ବାପାକୁ ହାଣି ପୁଅ ଫେରାର୍
2/01/2020 at 2:14 PM

ସୋନପୁର ୦୨।୦୧: ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ବୈରାଗୀପାଲି ଗାଁରେ ଅଭାବନୀୟ ଘଟଣା । ଧାରୁଆ ଅସ୍ତ୍ରରେ ହାଣି ବାପାକୁ ହତ୍ୟା କଲା ପୁଅ । ମୃତକଙ୍କ ନାମ ବଣ୍ଡା ଘଟା । ଅଭିଯୁକ୍ତ ପୁଅ ଚାନ୍ଦୁ ଘଟା ଏହି ହତ୍ୟାକାଣ୍ଡ ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । କାହିଁକି ଓ କିପରି ଏଭଳି ଘଟଣା ଘଟିଲା ତାହାର ଛାନଭିନ୍ ଜାରି ରଖିଛି ପୋଲିସ ।
