ଷ୍ଟେସନରେ ବୁଲି ଲତାମଙ୍ଗେସ୍କରଙ୍କ ଗୀତ ଗାଇ କରୁଥିଲେ ଭିକ୍ଷାବୃତ୍ତି, ସୋସିଆଲ ମିଡିଆରେ ଗୀତ ଭାଇାରଲ ହେବା ପରେ ରାତାରାତ ବଦଳିଗଲା ଭାଗ୍ୟ

Published By : Prameya-News7 Bureau | August 09, 2019 IST

ସୋସାଲ ମିଡିଆରେ ରାତାରାତ ଭାଇରାଲ ହେଲେ ମହିଳା, ଏମିତି ବଦଳିଗଲା ଜୀବନ ମହିଳା ନିଜେ ବି ଜାଣି ପାରିଲେନି। ମହିଳା ଜଣକ ହେଉଛନ୍ତି ରାନୁ ମଣ୍ଡଲ। ପଶ୍ଚିମବଙ୍ଗ ରାଣଆଘାଟ ଷ୍ଟେସନରେ ଗୀତ ଗାଇ ବାବୁଭାଇଙ୍କଠାରୁ ଯାହା ମିଳେ ସେଥିରେ ଜୀବନ ନିର୍ବାହ କରନ୍ତି। ହେଲେ ସେଦିନ ସେ ଗାଇଥିବା ଗୀତଟି ତାଙ୍କ ଜୀବନରେ ଚମତ୍କାର କରିଦେଲା। ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିବା କେହି ଜଣେ ଭଦ୍ରବ୍ୟକ୍ତି ଗୀତ ଗାଉଥିବାର ତାଙ୍କୁ ମୋବାଇଲରେ ସୁଟିଂ କରି ଭିଡିଓ ଫେସବୁକ୍ ରେ ଅପଲୋଡ କରିଦେଲେ। ଯାହା ଭାଇରାଲ ହୋଇ ଯାଇଥିଲା ଆଉ ବଦଳେଇ ଦେଇଥିଲା ରାନୁଙ୍କ ଜୀବନ।

wp:html /wp:html

ଏହି ଭିଡିଓ ଯୋଗୁ ଷ୍ଟେସନରେ ଭିକ୍ଷାବୃତ୍ତି କରୁଥିବା ମହିଳା ରାତାରାତ ଷ୍ଟାର ହୋଇଯାଇଥିଲେ। ବେଶ ପ୍ରଶିଦ୍ଧି ଅର୍ଜନ କରିଥିଲେ ରାନୁ। ଭିଡିଓ ଭାଇରାଲ ହେବା ପରେ ତାଙ୍କର ମେକଓଭର କରାଗଲ।। ରାନୁଙ୍କୁ ଗୀତ ଗାଇବା ଲାଗି ଅଫର ସୁଅ ଛୁଟିଥିଲା। ଏଥିପାଇଂ ପ୍ରସ୍ତାବ ନେଇ ଆସୁଥିବା ଆୟୋଜକ ହିଁ ତାଙ୍କର ମେକ୍ ଓଭର  କରାଇଥିଲେ। ଏବେ ରାନୁ ପଶ୍ଚିମବଙ୍ଗରେ ଜଣେ ପ୍ରଶିଦ୍ଧ ଗାୟିକା । ପ୍ରତି ଦିନ ତାଙ୍କୁ କେଉଁଠୁ ନା କେଉଁଠୁ ଅଫର ଆସୁଛି ଗୀତ ଗାଇବାକୁ ଏଥିପାଇଁ ତାଙ୍କୁ ବେଶ ପାରିଶ୍ରମିକ ମଧ୍ୟ ମିଳୁଛି।

wp:html /wp:html

ରାନୁ ସୋସାଲ ମିଡିଆ ଭିଡିଓରେ ଯେଉଁ ଗୀତ ଗାଉଥିଲେ ତାହା ଥିଲା ବଲିଉଡର ଅଲଟାଇମ ସୁପରହିଟ୍ ‘ଶୋର’ର ‘ତୁ ପ୍ୟାର କା ନଗମା ହୈ’ ଗୀତ। ଏହାକୁ ଯେଉଁ ଫେସବୁକ୍ ସାଇଟ୍ ରେ ଅପଲୋଡ କରାଯାଇଥିଲା ତାର ନାମ ଥିଲା ‘ବରପେଟା ଟାଉନ’। ତେବେ କିଏ ଓ କାହିଁକି ଏହି ଭିଡିଓକୁ ଅପଲୋଡ କଲେ ତାହା କିନ୍ତୁ କେହି ଜାଣନ୍ତି ନାହିଁ। ହେଲେ ସୋସାଲ ମିଡିଆ ଷ୍ଟେସନରେ ଗୀତ ଗାଉଥିବା ଜଣେ କଳାର ପୂଜାରିଣୀଙ୍କୁ ତାଙ୍କର ଅସଂଖ୍ୟ ଫ୍ୟାନ୍ସଙ୍କ ନିକଟରେ ପହଞ୍ଚାଇ ଦେଇଛି ନିଶ୍ଚୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.