ସୋସାଲ ମିଡିଆର କମାଲ, ପ୍ରଥମେ ପ୍ରସିଦ୍ଧି ଏବେ ରାନୁମଣ୍ଡଳଙ୍କୁ ଆଣିଦେଇଛି ପରିବାର, ୧୦ ବର୍ଷ ହେଲା ଅଲଗା ହୋଇଯାଇଥିଲା ଝିଅ

Published By : Prameya-News7 Bureau | August 14, 2019 IST

କୋଲକାତା: ପଶ୍ଚିମବଙ୍ଗ ରାନାଘାଟ ରେଳ ଷ୍ଟେସନରୁ ଉଦ୍ଧାର ହୋଇଥିବା ଜନ୍ମଜାତ ଗାୟିକା ରାନୁ ମଣ୍ଡଳଙ୍କ ଜୀବନକୁ ସୋସାଲ ମିଡିଆ ରାତାରାତ କାୟାକଳ୍ପ କରିଦେଇଛି। ତାଙ୍ଗ ଗାୟକୀ ଶୈଳୀ ଓ ଗାୟନ କଳା ଯୋଗୁ ଫେସବୁକ୍ ରେ ରାତାରାତ ପ୍ରସିଦ୍ଧି ଅର୍ଜନ କରିବା ପରେ ଏବେ ହଜି ଯାଇଥିବା ପରିବାର ରାନୁଙ୍କ ପାଖକୁ ଫେରିଆସିଛି। ଦୀର୍ଘ ୧୦ ବର୍ଷ  ହେଲା ରାନୁଙ୍କ ଠାରୁ ତାଙ୍କ ଝିଅ ଅଲଗା ହୋଇଯାଇଥିଲା। ତେବେ ରାନୁଙ୍କର ଚର୍ଚ୍ଚା ସ୍ଥାନୀୟ ଗଣମାଧ୍ୟମରେ ହେବା ପରେ ତାଙ୍କ ଝିଅ ମାଙ୍କ ଠିକଣା ପାଇ ତାଙ୍କ ନିକଟରେ ପହଞ୍ଚିଛି। ଝିଅକୁ ପାଇ ରାନୁଙ୍କ ଖୁସି ଏବେ ବହୁଗୁଣିତ ହୋଇଯାଇଛି।

{"id":144449}

ପଶ୍ଚିମବଙ୍ଗ କୃଷ୍ଣାନଗରର ଅସଲ ବାସିନ୍ଦା ରାନୁଙ୍କର ପିଲାବେଳେ ମାତୃ ବିୟୋଗ ହୋଇଥିଲା। ସାମାନ୍ୟ ବେଙ୍ଗଲୀ ପରିବାରର ଝିଅଟି କାକୀଙ୍କ ଲାଳନପାଳନରେ ବଢିବା ସହ ଷ୍ଟେସନରେ ଗୀତ ଗାଇ ଯାହା ଆୟ କରେ ସେଥିରେ ଚଳିଯାଉଥିଲା। ଏଥିରେ ସେ କେବେ ବିବାହ କରି ମା ବି ହୋଇ ସାରିଥିଲା। ହେଲେ ଦାରିଦ୍ର୍ୟ କଷାଘାତରେ ରାନୁଙ୍କର ସବୁ କିଛି ହଜି ଯାଇଥିଲା ଏପରିକି ଝିଅବି । ମା କେଉଁଠି ରହୁଛି କଣ କରୁଛି ଜାଣି ନଥିଲା ଝିଅ। ତେବେ ସୋସାଲ ମିଡିଆରେ ରାନୁଙ୍କ ଗୀତ ଭାଇରାଲ ହେବା ପରେ ଏକ ସଂସ୍ଥା ତାଙ୍କୁ ଷ୍ଟେସନରୁ ଉଦ୍ଧାର କରି ତାଙ୍କର ମେକଓଭର କରାଇବା ପରେ ଫଟୋ ସହ ଖବର ଭାଇରାଲ ହୋଇଥିଲା। ତେବେ ସଂସ୍ଥା ତାଙ୍କୁ ଏକ କାର୍ଯ୍ୟକ୍ରମ ନିମନ୍ତେ ମେକଓଭର କରାଇବା ସହ ତାଙ୍କ ଗାୟନକୁ କିପରି ଅଧିକ ଉଚ୍ଚକୋଟିର କରିହେବ ତାହା ତାଙ୍କୁ ଏବେ ପ୍ରଶିକ୍ଷିତ କରିଛି। ତାଙ୍କ ବିଷୟରେ ଖବର କାଗଜରେ ଖବର ପ୍ରକାଶିତ ହେବା ପରେ ସ୍ଥାନୀୟ ସଙ୍ଗଠନମାନେ ସେମାନଙ୍କର କାର୍ଯ୍ୟକ୍ରମ ନିମନ୍ତେ ଅଫର ଦେବାରେ ଲାଗିଛନ୍ତି।

{"id":144450}

ଏବେ ତାଙ୍କୁ କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରୁ ମଧ୍ୟ ଗୀତ ଗାଇବା ଲାଗି ଅଫର ଆସିବାରେ ଲାଗିଲାଣି। ତାଙ୍କୁ କେରଳ, ମୁମ୍ବାଇ ସମେତ ବାଂଲାଦେଶରୁ ଏହି ସବୁ ଅଫର ମିଳିଥିବା ଜଣାପଡିଛି। ରାନୁ ଏବେ ତାଙ୍କର ଦ୍ୱିତୀୟ ଜନ୍ମ ହୋଇଥିବା କହିଛନ୍ତି। ଷ୍ଟେସନର ସିମେଟ ଚଟାଣରେ ଶୋଇ ଶୋଇ ଦିନ କାଟୁଥିଲେ ରାନୁ। ଟ୍ରେନ ଯିବା ଆସିବା ବେଳେ କେବେ ଟ୍ରେନରେ ଗୀତ ଗାଇ ଦୁଇ ପଇସା ଭିକ୍ଷା କରିନେଉଥିଲେ ତ କେବେ ଫାଙ୍କା ଷ୍ଟେସନରେ ଗୁଞ୍ଜରି ଉଠୁଥିଲା ତାଙ୍କର ଶ୍ୱର ହେଲେ ଏବେ ତାଙ୍କର ଦୁନିଆ ବଦଳାଇ ଦେଇଛି ସୋସାଲ ମିଡିଆ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.