଣିପମ୍ପ ବସାଯାଇଛି । କିନ୍ତୁ କୌଣସି କାର୍ଯ୍ୟକୁ ଆସିପାରୁନି । ପାଣି ରହିବା ପାଇଁ କୌଣସି ପାଣି ଟାଙ୍କି ନାହିଁ l ବାଧ୍ୟ ହୋଇ ଛାତ୍ର ଛାତ୍ରୀ ମାନେ ଲୁହା ଗୁଣ୍ଡ ବାହାରୁଥିବା ନଳକୂପ ପାଣି ପିଉଥିବା ଅଭିଯୋଗ ହୋଇଛି l ବିଦ୍ୟାଳୟର ଏପରି ଅସୁବିଧା ପାଇଁ ବିଦ୍ୟାଳୟର କମିଟି, ଅଭିଭାବକ, ଶିକ୍ଷକ ବାରମ୍ବାର ପ୍ରସାଶନିକ ଅଧିକାରିଙ୍କଠୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ଅଭିଯୋଗ କରି ଆସିଛନ୍ତି । ହେଲେ କୌଣସି ସୁଫଳ ମିଳୁନଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.