‘ୱିମେନ୍ ଅଫ୍ ସବ୍‌ଷ୍ଟାନ୍ସ’ ଟାଇଟଲ୍ ହାସଲ କଲେ ସୋଆ ଫ୍ୟାକଲ୍ଟି

Published By : Prameya-News7 Bureau | May 19, 2022 IST


ଭୁବନେଶ୍ୱର, ୧୯/୦୫: ମୁମ୍ବାଇ ଠାରେ ନିକଟରେ ଅନୁଷ୍ଠିତ ‘ଇଣ୍ଟରନ୍ୟାସ୍‌ନାଲ୍ ଗ୍ଲାମ୍ ଆଇକନ୍ ୨୦୨୨’ ପ୍ରତିଯୋଗିତାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଶ୍ରୀମତି ମନୀଷା ପ୍ରହରାଜ ‘ୱିମେନ୍ ଅଫ୍ ସବ୍‌ଷ୍ଟାନ୍ସ’ କ୍ରାଉନ୍‌ରେ ଭୂଷିତ ହୋଇଛନ୍ତି । ସମ୍ ନର୍ସିଂ କଲେଜର ଆସିଷ୍ଟାଂଟ ପ୍ରଫେସର ଶ୍ରୀମତି ପ୍ରହରାଜ ମୁମ୍ବାଇ ଠାରେ ଗତ ମେ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଫାଇନାଲ୍ ରାଉଣ୍ଡ ପୂର୍ବରୁ ଟ୍ୟାଲେଣ୍ଟ ରାଉଣ୍ଡ, ଫଟୋସୁଟ୍ ଏବଂ ଗ୍ରୁମିଂ ସେସନ୍ ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟ ସମେତ ଅନ୍ୟ ଦେଶରୁ ପ୍ରାୟ ୫୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ।

{"id":631084,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.