Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ବିଶ୍ୱ ଏଡସ୍ ଦିବସ ପାଳିତ, ଗତବର୍ଷ ତୁଳନାରେ ହ୍ରାସ ହୋଇଛି ମୃତ୍ୟୁ ସଂଖ୍ୟା

1/12/2021 at 6:50 PM

ଭୁବନେଶ୍ୱର ୧।୧୨: ଓସାକ୍ସ ପକ୍ଷରୁ ବୁଧବାର ରାଜ୍ୟସ୍ତରୀୟ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି। ଏଥିଲାଗି ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ନବକିଶୋର ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇ କେନ୍ଦୁଝର ଜିଲ୍ଲା ହସ୍ପିଟାଲରେ ଏଆରଟି ସେବା କେନ୍ଦ୍ର ଓ   ନୂଆ ଭାରତ ଆଟ୍ ୭୫ କାର୍ଯ୍ୟକ୍ରମ ନେଇ ଏକ ସ୍ୱତନ୍ତ୍ର  ନ୍ୟୁଜଲେଟର ଉଦଘାଟନ କରିଛନ୍ତି।  ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ଡା. ଦୀନବନ୍ଧୁ ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅବସରରେ ଡା. ପଣ୍ଡା  ଗତବର୍ଷ ତୁଳନାରେ ଚଳିତବର୍ଷ ଏଡସ୍‌ ଜନିତ ମୃତ୍ୟୁ ହାର ହ୍ରାସ ହୋଇଥିବା କହିଛନ୍ତି। ୨୦୨୦ ମସିହାରେ ଏଡସ୍ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା  ରାଜ୍ୟରେ ୯ ପ୍ରତିଶତ ଥିଲା। ତେବେ ଏହା ୨୦୨୧ ମସିହାରେ ୭ ପ୍ରତିଶତକୁ ହ୍ରାସ ପାଇଥିବାରୁ ୨୦୩୦ ସୁଦ୍ଧା ଲକ୍ଷ ହାସଲ ନେଇ ଆଶା ପ୍ରକଟ କରିଛନ୍ତି। ଏଥିଲାଗି ଡା. ପଣ୍ଡା ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ସେହିପରି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ ମାତୃ ଓ ଶିଶୁ ଏଚଆଇଭି ସଂକ୍ରମଣ ହାରକୁ ଶୂନ୍ୟ ସ୍ତରକୁ ପହଞ୍ଚାଇବା ଲାଗି ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଥିବା କହିଛନ୍ତି।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରକଳ୍ପ ନିର୍ଦ୍ଦେଶିକା ଡା. ଉର୍ମିଳା ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଶ୍ୱ ଏଡସ୍ ଦିବସ ଅବସରରେ ଓସାକ୍ସ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ସୂଚନା ଦେଇଥିଲେ। ଉତ୍ସବର ମୁଖ୍ୟ ଅତିଥି ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏଡସକୁ ନେଇ ଥିବା ସାମାଜିକ ଅସମାନତା ଦୂର କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏଚଆଇଭି ସଂକ୍ରମଣ ହାର ଅନୁସାରେ ଜାତୀୟ ଏଡସ୍ ନିୟନ୍ତ୍ରଣ ସଙ୍ଗଠନ କଟକ ଜିଲ୍ଲାକୁ ନୂଆକରି ଅତିପ୍ରବଣ ଜିଲ୍ଲା ଚିହ୍ନଟ କରିଥିବା ଶ୍ରୀ ଦାସ କହିଛନ୍ତି। ସେହିପରି ଭଦ୍ରକ ଜିଲ୍ଲା ଯାହା ଦିନେ ଅତିପ୍ରବଣ ଜିଲ୍ଲା ସୂଚୀରେ ଥିଲା ତାହା ଏବେ ନିମ୍ନ ପ୍ରବଣ ଜିଲ୍ଲା ଭାବେ ଚିହ୍ନଟ ହୋଇଥିବା ସେ କହିଛନ୍ତି।

ଜନସଚେତନତା ଯୋଗୁ ଲୋକେ ଏବେ ନିଜର ସ୍ଥିତି ଜାଣିବା ଲାଗି ପରୀକ୍ଷା କେନ୍ଦ୍ରକୁ ଆସୁଥିବା ମନ୍ତ୍ରୀ କହିଥିବା ବେଳେ ଘରେ ବସି ଏଚଆଇଭି ଏଡସ୍ ସମ୍ପର୍କରେ ସୂଚନା ପାଇବା ପାଇଁ ଦେୟମୁକ୍ତ ନମ୍ବର ୧୦୯୭ରେ ଯୋଗାଯୋଗ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।

   Related Posts