ସୋନୁ ସୁଦ୍ କରୋନା ପଜିଟିଭ୍, ନିଜକୁ କଲେ କ୍ୱାରେଣ୍ଟାଇନ୍

Published By : Prameya-News7 Bureau | April 17, 2021 IST

ନୂଆଦିଲ୍ଲୀ ୧୭/୦୪: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ପ୍ରତିଦିନ ଲକ୍ଷ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଅନେକ ବଲିଉଡ୍ ଅଭିନେତା ଓ ଅଭିନେତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ରିଅଲ୍ ହିରୋ ସୋନୁ ସୁଦ୍ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସୋନୁ ସୁଦଙ୍କ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ନିଜେ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି । ଏହି ଖବର ପରେ ତାଙ୍କର କୋଟିକୋଟି ପ୍ରଶଂସକ ଦୁଃଖରେ ଭାଙ୍ଗି ପଡିଛନ୍ତି ।

wp:html /wp:html

କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ସୋନୁ ସୁଦ୍ ଏକ ପୋଷ୍ଟ ସେୟାର କରିଥିଲେ  । ଏଥିରେ ସେ ଲେଖିଥିଲେ ଯେ, ସୁରକ୍ଷା ଦୃଷ୍ଟିରୁ ସେ ନିଜକୁ କ୍ୱାରେଣ୍ଟାଇନ୍ କରିଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, କରୋନା ପଜିଟିଭ୍ । ମୁଡ୍ ଓ ସ୍ପିରିଟ୍ ସୁପର୍ ପଜିଟିଭ୍ । ସମସ୍ତଙ୍କୁ ନମସ୍କାର । ଶନିବାର ସକାଳେ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଛି ।

wp:html /wp:html

ସୂଚନାଯୋଗ୍ୟ, ସୋନୁ ସୁଦ୍ କରୋନା ସମୟରେ ଲକ୍ଷଲକ୍ଷ ପ୍ରବାସୀଙ୍କୁ ସେମାନଙ୍କ ଘରକୁ ପଠାଇଥିଲେ । ଅନେକଙ୍କ ଆବଶ୍ୟକତା ପୂରଣ କରିଥିଲେ । ଏପରିକି ଶହଶହ ଲୋକଙ୍କୁ ରୋଜଗାର ଦେବା ସହ ରିଅଲ୍ ହିରୋ ପାଲଟିଥିଲେ । ଯାହାକୁ ସବୁ ଦିଗରୁ ପ୍ରଶଂସାର ସୂଅ ଛୁଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.