ମାତ୍ର ୯୦ ପଇସାରେ କିଣିଥିଲେ ପୁରୁଣା ଚାମଚ୍, ୨ ଲକ୍ଷ ଟଙ୍କାରେ ହେଲା ନିଲାମ

Published By : Prameya-News7 Bureau | August 02, 2021 IST

ନୂଆଦିଲ୍ଲୀ ୦୨/୦୮ : ମଣିଷ ଭାଗ୍ୟ କେତେବେଳେ କେଉଁଠି ନେଇ ଛିଡା କରେ ତାହା କହିବା ମୁସ୍କିଲ । ଗୋଟିଏ ସୁଯୋଗ ଜୀବନର ଗତି ପଥ ବଦଳାଇ ଦେଇଥାଏ । ସେହି ଭଳି ଜଣେ ବ୍ୟକ୍ତିଙ୍କ ଭାଗ୍ୟ ବଦଳିଛି । କିଛି ବର୍ଷ ପୂର୍ବରୁ ବଜାରରୁ ମାତ୍ର ୯୦ ପଇସା ଦେଇ ଏକ ଚାମଚ କିଣିଥିଲେ ଜଣେ ବ୍ୟକ୍ତି । କିନ୍ତୁ କିଛି ବର୍ଷ ପରେ ଜଣାପଡିଥିଲା ଯେ ସେ କିଣିଥିବା ଚାମଚରେ କିଛି ବିଶେଷ ଧାତୁ ରହିଛି । ପରେ ସେ ଏହାକୁ ନିଲାମ କରି ପ୍ରାୟ ୨ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ ।

ବାସ୍ତବରେ ଏହି ଘଟଣାଟି ଲଣ୍ଡନରେ ଘଟିଛି । ଯେଉଁଠାରେ ବ୍ୟକ୍ତି ଜଣଙ୍କ ରାସ୍ତା କଡ ଏକ ପୁରୁଣା ବଜାରରୁ ଏକ ଭଙ୍ଗା ଚାମଚ କିଣିଥିଲେ । ହେଲେ କିଛି ଦିନ ପରେ ବ୍ୟକ୍ତି ଜଣଙ୍କ ଚାମଚଟି ବିଶେଷ ମହତ୍ତ୍ବ ଅଛି ବୋଲି ଜାଣିବାକୁ ପାଇଲେ । ଏହା ପରେ ସେ ଚାମଚର ଧାତୁଟିକୁ ସନ୍ଧାନ କଲେ ଏବଂ ପରେ ଚାମଚଟି ରୂପାର ବୋଲି ଜଣାପଡିଥିଲା । ଯାହା ପରେ ବ୍ୟକ୍ତି ଜଣଙ୍କ ଆଶ୍ଚର୍ଯ୍ୟ ହୋଇଗଲେ । ସୂଚନା ଅନୁଯାୟୀ, ଚାମଚର ଡିଜାଇନ୍ ୧୩ତମ ଶତାବ୍ଦୀର ରୋମାନ୍ ୟୁରୋପୀୟନ୍ ଷ୍ଟାଇଲର ବୋଲି ଜଣାପଡିଛି । ବ୍ୟକ୍ତି ଜଣଙ୍କ ଚାମଚର ମୂଲ୍ୟ ଯେତେବେଳେ ଜାଣିବାକୁ ପାଇଲେ ଯାହା ପ୍ରାୟ ୫୨ ହଜାର ଟଙ୍କା ଥିଲା । ଏହା ପରେ ସେ ଚାମଚ୍ କୁ ଅନଲାଇନ୍ ପ୍ଲାଟଫର୍ମରେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ପରେ ଧୀରେ ଧୀରେ ଏହାର ଚାହିଦା ବୃଦ୍ଧି ପାଇଥିଲା । ଶେଷରେ, ଏହି ଚାମଚ ୧ ଲକ୍ଷ ୯୭ ହଜାର ଟଙ୍କାରେ ବିକ୍ରି ହୋଇଥିଲା । ଟିକସ ଏବଂ ଅତିରିକ୍ତ ଦେୟକୁ ଯୋଡି ଏହାର ମୂଲ୍ୟ ୨ ଲକ୍ଷ ହୋଥିଲା । ଏହି ଚାମଚ କିଣା ମୂଲ୍ୟଠାରୁ ପ୍ରାୟ ୧୨ ହଜାର ଗୁଣ ଅଧିକ ଥିଲା । ତେବେ ବ୍ୟକ୍ତି ଜଣକ ନିଜର ପରିଚୟକୁ ଗୋପନ ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.