Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଏବେ ଆଉ ଅଧିକ ବୋଝ ବୋହିବାକୁ ସକ୍ଷମ ନୁହେଁ ସଂସଦ ଭବନ, ନବନିର୍ମାଣ ଲାଗି UPA ସରକାରରେ ପ୍ରସ୍ତାବ ଦେଇଥିଲେ ବାଚସ୍ପତି

20/05/2021 at 9:33 PM

ନୂଆଦିଲ୍ଲୀ ୨୦।୫: ନୂଆ ସଂସଦ ଭବନ ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣକୁ ନେଇ ଦେଶର ରାଜନୀତି ଏବେ ଉଷ୍ମ। କୋଭିଡ ପରିସ୍ଥିତିରେ ମଧ୍ୟ ରାଜଧାନୀରେ ସରକାରଙ୍କ ମହତ୍ୱାକାଙକ୍ଷୀ ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି। ତେବେ ଜାଣିଲେ ତାଜ୍ଜୁବ ହେବେ ଏଥିଲାଗି ପୂର୍ବତନ ୟୁପିଏ ସରକାରରେ ବାଚସ୍ପତି ମୀରା କୁମାର ସରକାରଙ୍କୁ ପ୍ରସ୍ତାବ ଦେଇସାରିଥିଲେ। ୨୦୧୨ ମସିହାରେ ବାଚସ୍ପତି ଏଥିଲାଗି କେନ୍ଦ୍ର ସରକାରଙ୍କୁ ଏକ ପତ୍ର ଲେଖିଥିବା ବେଳେ ଭବିଷ୍ୟତରେ ସଂସଦରେ ବଢିବାକୁ ଥିବା ଆସନ ସଂଖ୍ୟାକୁ ନେଇ ନୂଆ ସଂସଦ ଭବନ ନିର୍ମାଣର ଆବଶ୍ୟକତା ସମ୍ପର୍କରେ ସରକାରଙ୍କୁ ସୂଚିତ କରିବା ସହ ଏହାର ସୁରକ୍ଷା ନେଇ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ।

 ୧୯୨୭ ମସିହାରେ ଇଂରେଜଙ୍କ ଦ୍ୱାରା ନିର୍ମିତ ଏହି ଭବନ ନିଜ ଆୟୁରୁ ଅଧିକ ୩୦ ବର୍ଷ ହେଲା ବୋଝ ବୋହି ଚାଲିଛି। ସେହିପରି ନୂଆ ଆବଶ୍ୟକତା ଅନୁସାରେ ଭବନରେ ଅନେକ ପରିବର୍ତ୍ତନ କରାଯାଇଥିବା ବେଳେ ଏହାକୁ ବାତାନୁକୂଳିକ କରାଯାଇଛି। ଫଳରେ ଭବନର ଦୃଢତା ମଧ୍ୟ ହ୍ରାସ ହୋଇଛି। ଏହି ଭବନ ଯେଉଁ ସମୟରେ ନିର୍ମିତ ହୋଇଥିଲା ସେତେବେଳେ ନିର୍ମାଣରେ ଲିଣ୍ଟଲର ଉପଯୋଗ ହେଉନଥିଲା। ସେହିପରି ଏହାର ଚଟ୍ଟାଣ ଓ ଛାତ ପାରମ୍ପରିକ ନିର୍ମାଣ ଶୈଳୀରେ ନିର୍ମିତ ହୋଇଛି। ଯେଉଁଥିରେ ଷ୍ଟିଲ (ଛଡ)ର ଉପଯୋଗ ହିଁ ହୋଇନି। ଯାହାକୁ ସେତେବେଳକାର ନିର୍ମାଣ ଶୈଳୀ ଅନୁସାରେ ଲୋଡ ବିୟିରିଂ ମାସନରୀ ଷ୍ଟ୍ରକ୍ଚର କୁହାଯାଉଥିଲା। ଯାହାର ଆୟୁ ଅତି ବେଶିରେ ୬୦ରୁ ୬୫ ବର୍ଷ ହୋଇପାରେ। ତେବେ ସଂସଦ ଏହାଠାରୁ ମଧ୍ୟ ଅଧିକବର୍ଷରେ ପହଞ୍ଚିଯାଇଛି।

୨୦୦୧ ଭୂଜ ଭୂମିକମ୍ପ ପରେ ସିପିଡବ୍ଲୁଡି ସଂସଦ ଭବନର ଅଧ୍ୟୟନ କରିଥିଲେ। ଏଥିଲାଗି ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିବା ବେଳେ ତାହା ଅସୁରକ୍ଷିତ ବୋଲି ରିପୋର୍ଟ ଦିଆଯାଇଥିଲା। ଏହା ଛଡା ଭବନଟି ସେସ୍ମିକ ଜୋନ-୪ରେ ଆସୁଥିବାର ମଧ୍ୟ ସରକାରଙ୍କୁ ସତର୍କ କରାଯାଇଥିଲା। ଏଣୁ ସଂସଦର ଗମ୍ବୁଜ ଗୁଡିକ ବିଶେଷ କରି ଏହା ଲାଗି ଅଧିକ ବିପଦର କାରଣ ବୋଲି ମଧ୍ୟ ସିପିଡବ୍ଲୁଡି ଇଞ୍ଜିନିୟର ଆଶଙ୍କା ପ୍ରକାଶ କରିଥିଲେ।

ସେପଟେ ଭାରତର ସଂସଦ ଭବନ ସହ ୧୯୨୭ରେ ଅଷ୍ଟ୍ରେଲିଆ ସଂସଦ ଭବନ ମଧ୍ୟ ନିର୍ମିତ ହୋଇଥିଲା। ତେବେ ୬୦ ବର୍ଷ ପରେ ଅଷ୍ଟ୍ରେଲିଆ ନିଜର ନୂଆ ସଂସଦ ଭବନ ନିର୍ମାଣ କରିସାରିଥିବା ବେଳେ ଭାରତରେ ରାଜନୈତିକ ସୁସ୍ତି ଏ ଦିଗରେ ବିଶେଷ ଅଗ୍ରଗତି ହୋଇ ନଥିଲା। ମୀରା କୁମାର ପ୍ରସ୍ତାବ ଦେବା ପରେ ସଂସଦ ଭବନର ଡିଜାଇନ କରାଯାଇ ନଥିଲା। ଏଣୁ ସେତେବେଳେ ଏହାର ନିର୍ମାଣ ଖର୍ଚ୍ଚ ଅଟକଳ ମଧ୍ୟ ହୋଇ ନଥିଲା।

ଏଥିରୁ ରାଜନୈତିକ ଦଳମାନେ ହୁଏତ ନୂଆ ସଂସଦ ଭବନ ନିର୍ମାଣକୁ ବିରୋଧ କରୁଛନ୍ତି, ହେଲେ ଭିତରେ ଭିତରେ ଏଥିପ୍ରତି ସେମାନଙ୍କର ସମର୍ଥନ ରହିଥିବାର ଅନୁମାନ କରାଯାଉଛି।  ସୁରକ୍ଷା ଓ ସାମ୍ବିଧାନିକ ଦୃଷ୍ଟିରୁ ଏହି ନୂଆ ନିର୍ମାଣକୁ ନିଶ୍ଚିତ ସମସ୍ତ ଦଳ ଓ ନେତା ଏହାକୁ  ସମର୍ଥନ କରିବେ । କାରଣ ପୂର୍ବରୁ ସଂସଦରେ ହିଁ ଏହାର ସୁରକ୍ଷାକୁ ନେଇ ଅନେକ ଥର ପ୍ରଶ୍ନ ହୋଇସାରିଛି। ଏହା ଛଡା ସଂସଦରେ ସାଂସଦଙ୍କ ସଂଖ୍ୟା ଯାହା ରହିଛି ତାହା ୧୯୭୧ ଜନଗଣନା ଅଧାରରେ ସ୍ଥିରିକୃତ ହୋଇଛି। ଏଣୁ ୧୯୭୬ ମସିହାରେ ସ୍ଥିରିକୃତ ଏହି ସଂଖ୍ୟା ୨୦୨୬ରେ ପରିବର୍ତ୍ତନ ହେବ।

୧୯୭୧ରେ ଦେଶର ମତଦାତା ସଂଖ୍ୟା ଥିଲେ ୩୦ କୋଟି। ଏବେ ଏହି ସଂଖ୍ୟା ୩ ଗୁଣା ବଢିଛି। ଏଣୁ ୨୦୨୬ରେ ସାଂସଦଙ୍କ ଯେଉଁ ସଂଖ୍ୟା ନିର୍ଦ୍ଧାରିତ ହେବ ସେଥିରେ ସେମାନଙ୍କୁ ବସାଇବା ଲାଗି ସଦନରେ ସ୍ଥାନାଭାବ ଦେଖାଦେବା ନିଶ୍ଚିତ। ସେହିପରି ନୂଆ ସଂସଦ ଭବନ ମଧ୍ୟ ଆଗାମୀ ୧୦୦ ବର୍ଷ ଲାଗି ଆଗକୁ ଧ୍ୟାନରେ ରଖି ନିର୍ମିତ ହେବା ଦରକାର । ଏଣୁ ସେଣ୍ଟ୍ରାଲ ଭିଷ୍ଟା ଦେଶର ଏବେକା ସମୟର ସବୁଠୁ ବଡ ସାମ୍ବିଧାନିକ ଆବଶ୍ୟକତା ବୋଲି ଅନୁଭବ କରାଯାଉଛି।

   Related Posts