ବିଜେଡିକୁ ବାଏ ବାଏ କଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

Published By : Prameya-News7 Bureau | May 22, 2024 IST

ସୋର ୨୨।୫: ବିଜେଡି ଛାଡିଲେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି  l ସେ ଦଳ ସଭାପତିଙ୍କ ନିକଟକୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ତେବେ ସେ ବିଜେଡି ଛାଡିଥିବା ନେଇ ଏକ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି । 

ଚଳିତ ସାଧାରଣ ନିର୍ବାଚନରେ ବିଜେଡି ତାଙ୍କୁ ପ୍ରାର୍ଥୀ କରିନଥିବାରୁ ସେ ଅସନ୍ତୁଷ୍ଟ ଥିଲେ । ଖୁବଶୀଘ୍ର ବିଜେପିରେ ଯୋଗ ଦେବl ନେଇ ଚର୍ଚ୍ଚା ହେଉଛି l ସେ ଗତ ୧୦ବର୍ଷ ଧରି ବିଜେଡିରୁ ବିଧାୟକ ଭାବେ ସିମୁଳିଆରୁ ପ୍ରତିନିଧିତ୍ୱ କରି ଆସୁଥିଲେ । ବିଜେଡି ଟିକେଟରୁ  ସେ ୨୦୧୪ -୨୦୧୯ ଏବଂ ୨୦୧୧୯-୨୦୨୪ ପର୍ଯ୍ୟନ୍ତ ବିଧାୟକ ଥିଲେ । ଏହାସହ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।

You Can Read :

ବିଜେପି ନେତାଙ୍କ ଘନ ଘନ ଓଡିଶା ଗସ୍ତ, ବୁଧବାର ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ଅରୁଣ ଗୋଭିଲ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.