ଏମିତି କିଛି ମନ୍ଦିର ଯେଉଁଠାରେ ଶିବଲିଙ୍ଗର ରଙ୍ଗ ଦିନକୁ ୩ଥର ପରିବର୍ତ୍ତନ ହୋଇଥାଏ: ଆଜି ବି ରହିଛି ରହସ୍ୟ ଘେରରେ

Published By : Prameya-News7 Bureau | February 25, 2021 IST

ନୂଆଦିଲ୍ଲୀ ୨୫/୦୨ : ଭାରତରେ ଭଗବାନ ଶିବଙ୍କ ଅନେକ ମନ୍ଦିର ଅଛି ଯାହା କିଛି ନା କିଛି ଚମତ୍କାର ପାଇଁ ପ୍ରସିଦ୍ଧ। ଶିବଙ୍କ ଏହି ଚମତ୍କାର ଦେଖିବାକୁ ଦେଶ-ବିଦେଶରୁ ଭକ୍ତ ଆସିଥାନ୍ତି। ଏମିତି କିଛି ଶିବଲିଙ୍ଗ ସମ୍ପର୍କରେ ଜାଣନ୍ତୁ ଯାହା ଦିନକୁ ଅନେକଥର ରଙ୍ଗ ପରିବର୍ତ୍ତନ କରିଥାଏ।

{"id":414720,"sizeSlug":"large","linkDestination":"none"}

ରାଜସ୍ଥାନ ଅଚଳେଶ୍ୱର ମହାଦେବ ମନ୍ଦିର - ରାଜସ୍ଥାନ ଧୌଲପୁରରେ ଏହି ମନ୍ଦିର ଅବସ୍ଥିତ। ଏହି ମନ୍ଦିରର ଶିବଲିଙ୍ଗ ଦିନକୁ ୩ଥର ରଙ୍ଗ ବଦଳାଇଥାଏ ବୋଲି କୁହାଯାଏ। ସକାଳ ସମୟରେ ଶିବଲିଙ୍ଗର ରଙ୍ଗ ଲାଲ, ଅପରାହ୍ନରେ ନାରଙ୍ଗୀ ଓ ସନ୍ଧ୍ୟା ସମୟରେ ଶ୍ୟାମଳ ରଙ୍ଗ ହୋଇଯାଇଥାଏ। ତେବେ ଏହି ମନ୍ଦିରର ଶିବଲିଙ୍ଗ ରଙ୍ଗ ବଦଳାଇବା ଆଜି ବି ଏକ ରହସ୍ୟ ହୋଇ ରହିଛି।

{"id":414721,"sizeSlug":"large","linkDestination":"none"}

ନର୍ମଦେଶ୍ୱର ମହାଦେବ ମନ୍ଦିର - ଏହି ମନ୍ଦିର ଉତ୍ତର ପ୍ରଦେଶ ଲାଖିମପୁର ଖିରି ଜିଲ୍ଲାରେ ଅବସ୍ଥିତ। ଏହି ମନ୍ଦିରର ଶିବଲିଙ୍ଗ ନିଜ ରଙ୍ଗ ବଦଳାଇଥାଏ। ଏହି ମନ୍ଦିରର ଆଉ ଏକ ବିଶେଷତ୍ୱ ରହିଛି। ଏହା ଭାରତର ଏକମାତ୍ର ଏମିତି ମନ୍ଦିର ଯେଉଁଠି ବେଙ୍ଗକୁ ପୂଜା କରାଯାଏ। ଏହି ମନ୍ଦିରରେ ଭଗବାନ ଶିବ ବେଙ୍ଗ ପିଠିରେ ବିରାଜମାନ କରିଛନ୍ତି।

{"id":414725,"sizeSlug":"large","linkDestination":"none"}

କାଳେଶ୍ଵର ମହାଦେବ ମନ୍ଦିର - ଏହି ମନ୍ଦିର ଉତ୍ତର ପ୍ରଦେଶ ଘାଟମପୁର ତହସିଲରେ ଅବସ୍ଥିତ। ସୂର୍ଯ୍ୟ କିରଣରୁ ମନ୍ଦିରର ଶିବଲିଙ୍ଗ ଦିନକୁ ୩ଥର ରଙ୍ଗ ବଦଳାଇଥାଏ।

{"id":414727,"sizeSlug":"large","linkDestination":"none"}

ଲିଲୌଟି ନାଥ ଶିବ ମନ୍ଦିର - ଉତ୍ତର ପ୍ରଦେଶ ପିଲିଭିତ ଜିଲ୍ଲାରେ ଏହି ମନ୍ଦିର ଅବସ୍ଥିତ। ଏହି ମନ୍ଦିର ମହାଭାରତ ସମୟରେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଅଶ୍ୱାଥାମା ସ୍ଥାପନ କରିଥିଲେ ବୋଲି କୁହାଯାଏ। ଏହି ମନ୍ଦିରର ଶିବଲିଙ୍ଗ ବି ଦିନକୁ ୩ଥର ରଙ୍ଗ ବଦଳାଇଥାଏ। ସକାଳ ସମୟରେ କଳା, ଅପରାହ୍ନରେ ପାଉଁଶିଆ ଓ ରାତିରେ ହାଲୁକା ଧଳା ରଙ୍ଗ ହୋଇଥାଏ। ଏବେ ବି ମଧ୍ୟ ରାତ୍ରିରେ ଅଶ୍ୱାଥାମା ଓ ଆଲ୍ହା-ଉଦଲ ଏହି ମନ୍ଦିରକୁ ପୂଜା କରିବାକୁ ଆସନ୍ତି ବୋଲି କୁହାଯାଏ। ଯେତେବେଳେ ସେମାନେ ଆସନ୍ତି ହଠାତ ବିଜୁଳି ମରିଥାଏ ଓ ଅଦିନିଆ ବର୍ଷା ବି ହୋଇଥାଏ ବୋଲି କୁହାଯାଏ।

{"id":414729,"sizeSlug":"large","linkDestination":"none"}

ଦୁଲ୍ହନ ଶିଵାଲୟ - ଏହି ମନ୍ଦିର ବିହାରର ନାଳନ୍ଦା ଜିଲ୍ଲାରେ ଅବସ୍ଥିତ। ଏହି ମନ୍ଦିରର ଶିବଲିଙ୍ଗ ମଧ୍ୟ ରଙ୍ଗ ବଦଳାଇଥାଏ। ସୂର୍ଯ୍ୟ କିରଣ ହିସାବରେ ଶିବଲିଙ୍ଗର ରଙ୍ଗ ବଦଳିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.