ଆଜିଠାରୁ ଆରମ୍ଭ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ, ଶ୍ରୀମନ୍ଦିର ଉତ୍ତର ପାର୍ଶ୍ବ ମଠ ସମ୍ମୁଖରେ ମାପଚୁପ

Published By : Prameya-News7 Bureau | December 03, 2021 IST

ପୁରୀ ୩।୧୨: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ହେବା ପରେ ଆଜିଠାରୁ ଏହାର କାର୍ଯ୍ୟ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଉତ୍ତର ପାର୍ଶ୍ବ ମଠ ସମ୍ମୁଖ ସ୍ଥାନରେ ମାପଚୁପ ଆରମ୍ଭ ହୋଇଛି। ପରିକ୍ରମା ପ୍ରକଳ୍ପର କାର୍ଯ୍ୟଭାର ନେଇଥିବା ଟାଟା କମ୍ପାନୀ ଓ ଓବିସିସିର ଅଧିକାରୀ ଉପସ୍ଥିତ ରହି ମାପଚୁପ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଉତ୍ତର ପାର୍ଶ୍ଵ ମଠ ସମ୍ମୁଖରେ କ୍ଲକ ରୁମ୍ ନିର୍ମାଣ ହେବ। ଏହି କ୍ଲକ ରୁମ୍ ରେ ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତମାନେ ନିଜର ଜିନିଷ ପତ୍ର ସୁରକ୍ଷିତ ଭାବେ ରଖିପାରିବେ। ପରେ ପଶ୍ଚିମ ଦ୍ଵାର ଓ ଦକ୍ଷିଣ ଦ୍ଵାରରେ ମଧ୍ୟ ଆଉ ଦୁଇଟି କ୍ଲକ୍ ରୁମ୍ ନିର୍ମାଣ ହେବ। କ୍ଲକ୍ ରୁମ୍ ନିର୍ମାଣ ପାଇଁ ଆଜି ଐଶାନ୍ୟ କୋଣରେ ମାପଚୁପ ଆରମ୍ଭ ହୋଇଥିବା ବେଳେ ଏହି କାର୍ଯ୍ୟ ତିନିମାସ ମଧ୍ୟରେ ଶେଷ କରାଯିବ କହିଛନ୍ତି ଓବିସିସି ଅଧିକାରୀ। 

{"id":553712,"sizeSlug":"full","linkDestination":"none"}

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପରେ ଲାଗିବାକୁ ଥିବା ଖଣ୍ଡେଲାଇଟ ପଥର ପୁରୀ ମଙ୍ଗଳାଘାଟ ସମଙ୍ଗ ଠାରେ ପହଞ୍ଚି ସାରିଥିବା ବେଳେ ଏହି ପଥରକୁ କଳିଙ୍ଗ କଳା ସ୍ଥାପତ୍ୟ ଶୈଳୀରେ ନିର୍ମାଣ କରାଯିବ। ଏହି ପ୍ରକଳ୍ପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସୁରକ୍ଷା କରିଡର ସହ ସବୁଜ ବଳୟ ସୃଷ୍ଟି ଏବଂ ସୌନ୍ଦର୍ଯ୍ୟକରଣ କରାଯିବ। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଭକ୍ତଙ୍କ ପରିକ୍ରମା ନିମନ୍ତେ ଅନ୍ତଃ ଓ ବାହ୍ୟ ପ୍ରଦକ୍ଷିଣ ପଥ ରହିବ। ଚତୁଃପାର୍ଶ୍ବରେ ଥିବା ମଠ ଏବଂ ମନ୍ଦିର ଗୁଡ଼ିକର ପୁନଃବିକାଶ କରାଯିବ। ରଥଯାତ୍ରା ଏବଂ ଅନ୍ୟ ଯାନିଯାତ୍ରା ସମୟରେ ବ୍ୟବହାର ପାଇଁ ସ୍ବତନ୍ତ୍ର ପ୍ରଦକ୍ଷିଣ ପଥ ରହିବ। ଭକ୍ତଙ୍କ ସାମଗ୍ରୀ ରଖିବା ସକାଶେ ୫୦୦ ବର୍ଗମିଟର ପରିମିତ କ୍ଷେତ୍ରରେ ଗୃହ ନିର୍ମାଣ ସହ ଦକ୍ଷିଣ ଓ ପଶ୍ଚିମ ଦ୍ଵାରରେ କ୍ଷୁଦ୍ର ସାମଗ୍ରୀ ରଖିବା ଗୃହ ରହିବ। ଭକ୍ତଙ୍କ ପାଇଁ ସମସ୍ତ ଦ୍ଵାରରେ ସୂଚନା ଓ ଦାନ କେନ୍ଦ୍ର ସହ ସେବାୟତ ତଥା ପୁରୁଷ ଏବଂ ମହିଳା ଭକ୍ତଙ୍କ ନିମନ୍ତେ ସ୍ଵତନ୍ତ୍ର ଶୌଚାଳୟର ବ୍ୟବସ୍ଥା, ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଆରକ୍ଷୀ ସେବା କେନ୍ଦ୍ର, ପାନୀୟ ଜଳ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଏବଂ ଏଟିଏମ୍ ଆଦିର ବ୍ୟବସ୍ଥା, ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ କାର୍ଯ୍ୟାଳୟର ପୁନଃବିକାଶ, ଏକାସାଙ୍ଗରେ ୬୦୦୦ ଭକ୍ତଙ୍କ ସୁବିଧା ନିମନ୍ତେ ଅଭ୍ୟର୍ଥନା ପ୍ରକୋଷ୍ଠ, ପଶ୍ଚିମ ଓ ଦକ୍ଷିଣ ପାର୍ଶ୍ୱରେ ଭକ୍ତଙ୍କ ପାଇଁ ଆଶ୍ରୟ ସ୍ଥଳୀ ରହିବ। ଏହି ପ୍ରକଳ୍ପ ନିର୍ମାଣ ନିମନ୍ତେ ୩୩୧ କୋଟି ୨୮ ଲକ୍ଷ ଟଙ୍କା ର ଟେଣ୍ଡର ହୋଇଛି। ଟାଟା ପ୍ରୋଜେକ୍ଟକୁ ଏହି ପ୍ରକଳ୍ପର ଟେଣ୍ଡର ଦିଆଯାଇଥିବା ବେଳେ ଖୁବଶୀଘ୍ର ଏହି ପରିକ୍ରମା ପ୍ରକଳ୍ପର କାର୍ଯ୍ୟ ଶେଷ ହେବ ବୋଲି ମଠ ମହନ୍ତ ଓ ସେବାୟତ ଆଶା ରଖିଛନ୍ତି। 

{"id":553713,"sizeSlug":"full","linkDestination":"none"}

ଗତ ୨୪ ତାରିଖରେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କରିଥିଲେ। ତେବେ ଆଜି ଐଶାନ୍ୟ କୋଣରେ ଟାଟା ଓ ଓବିସିସି ପକ୍ଷରୁ ମାପଚୁପ ଚାଲିଥିବା ବେଳେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ଟାଟା ଓ ଓବିସିସିର ଅଧିକାରୀ ମାନେ ଉପସ୍ଥିତ ଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.