Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ହିମପାତ ଭାଙ୍ଗିଲା ୫୦ ବର୍ଷର ରେକର୍ଡ, ପାକିସ୍ତାନର ବିଭିନ୍ନ ସ୍ଥାନରେ ୫୭ ଜଣଙ୍କ ମୃତ୍ୟୁ

14/01/2020 at 7:30 PM

ଇସ୍ଲାମାବାଦ :  ପାକିସ୍ତାନରେ ଗତ ୫୦ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ । ପ୍ରବଳ ହିମପାତ ସାଙ୍ଗକୁ କୋହଲା ପାଗରେ ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ୫୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଗ ଯୋଗୁ ଏହି ସଂଖ୍ୟା ଅଧିକ ହୋଇପାରେ ବୋଲି ଏବେ ଆଶଙ୍କା କରାଯାଉଛି। ଏପର୍ଯ୍ୟନ୍ତ ହିମସ୍ଖଳନ ଓ ତାପମାତ୍ରା ହ୍ରାସ ଯୋଗୁ ପାକ୍ ଅଧିକୃତ କାଶ୍ମୀରରେ ସର୍ବାଧିକ ମୃତ୍ୟୁ ହୋଇଥିବା ଅଧିକାରୀକ ଭାବେ କୁହାଯାଇଛି।

ହିମସ୍ଖଳନ ଓ ଭୂ ସ୍ଖଳନ ଯୋଗୁ ବଲୁଚିସ୍ତାନରେ ସର୍ବାଧିକ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପଞ୍ଜାବରେ ୭ ଜଣ ପ୍ରାଣ ହରାଇଛନ୍ତି। ସେହିପରି ପାଗ ଖରାପ ଯୋଗୁ ସଡକ ଦୁର୍ଘଟଣାରେ ଅନେକ ମୃତାହତ ହୋଇଥିବା ପାକିସ୍ତାନ ଲୋକ ରକ୍ଷା ସଚିବ ସୟଦ ମୋହି ଉଦ୍ଦିନ କାଦରୀ ସୂଚିତ କରିଛନ୍ତି। ଭୀଷଣ ହିମପାତ ଯୋଗୁ ପାର୍ବତ୍ୟାଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ସେହିପରି ଲଗାଣ ବର୍ଷା ଯୋଗୁ ସିଆଲକୋଟ, ଗୁଜୁରାଟ ଓ ପ଼ଞ୍ଜାବରେ ବନ୍ୟା ପରିସ୍ଥିତି ଉପୁଜିଛି।

ପ୍ରାକୃତିକ ବିତ୍ପାତ ଯୋଗୁ ପଡୋଶୀ ଦେଶଙ୍କୁ ସଂଯୁକ୍ତ କରୁଥିବା ମାର୍ଗ ମଧ୍ୟ ଅବରୋଧ ହୋଇଛି। ଫଳରେ ପାକ୍ ସହ ବୈଦେଶିକ ସମ୍ପର୍କ ମଧ୍ୟ ବିଛିନ୍ନ ହୋଇଥିବା ସଚିବ କହିଛନ୍ତି। ତେବେ ପିଓକେରେ ହୋଇଥିବା ବରଫ ପାତ ଗତ ୫୦ ବର୍ଷର ରେକର୍ଡ ଭାଙ୍ଗିଥିବା ପାଣିପାଗ ବିଭାଗଙ୍କ ସୂଚନାରୁ ଜଣାପଡିଛି।  

   Related Posts