Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ପାଣି ପାଇଁ ତାତିଲେ ଲୋକେ: ରାସ୍ତାର ଦୁଇ ପାର୍ଶ୍ୱରେ ଅଟକିଗଲା ଗାଡି

27/04/2021 at 10:19 AM

ନୀଳଗିରି ୨୭/୪: ପାଣି ପାଇଁ ହାହାକାର । ରାଜରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ । ଗରା ବାଲଟି ଧରି ରାସ୍ତା ଅବରୋଧ କରିଛନ୍ତି ଶତାଧିକ ମହିଳା । ଏଭଳି ଚିତ୍ର ଦେଖିବାକୁ ମିଳିଛି କପ୍ତିପଦା ବ୍ଲକ ଗାଇପାଣି ଛକ ନିକଟରେ । ମାହାରାସାହି ୧୦ ନଂ ଓ୍ୱାର୍ଡ ବାସିନ୍ଦାଙ୍କର ରହିଛି ପାନୀୟ ଜଳ ସମସ୍ୟା । ପାଣି ବୁନ୍ଦାଏ ପାଇଁ ଗ୍ରାମବାସୀମାନେ ଡହଳବିକଳ ହେଉଥିବା ବେଳେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଉତ୍କଟ ହୋଇଛି ପାନୀୟ ଜଳ ସମସ୍ୟା ।

ଯାହାକି ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇ ଦେବା ନିମେ ବାରମ୍ବାର ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜନ ପ୍ରତିନିଧିଙ୍କୁ ଅବଗତ କରାଇଥିଲେ ସୁଦ୍ଧା କେହି ନ ଶୁଣିବାରୁ ଶେଷରେ ତାତିଛି ଗ୍ରାମବାସୀ । ଆଜି ଗ୍ରାମର ଶତାଧିକ ମହିଳା ପୁରୁଷ ହାତରେ ଗରା ବାଲଟି ଧରି କପ୍ତିପଦା-ଠାକୁରମୁଣ୍ଡା ରାସ୍ତାର ଗାଇପାଣି ଛକ ନିକଟରେ ରାସ୍ତା ଅବରୋଧ କରିଛି । ଏହି ରାସ୍ତା ଅବରୋଧ ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେବା ସହିତ ରାସ୍ତାର ଦୁଇ ପାର୍ଶ୍ବରେ ଅନେକ ଯାନବାହନ ଅଟକି ରହିଥିବା ଦେଖିବାକୁ ମିଳିଛି । ତୂରନ୍ତ ସମସ୍ୟାର ସମାଧାନ ନହେଲେ ଗ୍ରାମବାସୀମାନେ ଆନ୍ଦୋଳନକୁ ବ୍ୟାପକ କରିବେ ବୋଲି ଚେତାବନୀ ଦେଇଛନ୍ତି । 

   Related Posts